Odisha News Portal

ପୁଣି ସୃଷ୍ଟି ହୋଇଛି ଦୁଇଟି ଲଘୁଚାପ ସାଙ୍ଗକୁ ବାତ୍ୟା !ଆଗାମୀ 48 ଘଣ୍ଟାରେ ଆହୁରୀ ଘନୀଭୂତ ହେବ., ଏହି ସବୁ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ ….

ପାଣିପାଗ ବିଭାଗ ପକ୍ଷରୁ ନୂଆ ଅପଡେଟ ଆସିଛି । ଗୋଟିଏ ସମୟରେ ଦେଶ ଦୁଇଟି ଲଘୁଚାପର ସମ୍ମୁଖୀନ ହେବାକୁ ଯାଉଛି । ଗୋଟିଏ ଲଘୁଚାପ କ୍ଷେତ୍ର ଉତ୍ତର ଭାରତ ମହାସାଗରରେ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି .। ଅନ୍ୟଟି ଆରବସାଗରରେ ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ପଶ୍ଚି ଦିଗ ଆଡକୁ ମୁହାଁଥିବାରୁ ତାର ବିଶେଷ ପ୍ରଭବା ଓଡିଶା ଉପରେ ପଡିବ ନାହିଁ କିନ୍ତୁ ଅନ୍ୟପକ୍ଷରେ ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।

ଦକ୍ଷିଣ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ।48 ଘଣ୍ଟାରେ ନେବ ଅବପାତର ରୂପ । ଆଗାମୀ 48 ଘଣ୍ଟାରେ ଆହୁରୀ ଘନୀଭୂତ ହେବା ନେଇଂ ପାଣିପାଗ ପକ୍ଷରୁ ସୂଚନା ରହିଛି । ଏହାର ପ୍ରଭାବରେ 25 ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ ।

ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ରହିଛି । ଯାହାକି ଆଜି ଠାରୁ ଘଡଘଡି ସାଙ୍ଗକୁ ବର୍ଷା କରାଇବା ସହିତ ଘନକୂହୂଡି କରାଇବ ବୋଲି ସୂଚନା ରହିଛି୍ । ାଉ ଘୂର୍ଣିବଳୟ ପ୍ରଭାବରୁ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।ଆଜି ମଧ୍ୟ କଟକ, କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର,ଯାଜପୁରରେ ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 23ତାରିଖ ପାଇଁ 11ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 25 ତାରିଖରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବ, ଫଳରେ ଦିନରେ ତାପମାତ୍ରା କମିବ ଏବଂ ଖରା ଅନୂଭୁତ ହେବ ନାହିଁ ।


ବର୍ତ୍ତମାନର ସୂଚନା ଅନୁଯାୟୀ ଗତ 24 ଘଣ୍ଟାରେ ଫୁଲବାଣୀରେ ସର୍ବମୋଟ ତାପମାତ୍ରା 15 ଡିଗ୍ରୀଂ ରେକର୍ଡ ହୋଇଛି । ଆସନ୍ତା 2 ଦିନ ପରେ ବର୍ଷା କମିବା ପରେ ତାପମାତ୍ରା 4 ଡିଗ୍ରୀ କମିବା ସହିତ ଘନକୂହୂଡି ମଧ୍ୟ ପରିଲକ୍ଷିତ ହେବ ବୋଲି କୁହାଯାଉଛି ।


ଯେହେତୁ ଗୋଟିଏ ସମୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ତେଣୁ ତାମିଲନାଡୁ ଏବଂ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ତେବେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବ ଏବଂ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡିଶାର ତତ୍ବବର୍ତ୍ତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 23-24 ତାରିଖ ବେଳକୁ ତାମିଲନାଡୁରେ ଏବଂ 25-26ରେ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର କେତେକ ଜିଲ୍ଲା ଏବଂ ଉପକୂଳ ଓଡିଶାର କେତକ ଜିଲ୍ଲାରେ 25-26 ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହା।ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।