Odisha News Portal

ଦେଖନ୍ତୁ ଭିଡିଓ ପ୍ରଥମ ଥର LIVE ଆସିଲେ ଅଭିନେତ୍ରୀ ରଚନା ବାନାର୍ଜୀ ! ଦେଲେ ଏହି ଖୁସି ଖବର ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…..

ଅଭିନେତ୍ରୀ ରଚନା ବାନାର୍ଜୀ ଓଡିଆ ଇଣ୍ଡଷ୍ଟିରେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ । ରଚନା ବାନାର୍ଜୀ ଜଣେ ଭାରତୀୟ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଅଭିନେତ୍ରୀ ଅଟନ୍ତି ।

ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ପ୍ରକୃତ ନାଁ ହେଉଛି ଝୁମଝୁମ୍ ବାନାର୍ଜୀ । ସେ 2 ଅକ୍ଟୋବର 1974ରେ କଲିକତାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ତାଙ୍କ ମାଆ ବାପା ଅଛନ୍ତି । ସେ 2007ରେ ପ୍ରୋବଲ୍ ବାସୁଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ବିଶେଷ ତଥ୍ୟରୁ ଜଣାପଡିଛି ସେ ଏବେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇ ନିଜ ସ୍ବାଧୀନରେ ବଞ୍ଚୁଛନ୍ତି । ତେବେ ତାଙ୍କର ଗୋଟିଏ ପୁଅ ପ୍ରୋନିଲ୍ ବାସୁ ।

ବର୍ତମାନ ତାଙ୍କୁ 47 ବର୍ଷ ହୋଇଥିବା ବେଳେ ସେ ଏବେବି ସମସ୍ତଙ୍କ ପ୍ରିୟର ଅଭିନେତ୍ରୀ ଭାବରେ ତାଙ୍କର ଅଭିନୟର ଯାଦୁ ଦେଖାଇବା ରେ ଲାଗିଛନ୍ତ । ରଚନା ସାଉଥ ସିଟି କଲେଜରୁ ନିଜର ଗ୍ରାଜୁଏସନ୍ ଶେଷ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ, ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ । 1990 ମସିହାରେ ରଚନା ମିସ୍ କଲୋକତା ଏବଂ ମିସ୍ ବିୟୁଟିଫୁଲ୍ ସ୍ମାଇଲ୍ ରେ ନିଜର ଦକ୍ଷତାରେ ଉତିର୍ଣ୍ଣ ହୋଇଥିଲେ ।


1994ରେ ଶାଗର ଗଙ୍ଗାଫିଲ୍ମରୁ ସେ ଓଡିଆ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ । ତେବେ ଓଡିଶାରେ ରଚନା ଏବଂ ସିନ୍ଧାନ୍ତଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ସାରା ପସନ୍ଦ ଏବଂ ଭଲପାଇବା ଦେଉଥିଲେ । ତେବେ ସେ 25ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ।

ସବୁଠାରୁ ବଡ କଥା ହେଉଛି ସେ ଓଡିଆ ଫିଲ୍ମ ସହିତ ହିନ୍ଦୀ, ବେଙ୍ଗୋଲି, ତେଲୁଗୁ , ତାମିଲ୍, କାନାଡା ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି । 2009 ରୁ ରଚନା ଆଉ ଓଡିଆ ଫିଲ୍ମ କରିନାହାଁନ୍ତି । ଆଉ ବର୍ତ୍ତମାନ ସେ ବେଙ୍ଗୋଲି ସିନେମା ଜଗତରେ ଅଭନୟ କରୁଛନ୍ତି । ତେ୍ବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ରଚନା ବାନାର୍ଜୀ ଲାଇଫ୍ ଆସି ଗୋଟିଏ ଭିଡିଓ ଶେୟାର କରିଛନ୍ତି । ଚାଲନ୍ତୁ ଜାଣିବା କଣ କହିଛନ୍ତି ସେହି ଭିଡିଓରେ ରଚନା ।

ତେବେ ସେ ଲାଇଫ୍ ଆସି ସମସ୍ତଙ୍କୁ ହାଇ୍ କରିବା ସହିତ । ବହୁତ କଥା ମଧ୍ୟ ହୋଇଛନ୍ତି । ସେ କହିଛନ୍ତି ସେ ଦର୍ଶକ ମାନଙ୍କ ସହିତ ବହୁତ ଦିନ ହୋଇ ଗଲାଣି ଆଉ ଆଦୌ ବି କଥା ହୋଇନାହାଁନ୍ତି ଏବଂ ଲାଇଫ୍ ବି ମଧ୍ୟ ଆସି ନାହାଁନ୍ତି । ବହୁତ ଦିନ ହେଲା ଜାଣି ପାରିନାହାଁନ୍ତି ଯେ ଦର୍ଶକମାନେ କେମିତି ଅଛନ୍ତି ଏବଂ ସେ ନିଜେ କେମିତି ଅଛନ୍ତି ସେକଥା ଦର୍ଶକମାନେ ମଧ୍ୟ ଜାଣି ପାରିନାହାଁନ୍ତି । ବହୁତ ବ୍ୟସ୍ତତା ଭିତରେ ରହୁଛନ୍ତି ଏବଂ ତାଙ୍କର ଦେହ ଭଲ ନଥିବାରୁ ତାଙ୍କର ଗଳା ମଧ୍ୟ ଖରାପ ହୋଇଯାଇଛି ବୋଲି ସେ କହିଛନ୍ତି । ତେବେ ସେ ତାଙ୍କର ମେକଅଫ୍ ରୁମରେ ଥିଲେ ଏବଂ ତାଙ୍କର ଦିଦି ନମ୍ବର ୱାନ ଶୁଟ୍ ଚାଲିଥିବା ବେଳେ ଏହି ଲାଇଫ୍ ଆସିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।