ତେବେ ବନ୍ଧୁଗଣ ପ୍ରତେକ ମଣିଷ ନିଜର ଶରୀର ଆଉ ସ୍ୱାସ୍ଥ୍ୟ କୁ ନେଇକି ବହୁତ ଯତ୍ନବାନ ଥାଏ | ଆଉ ସେହି ଅନୁସାରେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାଏ ଶରୀରକୁ ଠିକ ରଖିବା ପାଇଁ | ତେବେ କେତେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ କି ସବୁବେଳେ ଡାକ୍ତର ଙ୍କ ଉପରେ ନିର୍ଭର କରିଥାନ୍ତି ଆଉ ମେଡ଼ିସିନ ଖାଇବାକୁ ପସନ୍ଦ କରିଥାନ୍ତି | କିନ୍ତୁ ସେହିଭଳି କରିବା ଯୋଗୁ ଆମର ଶରୀର ଠିକ ରହି ନ ଥାଏ | ତେବେ ଯଦି ଆପଣ ଙ୍କ ଶରୀରରେ ଆଣ୍ଠୁ, ଗଣ୍ଠି ବ୍ୟଥା ସହିତ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ, ତାହେଲେ ଆସନ୍ତୁ ଗୋଟିଏ ସହଜ ଘରେଇ ଉପଚାର ଟିକୁ ବନେଇବା | ଯାହାକୁ ବ୍ୟବହାର କରିକି ଆମେ ଏହିଭଳି ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |
ତେବେ ଆଣ୍ଠୁ, ଗଣ୍ଠି ବ୍ୟଥା ସହିତ, ହାର୍ଟ ଜନିତ ସମସ୍ୟା, ଶରୀରରେ ହିମୋଗ୍ଲୋବିନ ର ଅଭାବ, ନିଦ ନ ହେବା ଭଳି ବିଭିନ୍ନ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଖୋଜୁରୀ ସହିତ କ୍ଷୀର ର ବ୍ୟବହାର କରିବା ପାଇଁ ପଡିବ | ତେବେ ଆମେ ଜାଣିଛି ଖୋଜୁରୀରେ ଆଇରନ, ଫସଫରସ, ସହିତ ଭିଟାମିନ A, B E ମଧ୍ୟ ରହିଥାଏ ଯାହା ଆମ ତ୍ୱଚା ଓ କେଶ ପାଇଁ ଭଲ ହୋଇଥାଏ | ତାହେଲେ ଆସନ୍ତୁ ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
କ୍ଷୀର, ଶୁଖିଲା ଖୋଜୁରୀ, ଅଲମଣ୍ଡ, ହଳଦୀ, ଡାଲଚିନି, ମିସିରି
ପ୍ରସ୍ତୁତି ପ୍ରଣାଳୀ :-
ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ କ୍ଷୀର ର ଆବଶ୍ୟକତା ରହିଛି | ଆଉ ଯାହା କୁହାଯାଉଛି କି ପ୍ରଥମେ ଗୋଟିଏ ଗ୍ଲାସ କ୍ଷୀର କୁ ଗରମ କରିକି ଆପଣ ମାନେ 6-7 ଟି ଶୁଖିଲା ଖୋଜୁରୀ କୁ ପକାଇ ଦେବେ |ଆଉ ତାହାକୁ 1-2 ଘଣ୍ଟା ଛାଡ଼ି ଦେବେ | ଆଉ ତାହା ବୋତୁରି ଗଲା ପରେ ଗ୍ରାଇଣ୍ଡିଙ୍ଗ କରିକି ରଖିବେ |ତାହା ପରେ ଅଢେଇ କପ କ୍ଷୀର ନେଇ ଫୁଟାଇବେ ଓ ସେଥିରେ ଅଲମଣ୍ଡ କିଛି ଆଣି ଛୋଟ ଛୋଟ ଖଣ୍ଡ କରି ପକାଇବେ | ତାହା ପରେ ସେଥିରେ କିଛି ହଳଦୀ ଗୁଣ୍ଡ ଦେବେ ଓ ଡାଲଚିନି ଖଣ୍ଡ କୁ ମଧ୍ୟ ସେଥିରେ ମିଶାଇବେ ଓ କିଛି ସମୟ ଧରିକି ଫୁଟାଇବେ | ତେବେ କ୍ଷୀର ଟି ଫୁଟିଗଲା ପରେ ସେଥିରେ ଶୁଖିଲା ଖୋଜୁରୀ ର ପେଷ୍ଟ କୁ ମିଶାଇବେ ଓ ତାହା କିଛି ସମୟ ଫୁଟିଲା ପରେ କାଢ଼ି ଗୋଟିଏ ଗ୍ଲାସ କୁ ଢାଳି ଦେବେ |
ବ୍ୟବହାର :-
ତେବେ ପ୍ରସ୍ତୁତ ହୋଇଥିବା ଏହି କ୍ଷୀର କୁ ଆପଣ ମାନେ ସକାଳେ ହେଉ ବା ସନ୍ଧ୍ୟାରେ ବ୍ୟବହାର କରି ପାରିବେ |
ତେବେ ଏହା ଥିଲା ସେହି ସହଜ ଘରେଇ ଉପଚାର ଯାହାକୁ ଆମେ ଘରେ ସହଜରେ ପ୍ରସ୍ତୁତ କରିକି ଆଣ୍ଠୁ, ଗଣ୍ଠି ବ୍ୟଥା ସହିତ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।