ବନ୍ଧୁଗଣ ବର୍ତମାନ କ୍ରିକେଟ ମ୍ୟାଚକୁ ନେଇ ଅନେକ ଖବର ଆପଣ ଶୁଣିବାକୁ ପାଉଥିବେ ନିଶ୍ଚିତ, ହେଲେ ଆସନ୍ତା କାଲି ମ୍ୟାଚ ରେ କଣ ହୋଇଥିଲା ତାହା ଆପଣ ଜାଣିଛନ୍ତି କି |ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଖେଳ ହେଉଥିବ ସମୟରେ ବିରାଟ କୋହିଲି କରିଥିଲେ ଏକ ମସ୍ତ ବଡ଼ ଭୁଲ ଯାହାକି ଅମପେୟାରଙ୍କ ନଜର କୁ ଆସିନଥିଲା |କୋହିଲି ବିରୋଧରେ ବାଙ୍ଗାଲାଦେଶ ଖେଳାଳି ଲୁରୁଲ ହମନ କମ୍ପ୍ଲେନ କରିଥିଲେ, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଗତକାଲି ଖେଳରେ କଣ ଘଟିଥିଲା ଏବଂ ବିରାଟ କୋହିଲିଙ୍କ ବିରାଟ ଭୁଲ କଣ ଥିଲା ତାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଗତକାଲି କ୍ରିକେଟ ମ୍ୟାଚରେ ଭାରତ ସହିତ ବାଙ୍ଗାଲାଦେଶ ଖେଳୁଥିଲା | ଏହି ଖେଳର ଶେଷ ପ୍ରଯ୍ୟୟରେ ଭାରତ ବିଜୟ ଲାଭ କରିଥିଲା | ମାତ୍ର 5ରନ ରେ ଭାରତ ଆଗୁଆ ରହିଥିଲା, ଏହି ମ୍ୟାଚରେ ପ୍ରଥମେ ବାଙ୍ଗାଲାଦେଶ ଖେଳିଥିଲା ପରେ ଭାରତ | ଭାରତ ବଙ୍ଗଳଦେଶକୁ 5ରନରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଛଅ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛି | କିନ୍ତୁ ମ୍ୟାଚ ଚାଲିଥିବା ସମୟରେ ବିରାଟ କୋହିଲି ଏକ ବଡ ଭୁଲ କରିଥିଲେ ସେ ଖେଳ ସମୟରେ ଫେକ ଫିଲଡିଂ କରିଥିଲେ ଯାହାକି ଅମପେୟାରଙ୍କ ନଜରକୁ ଆସିନଥିଲା |ନହେଲେ ବିରାଟଙ୍କ ଏହି ବଡ଼ ଭୁଲ ପାଇଁ ଭାରତ କାଲି ମ୍ୟାଚ ହାରି ଯାଇଥାନ୍ତି ଏବଂ ବଙ୍ଗାଳଦେଶ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଥାନ୍ତା |
ବିରାଟଙ୍କ ଏହି ଫେକ ଫିଲଡିଂ ବିଷୟରେ ମ୍ୟାଚ ଶେଷରେ ବାଙ୍ଗାଲାଦେଶର ଖେଳାଳି ଲୁରୁଲ ହମନ କଥା ଉଠାଇ ଥିଲେ | ଯଦି ଅମପେୟାର ଏଥିପ୍ରତି ଧ୍ୟାନ ଦେଇଥାନ୍ତେ ତେବେ ବଙ୍ଗାଳଦେଶକୁ ପାଞ୍ଚ ରନ ମିଳିଥାନ୍ତା |ଆପଣ ନିଶ୍ଚିତ ଭାବୁଥିବେ ଯେ ବିରାଟ କୋହିଲି ଏତେ ଭଲ ଖେଳାଳି ହୋଇ କେମିତି ଏତେ ବଡ଼ ଭୁଲ କରିଥିଲେ | ଆପଣ ଜାଣିଛନ୍ତିକି ଫେକ ଫିଲଡିଂ କଣ, ଫେକ ଫିଲଡିଂ ହେଉଛି କ୍ରିକେଟର ନିୟମ ଅନୁଯାୟୀ ବେଟ୍ସମ୍ୟାନକୁ ରନ ସଂଗ୍ରହ କରିବାକୁ ଯଦି ଛଳନା ପୂର୍ବକ ଅଟକାଯାଏ ତେବେ ଅମପେୟାର ଏହାକୁ ଡେଡବଲ ଘୋଷଣା କରନ୍ତି |
ଡେଡବଲର ମାନେ ହେଉଛି ସେହି ଓଭରେ ଡେଡବଲକୁ କାଉଁଟିଙ୍ଗ କରାଯିବ ନାହିଁ,ତାହା ସହିତ ବେଟିଂ କରୁଥିବା ଟିମକୁ ପାଞ୍ଚରନ ଦିଆଯାଇଥାଏ | ସବୁଠାରୁ ବଡ଼କଥା ଯେ ଯଦି ଏହି ପାଞ୍ଚରନ କାଲି ବାଙ୍ଗାଲାଦେଶକୁ ମିଳିଥାନ୍ତା ତେବେ ସେ ଖେଳରେ ବିଜୟଲାଭ କରିଥାନ୍ତ | ବିରାଟଙ୍କ ଫେକ ଫେଲଡିଂରେ ଲିଟନ ବେଟିଂ କରୁଥାନ୍ତି, ତୃତୀୟ ବଲକୁ ସେ ଅଫ ସାଇଡରେ ଖେଳି ରନ ନେଉଥିଲେ | ସେହିସମୟରେ ବଲ ସିଧା ଅସ୍ତିଙ୍କ ହାତକୁ ଯାଇଥିଲା ଏବଂ ସେ ବଲକୁ କିପରକୁ ଦେଇଥିଲେ କିନ୍ତୁ ବିରାଟ ମିଛରେ ବଲ ଧରିବା ବାହାନା କରି ଥ୍ରୋ କରିଥିଲେ | ଯାହାକି ଅମପେୟାର ନଜରକୁ ଆସିନଥିଲା ତେଣୁ ବିରାଟ ବଞ୍ଚିଯାଇଥିଲେ | ବୁଧବାର ଦିନ ହୋଇଥିବା ମ୍ୟାଚରେ ଭାରତ ଡଗବାର୍ଥ ଲୁଇସ ନିୟମ ମୁତାବକ ପାଞ୍ଚ ରନରେ ବଙ୍ଗାଳଦେଶକୁ ପରାସ୍ତ କରିଥିଲେ |ବିରାଟଙ୍କ ଏହି ଫେକ ଫିଲଡିଂ ଆଜି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।