ମଧୁମେହ ( Diabetes ) ର ଘରୋଇ ଉପଚାର | Home remedies

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ମଧୁମେୟ ବା ଡାଇବେଟିସ ଗୋଟିଏ ଏମିତି ରୋଗ ଯାହା ବର୍ତ୍ତମାନ ଘରେ ଘରେ ଲୋକଙ୍କ ପାଖରେ ଦେଖା ଯାଉଛି | ତେବେ ସେହି ଡାଇବେଟିସ ବା ମଧୁମେୟ ଭଳି ରୋଗ ହେବା ଯୋଗୁ ଆମ ଶରୀରରେ ଅନ୍ୟ ଜାଗାରେ ଅର୍ଥାତ ସ୍ନାୟୁ ରେ ଓ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ |ତେବେ ଯଦି ଆମେ ମାନେ ଏହିଭଳି ମଧୁମେୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଁଛେ ତାହେଲେ ଆମକୁ କେତେକ ଖାଦ୍ୟ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବାକୁ ପଡିବ | ତେବେ ଆସନ୍ତୁ ଘରେଇ ଉପାୟରେ ପ୍ରସ୍ତୁତ ଖାଦ୍ୟ ବିଷୟରେ ଜାଣିବା, ଯାହା ଯୋଗୁ ଆମେ ମାନେ ମଧୁମେୟ ଭଳି ରୋଗରୁ ମୁକ୍ତି ପାଇ ପାରିବା |

ମଧୁମେୟ ରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରୁଥିବା ଖାଦ୍ୟ ଗୁଡିକର ପ୍ରସ୍ତୁତି ଗୁଡିକ ହେଲା :-

1-ତେବେ ମଧୁମେୟ ରୁ ମୁକ୍ତି ପାଇବା ପାଇଁ ପ୍ରଥମ ଖାଦ୍ୟ ଟି ହେଲା କଲରା, ତେବେ ଆମେ ମାନେ କଲରା କୁ ମଧୁମେୟ ରୋଗ ପାଇଁକି ବ୍ୟବହାର କରି ପରିବା | କାରଣ କଲରା ରେ କେରୋଟିନ ରହିଥାଏ ଯାହା ଆମ ଦେହ ପାଇଁ ବହୁତ ଭଲ ହୋଇଥାଏ | ତେଣୁ କଲରା କୁ ଜୁସ କରିକି ବା ତରକାରୀ ତିଆରି କରିକି ଆମେ ମାନେ ବ୍ୟବହାର କରି ପାରିବା |

2-ବ୍ଲଡ଼ ରେ ସୁଗାର ଲେବୁଲ କୁ କମେଇବା ସହିତ କଲେଷ୍ଟେରଲ କୁ ଠିକ ରଖିବା ପାଇଁ ହେଲେ ଆମକୁ ଡାଲଚିନି ସାହାଯ୍ୟ କରିଥାଏ | ଯଦି ଆମେ ଗୋଟିଏ ବା ଦୁଇ ଖଣ୍ଡ ଡାଲଚିନି କୁ ନେଇକି ତାହାକୁ ପାଣି ରେ ଫୁଟାଇବା ଓ ତାହାକୁ ଛାଣି କି ଖାଲି ପେଟରେ ସକାଳେ ବ୍ୟବହାର କରିବା ତାହେଲେ ମଧ୍ୟ ମଧୁମେୟ ରୋଗ ରୁ ମୁକ୍ତି ପାଇପାରିବା |

3-ତେବେ ମଧୁମେୟ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମକୁ ମେଥି ର ଆବଶ୍ୟକତା ରହିଛି | ମେଥି କୁ ଦୁଇ ଚାମଚ ନେଇକି ତାହାକୁ ପାଣିରେ ରାତି ସାରା ଭିଜେଇକି ରଖିବା ଓ ସକାଳେ ଉଠିଲେ ତାହାକୁ ଛାଣିକି ଖାଇବା ଯୋଗୁ ବଡି ରେ ସୁଗାର ଲେବୁଲ ଠିକ ରହିଥାଏ |

4- ଡାଇବେଟିସ ରୁ ମୁକ୍ତି ପାଇବା ପାଇଁ ଆମେ ମାନେ କଳା ଜାମକୁଳି ର ମଞ୍ଜି କୁ ବ୍ୟବହାର କରି ପାରିବା | କାରଣ ସେଥିରେ ରହିଥାଏ ଗ୍ଲୁକୋସାଇଡ ଯାହା ମଧୁମେୟ ରୋଗ ପାଇଁ ଭଲ ହୋଇଥାଏ | ତେବେ କଳା ଜାମକୁଳି ର ମଞ୍ଜି କୁ ନେଇକି ଶୁଖେଇକି ତାକୁ ଗୁଣ୍ଡ କରିକି ଉଷୁମ ପାଣି ରେ ମିଶାଇ ପିଇଲେ ଆମେ ସେଥିରୁ ମୁକ୍ତି ପାଇଁ ପାରିବା |

5- ତେବେ ତୁଳସୀ ପତ୍ର କୁ ନେଇକି ତାହାକୁ ପାଣିରେ ଫୁଟେଇ ଛାଣି ଖାଇଲେ ତାହା ଆମକୁ ମଧୁମେୟ ରୁ ରକ୍ଷା କରିଥାଏ |

6-ବ୍ରୋକଲି, ଇସାଵଗ୍ଲୁ,ରସୁଣ କୁ ମଧ୍ୟ ଆପଣ ମାନେ ବ୍ୟବହାର କରି ପାରିବେ | ତାହା ଛଡା ଭୁଶୁଙ୍ଗା ପତ୍ର କୁ ପେଷ୍ଟ କରି ପାଣି ରେ ଫୁଟାଇ ପିଇବା ଯୋଗୁ ମଧ୍ୟ ଏଥିରୁ ମୁକ୍ତି ପାଇ ପାରିବା |

ତେବେ ଏହା ଥିଲା ଡାଇବେଟିସ ବା ମଧୁମେୟ ଭଳି ରୋଗ ରୁ ମୁକ୍ତି ପାଇବାର କେତେକ ଘରେଇ ଖାଇବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment