ତେବେ ବନ୍ଧୁଗଣ ଆମର ତ୍ୱଚା କୁ ସୁନ୍ଦର ଆଉ କଳାପଣ କୁ ଦୂର କରିବା ପାଇଁକି ଆମେ ସମସ୍ତେ ଚାହିଁଥାଉ | ଆଉ ସବୁବେଳେ କଳା ପଣ କୁ ଦୂର କରୁବା ସହିତ ସେସବୁ କୁ ଦୂର କରିବା ପାଇଁ ଆମେ ଅନେକ ସମୟରେ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ନେଇଥାଉ | ତେବେ ଆମ ଶରୀରରେ ଦେଖା ଯାଉଥିବା ସେହି ପ୍ରକାରର ଅସୁବିଧାରୁ ମୁକ୍ତି ପାଇବା ର ଆମ ପାଖରେ ଗୋଟିଏ ସହଜ ଆଉ ଘରେଇ ଉପଚାର ରହିଛି | ତାହେଲେ ସେହି ସବୁ ଘରେଇ ଉପଚାର କୁ ଆମେ କେତୋଟି ସହଜ କେତୋଟି ଘରେଇ ଉପକରଣ କୁ ବ୍ୟବହାର କରିକି ଭଲ କରି ପାରିବା | ତାହେଲେ ଆସନ୍ତୁ ସେହି ସହଜ ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ତେବେ ଆଜି କାଲି ଗୋରା ରହିବା ସହିତ ନିଜର ଶରୀରରେ ସମସ୍ତ ପ୍ରକାରର କଳା ଦାଗ କୁ ଦୂର କରି ଚମକୁଥିବା ତ୍ୱଚା ପାଇବା ପାଇଁକି ଆମେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାଉ | ତାହେଲେ ସେହି ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ସେମ୍ପୁ, ଲେମ୍ବୁ, ଲୁଣ
ପ୍ରସ୍ତୁତି ପ୍ରଣାଳୀ :-
କଳା ପଣ କୁ ଦୂର କରିବା ସହିତ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ ବୋତଲ ପାଣି ନେଇକି ତାହାକୁ ଗରମ କରିବା | ତାହାକୁ ଆମେ ଟବ ରେ ରଖିବା ଓ ସେଥିରେ ଗୋଟିଏ ଲେମ୍ବୁ ଆଣିକି ତାହାର ଅଧା ଫାଙ୍କ କୁ ଚିପୁଡ଼ିବା | ତାହା ପରେ ସେଥିରେ ଆମେ ଗୋଟିଏ ଚାମଚ ଲୁଣ ମିଶାଇବା | ତାହା ପରେ ସେ ସବୁ କୁ ଭଲ ଭାବରେ ମିକ୍ସ କରେଇବା | ତାହା ପରେ ଆମର ସେହି ଉପଚାର ଟି ପ୍ରସ୍ତୁତ ହୋଇଗଲା | ଏବେ ଆସନ୍ତୁ ଆମେ ଆମର ଗୋଡ଼ ଆଉ ହାତ ର କଳା ପଣ କୁ ଦୂର କରିବା ପାଇଁକି ସେହି ଉପଚାର ର ବ୍ୟବହାର ବିଷୟରେ ଜାଣିବା |
ବ୍ୟବହାର :-
ଏହି ଉପଚାର ର ବ୍ୟବହାର ପାଇଁକି ଆମେ ଗୋଡ଼ କୁ ସେହି ଟବ ରେ ପୂରେଇକି 5-10 ମିନିଟ ପର୍ଯ୍ୟନ୍ତ ରଖିବା | ତାହା ପରେ ଆମେ ଚିପୁଡ଼ା ଯାଇଥିବା ଲେମ୍ବୁ କୁ ନେଇକି ଗୋଡ଼ ଆଉ ହାତର କଳା ପଡିଥିବା ଜାଗାରେ ଘୋଷିବା ଓ ସଫା କରିବା | ତାହା ପରେ ସେଥିରେ ପାଦକୁ କାଢି ଆଣି ସଫା ପାଣିରେ ଧୋଇଦେବା |
ତେବେ ଏହି ଭଳି ଅତି ସହଜ ଘରେଇ ଉପଚାର କୁ ଏହି ସହଜ ଘରେଇ ଉପକରଣ କୁ ବ୍ୟବହାର କରିକି ଆମେ ଏହି କଳାପଣ କୁ ଦୂର କରି ପାରିବା | ତେବେ ଏହିଭଳି ଭାବରେ ଆମେ ଆମର ହାତ ଆଉ ଗୋଡ଼ ରେ ଥିବା କଳାପଣ କୁ ଦୂର କରିପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।