ବନ୍ଧୁଗଣ ବର୍ତମାନ କେତେକ ଯୁବକ ମାନଙ୍କ ଠାରେ ଯୌନ ଅକ୍ଷମତା ପରି ସମସ୍ୟା ଦେଖା ଦେଉଛି, ଯେଉଁଥି ପାଇଁ ଆଜିର ଏହି ଯୁବ ପିଢ଼ି ବହୁତ ଚିନ୍ତିତ ଅଛନ୍ତି |ତାଙ୍କର ଏହି ସମସ୍ୟାକୁ ବହୁତ ବଡ଼ ସମସ୍ୟା ବୋଲି ସେମାନେ ବ୍ୟସ୍ତ ହୋଇପଡନ୍ତି, ମୁଁ ଆଜି ଆପଣକୁ ଏହି ଯୌନ ଅକ୍ଷମତାର କାରଣ ଓ ନିରାକରଣ ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସମସ୍ୟାଟି କଣ ପାଇଁ ହେଉଛି, ଯୁବକ ସମାଜ ଏହାର ପ୍ରପର ଚିକିତ୍ସା କିପରି କରାଇବା ଉଚିତ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଯୌନ ଅକ୍ଷମତାର କାରଣ :-
ଯଦି ପୁରୁଷଙ୍କ ପେନିସ ପ୍ରୋପର ଭାବରେ ହାର୍ଡ ହୋଇନଥାଏ ସେତେବେଳେ ଯୌନ ଅକ୍ଷମତା ଦେଖାଯାଏ |ଯଦି ଜଣେ ପୁରୁଷଙ୍କ ଠାରେ ଟେଷ୍ଟରଜେନ ହରମୋନର ଅଭାବ ରହିଥାଏ ତେବେ ସେହି ପୁରୁଷ ଠାରେ ଯୌନ ଅକ୍ଷମତା ପ୍ରକାଶ ପାଇଥାଏ |ଯଦି ଜଣେ ପୁରୁଷ ଦୁର୍ବଳ ହୋଇଯିବା ସହିତ ତାର ସ୍ନାୟୁ ଗୁଡିକ ଦୁର୍ବଳ ହୋଇପଡେ, ତାହା ସହିତ ପୁରୁଷର ପେନିସକୁ ଯଦି ବ୍ଲଡ଼ ଫ୍ଲୋ ହେବା କମିଯାଏ ତେବେ ଏହି ସବୁ କାରଣ ପାଇଁ ମଧ୍ୟ ଯୌନ ଅକ୍ଷମତା ଦେଖାଯାଏ |
ଯଦି ଜଣେ ପୁରୁଷ ଯେକୌଣସି କାରଣ ପାଇଁ ମଧ୍ୟ ସର୍ବଦା ଷ୍ଟ୍ରେସରେ ରହେ ତେବେ ସେହି ବ୍ୟକ୍ତିଙ୍କ ଠାରେ ଏହି ଅକ୍ଷମତା ଦେଖାଯାଏ, ତାହା ସହିତ ସାଧାରଣ ଭାବରେ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପୁରୁଷ ମାନଙ୍କ ଠାରେ ଯୌନ ଅକ୍ଷମତା ଧୀରେ ଧୀରେ ହ୍ରାସ ପାଇଯାଏ |ଯେଉଁ ବ୍ୟକ୍ତି ମାନେ ରୋଗରେ ପୀଡିତ ଥାନ୍ତି ବା ବ୍ୟକ୍ତି ଯଦି ଡାଇବେଟିସ, ମେଦ ବହୁଳତା ଆଦି ରୋଗରେ ଅଧିକ ଦିନ ପୀଡିତ ଅଛନ୍ତି ତେବେ ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ଯୌନ ଅକ୍ଷମତା ଶୀଘ୍ର ଦେଖା ଦେଇଥାଏ |ଏହା ସହିତ ଯେଉଁ ବ୍ୟକ୍ତି ମାନେ ପ୍ରତ୍ୟେକ ଦିନ ଆବଶ୍ୟକ ଅନୁସାରେ ସୁଷମା ଖାଦ୍ୟ ଖାଉନାହାନ୍ତି ତେବେ ସେହି ବ୍ୟକ୍ତି ମାନଙ୍କ ଠାର ସ୍ନାୟୁ ଦୁର୍ବଳ ହୋଇଯାଏ, ଯାହାର ଖରାପ ପ୍ରଭାବ ପେନିସ ଉପରେ ପଡିଥାଏ ଫଳରେ ଯୌନ ଅକ୍ଷମତା ଦେଖାଯାଏ |
ଚିକିତ୍ସା :-
ଏହି ସମସ୍ୟା ଯଦି ବ୍ୟକ୍ତି ଠାରେ ରହିଥାଏ ତେବେ ଏହାର ପ୍ରପର ଡାଇଗ୍ନୋସିସ କରିବା ବହୁତ ସମୟ ଲାଗିଥାଏ, ଏହି ସମସ୍ୟା ବିଷୟରେ ସେହି ବ୍ୟକ୍ତିଙ୍କ ପାଖରୁ ନହେଲେ ତାଙ୍କ ପାର୍ଟନରଙ୍କ ପାଖରୁ ଭଲରେ ବୁଝିବା ଉଚିତ |ଏହି ସମସ୍ୟା ବିଷୟରେ ସମସ୍ତ କଥା ଡାକ୍ତର ବୁଝିବା ଉଚିତ ପରେ ସମସ୍ତ ପ୍ରକାର ଟେଷ୍ଟ କରି ଏହାର ପ୍ରକୃତ କାରଣ ବାହାର କରି ଏହାର ସମାଧାନ କରିବା ଉଚିତ |ଯୌନ ଅକ୍ଷମତାର ପ୍ରକୃତ କାରଣ ଜାଣିବା ସହିତ ପୀଡିତ ବ୍ୟକ୍ତିଙ୍କ ପେନିସକୁ ବ୍ଲଡ଼ ଫ୍ଲୋ କରିବା ପାଇଁ ଡାକ୍ତର ମିଡ଼ିସିନ ଦେଇଥାନ୍ତି |ଏହି ମିଡ଼ିସିନ ପେସେଣ୍ଟ କିଛି ଦିନ ଖାଇବା ଦ୍ଵାରା ତାଙ୍କର ଏହି ଯୌନ ଅକ୍ଷମତା ଧୀରେ ଧୀରେ ସମ୍ପୂର୍ଣ ଦୂର ହୋଇଯାଏ ଏବଂ ସେ ସମ୍ପୂର୍ଣ ସୁସ୍ଥ ହୋଇଯାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।