Odisha News Portal

Femily Tips – ପୁରୁଷଙ୍କ ଶୀଘ୍ରପତନ ସମସ୍ୟା ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ଛୁ ମନ୍ତର ହୋଇଯିବ ସବୁ ଟେନ୍‌ସନ୍, ଥରୁଟିଏ ନିଶ୍ଚୟ ଦେଖନ୍ତୁ ‌

ବିଭିନ୍ନ କାରଣରୁ ଆଜିକାଲି ର ଅଧିକାଂଶ ଯୁବପିଢି ମାନେ ଏକ ଅସ୍ବାଭାବିକ ଏବଂ ଅପ୍ରାକୃତିକ ଜୀବନ ଶୈଳୀ ଅତିବାହିତ କରୁଛନ୍ତି। ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଉଛି।ସେହି ସବୁ ସମସ୍ୟା ମାନଙ୍କ ଭିତରେ ବଡ଼ ସମସ୍ୟା ହେଉଛି ଯୌନ ସମସ୍ୟା। ଯାହା ସେମାନଙ୍କ ଜୀବନରେ ଏକ ଭିନ୍ନ ରଙ୍ଗ ଭରି ଦେଇଥାଏ। ତେଣୁ ଯୌନ ସମସ୍ୟା ଭିତରେ ପୁରୁଷଙ୍କ ଠାରେ ଧାତୁ କ୍ଷୟ, ଶୀଘ୍ରପତନ ଏକ ବିରାଟ ସମସ୍ୟା ଭାବେ ଆଜିର ସମୟରେ ଦେଖା ଦେଇଛି। ଯାହାର ବହୁତ କାରଣ ମଧ୍ୟ ରହିଛି। ଯେଉଁ କାରଣରୁ ଏଭଳି ସ୍ଥିତି କୁ ସମ୍ମୁଖୀନ ହେବାକୁ ପଡୁଛି।

ସେହି ସବୁ କାରଣ ମଧ୍ୟରୁ ସବୁଠାରୁ ମୁଖ୍ୟ କାରଣ ହେଉଛି ଅଶ୍ଳୀଳ ଫିଲ୍ମ ଦେଖିବା ଓ ପୁସ୍ତକ ପଢ଼ିବା ଏବଂ ନକାରାତ୍ମକ ଚିନ୍ତାଧାରା ପୋଷଣ କରିବା ବୋଲି କୁହା ଯାଉଛି। ଏହାଛଡା ଅତ୍ୟଧିକ ଚିନ୍ତା ରେ ରହିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ଧରାଯାଏ।ଆଉ ଏହି କାରଣରୁ ଗୋଟେ ପଟେ ଯୁବକଙ୍କର ଟେନ୍‌ସନ୍‌ ବଢ଼ି ସେମାନେ ମାନସିକ ଅବସାଦ ରେ ରହୁଥିବା ଦେଖିବାକୁ ମିଳୁଛି ଏବଂ ଅପରପକ୍ଷରେ ଏହାଦ୍ଵାରା ଶରୀର ମଧ୍ୟ ଦୁର୍ବଳ ହୋଇ ଯାଉଛି ଏବଂ ଅନେକାଂଶରେ ଅକାଳରେ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ମାଧ୍ୟମରେ ଏହାର ପ୍ରତିରକ୍ଷା କିପରି ଆପଣ କରି ପାରିବେ।

୧) ଅଶ୍ୱ ଗନ୍ଧା ଏବଂ ମୁଲହଟି ର ଉପଚାର- ଆପଣଙ୍କୁ ପ୍ରଥମେ ଅଶ୍ଵ ଗନ୍ଧା ୧୦୦ ଗ୍ରାମ,ମୁଳହଠି ୫୦ ଗ୍ରାମ୍‌ ଓ ଶତାବର ୨୦୦ ଗ୍ରାମ ନେଇ ଗୁଣ୍ଡ କରିବାକୁ ପଡ଼ିବ। ତାପରେ ଏହାକୁ କପଡ଼ାରେ ଛାଣି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣକୁ ଅଧ ଚାମଚ କ୍ଷୀର ସହ ସେବନ କଲେ ଶୀଘ୍ର ପତନ ସମସ୍ୟା ଦୂର ହେବ।

୨) ବଉଳ- ଆପଣ ବଉଳ ଗଛର ପତ୍ର, ଫୁଲ ଏବଂ ଫଳ, ଛାଲକୁ ସମାନ ପରିମାଣରେ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଏହାକୁ ପେଷି ଏକ କପଡ଼ାରେ ଏହାକୁ ଛାଣି ବୋତଲରେ ପୁରାଇ ଦିଅନ୍ତୁ।ଏହାକୁ ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ଲେଖାଏଁ ପାଣିରେ ମିଶାଇ ଖାଆନ୍ତୁ।

୩) ଜୁଆଣି- ଅଧ ଚାମଚ ଜୁଆଣି ରେ ମିଶ୍ରି ଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ଉଷୁମ କ୍ଷୀର ସହ ମିଶାଇ ତାକୁ ସେବନ କଲେ ଏହି ସମସ୍ୟା ଦୂର ହେବ।

୪) ଧନିଆ- ଧନିଆ ଓ ମିଶ୍ରି ଗୁଣ୍ଡକୁ ୧୦୦ ଗ୍ରାମ ଲେଖାଏଁ ମିଶାଇ ଏକ କାଚ ବୋତଲ ରେ ରଖନ୍ତୁ ଏବଂ ଏହାକୁ ସକାଳେ ଓ ସନ୍ଧ୍ୟା ସମୟରେ ଖାଲି ପେଟରେ ସେବନ କରନ୍ତୁ।

୫) ଅଶ୍ୱଗନ୍ଧା- ୫୦ ଗ୍ରାମ ଲେଖାଏଁ ଅଶ୍ୱଗନ୍ଧା ଏବଂ ନାଗକେସର ଓ ଜୁଆଣିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ସକାଳେ ଉଷୁମ କ୍ଷୀରରେ ମିଶାଇ ସେବନ କରନ୍ତୁ। ଶୀଘ୍ର ପତନ ସମସ୍ୟା ଦୂର ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।