ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ଅଟେ। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ , ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶୀଥଳତା ବା ଧ୍ଵଜଭଙ୍ଗ ହେବା।ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ଆଲୋଚନା କରିବାକୁ ଅଧିକାଂଶ ଲୋକେ ଅନିଚ୍ଛା ପ୍ରକାଶ କରିଥା’ନ୍ତି । ହେଲେ ଜାଣିବା ଦରକାର କି ଏହି ସମସ୍ୟାର ଚିକିତ୍ସା ଉପଲବ୍ଧ । ତେବେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ଦେଖାଯିବାର ମୁଖ୍ୟ କାରଣ ସବୁ କ’ଣ ? କେମିତି ଏହାର ଚିକିତ୍ସା କରିବେ ? ଜଣାଶୁଣା ୟୁରୋଲୋଜିଷ୍ଟ ତଥା ଆଣ୍ଡ୍ରୋଲୋଜିଷ୍ଟ ଡାକ୍ଟର ବିଶ୍ୱଜିତ ନନ୍ଦଙ୍କଠାରୁ ଆସନ୍ତୁ ଏ ବିଷୟରେ ଜାଣିବା।
ଯୌନ ଅକ୍ଷମତାର କାରଣ କ’ଣ ?
ଯୌନ ଅକ୍ଷମତା ହେବାର କାରଣ ହେଉଛି ହରମୋନ।ଯଦି ପୁରୁଷଙ୍କ ଶରୀରରେ ସିରମ୍ ଟେଷ୍ଟୋଷ୍ଟେରୋନ୍ କମିଯାଏ ତେବେ ଯୌନ ଅକ୍ଷମତା ସମସ୍ୟା ଦେଖାଦିଏ । ମାନସିକ ଚାପ କିମ୍ବା ସ୍ନାୟୁ ଦୁର୍ବଳ ହେଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।ଯୌନ ଅକ୍ଷମତା କେଉଁ ବୟସରେ ଅଧୂକ ଦେଖାଯାଏ ?ବୟସ ବଢିବା ସଙ୍ଗେ ସଙ୍ଗେ ପୁରୁଷ ମାନଙ୍କ ଠାରେ ଯୌନ ଅକ୍ଷମତା ଦେଖା ଦେଇଥାଏ।ପ୍ରାୟତଃ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଯୌନ ଅକ୍ଷମତା ଦେଖା ଦେଇଥାଏ ।
କାହିଁକି ହୁଏ ଯୌନ ଅକ୍ଷମତା ?
ସାଇକୋଲୋଜିକାଲ ଫ୍ୟାକ୍ଟର ଏହା ସାଧାରଣତଃ ବୟସ ହେଲେ ହୋଇପାରେ । ଏହାଛଡ଼ା ମାନସିକ ରୋଗ ,ମନରେ ଭୟ ହେଲେ ଯୌନ ଅକ୍ଷମତା ହୋଇପାରେ । ରକଯଦି ଜଣେ ପୁରୁଷଙ୍କୁ ଡାଏବେଟିସ୍ ହୁଏ ଓ କୋଲେଷ୍ଟ୍ରାଲ ବା ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧି ହୁଏ , ତେବେ ଯୌନାଙ୍ଗକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ । ଫଳରେ ଯୌନ ଅକ୍ଷମତା ହେବାର ଆଶଙ୍କା ଥାଏ । ଯଦି ଜଣେ ପୁରୁଷର ୩୦ରୁ ୪୦ ବର୍ଷ ବୟସ ପରେ ଯୌନ ଅକ୍ଷମତା ହୁଏ ତାହାହେଲେ ଭବିଷ୍ୟତରେ କାର୍ଡିଆକ୍ ରୋଗ ହେବାର ଆଶଙ୍କା ବହୁତ ଅଧିକ ନିୟମିତ ମଦ୍ୟପାନ , ଧୂମପାନ କରିବା ଦ୍ବାରା ମଧ୍ୟ ଯୌନ ଅକ୍ଷମତା ହୋଇପାରେ । ସୁଷମ ଖାଦ୍ୟ ସେବନ ନ କଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।
ଯୌନ ଅକ୍ଷମତାର ପରୀକ୍ଷଣ :-ଯୌନ ଅକ୍ଷମତାରେ ରକ୍ତ ପରୀକ୍ଷା , ସିରମ୍ ଟେଷ୍ଟୋଷ୍ଟେରୋନ୍ , ଲିପିଡ୍ ପ୍ରୋଫାଇଲ୍ , ରକ୍ତ ଶର୍କରା ଆଦି ପରୀକ୍ଷା କରାଯାଏ । ଏହାସହ ଡିପ୍ଲର୍ ପରୀକ୍ଷା କରାଯାଏ । ଏଥିରେ ବ୍ୟକ୍ତିଙ୍କୁ ଗୋଟେ ପ୍ରକାର ଔଷଧ ଦେଇ ଦେଖାଯାଏ ଯେ , ରକ୍ତ ପ୍ରବାହ କେତେ ଜୋରରେ ହେଉଛି । ଯଦି ରକ୍ତ ପ୍ରବାହ ସଠିକ୍ ଭାବେ ହେଉଛି , ତେବେ ଇରେକ୍ସନ୍ ଭଲ ହେଉଛି ବୋଲି ଜାଣିବା । ଏହାବ୍ୟତୀତ ଯୌନାଙ୍ଗର ଅଲଟ୍ରାସାଉଣ୍ଡ କରି ରକ୍ତ ପ୍ରବାହକୁ ମପାଯାଏ ।
ଯୌନ ଅକ୍ଷମତାର ଚିକିତ୍ସା କିପରି ହୁଏ?
ଯୌନ ଅକ୍ଷମତାର ଚିକିତ୍ସା କରିବା ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ହୋଇଥାଏ ଓ ରୋଗୀର ଜୀବନଶୈଳୀ ବିଷୟରେ ଜାଣିବା ନିହାତି ଜରୁରୀ। ଏହା ଛଡା ମେଡିସିନ୍ ଦ୍ଵାରା ଏହାର ଚିକିତ୍ସା କରାଯାଇଥାଏ। ଆବଶ୍ୟକ ହେଲେ ଯୌନାଙ୍ଗରେ ଏକ ଇଞ୍ଜେକ୍ସନ୍ ଦିଆଯାଏ। କିନ୍ତୁ ଆପଣ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାନ୍ତୁ।
କେମିତି ରୋକିବା ଯୌନ ଅକ୍ଷମତା ?ଲାଇଫ ଷ୍ଟାଇଲ ରେ ପରିବର୍ତ୍ତନ କରନ୍ତୁ। ବ୍ୟାୟାମ କରିବା ଜରୁରୀ , ମଦ୍ୟପାନ ଓ ଧୂମପାନ ସେବନ ବନ୍ଦ କରିବାକୁ ହେବାଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।