ପୁରୁଷ ମାନେ ନିଜର ସ୍ପର୍ମ ( Sperm ) କ୍ୱାଲିଟି ବଢାଇବା ପାଇଁ କରନ୍ତୁ ଏହି ଛୁଟିଆ ଉପାୟ -Dr. Dibyasree

ବିବାହ ପରେ ପ୍ରତ୍ୟେକ ଦମ୍ପତି ସନ୍ତାନଟିଏ ଚାହିଁ ଥାନ୍ତି। ଗୋଟିଏ ପିଲା ଜନ୍ମ କରିବାର ପାଇଁ ଯେତିକି ଭୂମିକା ନାରୀର ରହିଛି ଠିକ୍ ସେତିକି ଭୂମିକା ପୁରୁଷର ମଧ୍ୟ ରହିଛି। ତେବେ କିଛି ପୁରୁଷ ମାନଙ୍କ ସ୍ପର୍ମ କ୍ୱାଲିଟି ସ୍ପର୍ମ କାଉଣ୍ଟ ଭଲ ନଥାଏ।ସ୍ପର୍ମ କ୍ୱାଲିଟି ଖରାପ ହେବାରୁ ପୁରୁଷଙ୍କଠାରେ ଇନଫର୍ଟିଲିଟି ବା ବନ୍ଧ୍ୟାକରଣ ସମସ୍ୟା ବଢ଼ିଯାଏ । ଏହି କାରଣରୁ ପିତା ହେବାରେ ଅନେକ ସମସ୍ୟା ଦେଖାଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବାବଦରେ ଜଣାଇବୁ ଯାହା ଆପଣଙ୍କ ସ୍ପର୍ମ କ୍ୱାଲିଟି ରେ ଇମ୍ପ୍ରୋଭ କରିବ।

– ଆପଣ ନିଶା ଦ୍ରବ୍ୟ ଠାରୁ ଯେତେ ପାରିବେ ଦୂରେଇ ରୁହନ୍ତୁ। ଯଦି ଆପଣ ମଦ୍ୟପାନ ଧୁମ୍ରପାନ ଆଦି କରୁଛନ୍ତି ତେବେ ତୁରନ୍ତ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ନଚେତ୍ ପିତା ହେବାର ସମ୍ଭାବନା ବହୁତ କମ ହୋଇପାରେ ।

– ପାଳଙ୍ଗ ଶାଗ ଖାଇବା ଦ୍ଵାରା ସ୍ପର୍ମ କ୍ୱାଲିଟି ଭଲ ହୋଇଥାଏ। ପ୍ରତ୍ୟେକ ଦିନ ଆପଣ ପାଳଙ୍ଗ ଶାଗକୁ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ।

– ପ୍ରତିଦିନ ଡ୍ରାର୍କ୍ ଚୋକଲେଟ କିଛି ମାତ୍ରାରେ ଖାଆନ୍ତୁ। ଏହି ଡାର୍କ ଚକଲେଟ ରେ ରହିଛି ଅରୀଜନାଇନ ନାମ ଏମିନ ଏସିଡ ଯାହା କି ପୁରୁଷ ଙ୍କ ର ସ୍ପର୍ମ ବୃଦ୍ଧି କରିବା ରେ ସହାୟକ ହେଇଥାଏ I

– ସକାଳେ ଉଠିବା ପରେ ଆପଣ ଖାଲି ପେଟରେ ଦୁଇ ପାଖୁଡ଼ା ରସୁଣକୁ କଞ୍ଚା ଚୋବେଇ ଖାଆନ୍ତୁ ତା ପରେ ପାଣି ପିଅନ୍ତୁ। ରସୁଣ ପୁରୁଷ ଙ୍କ ର ସ୍ପର୍ମ ବୃଦ୍ଧି କରିବା ରେ ସହାୟକ ହେଇଥାଏ।

– ଭିଟାମିନ ସି ଜାତୀୟ ଖାଦ୍ୟ ଆପଣ ଅଧିକ ଖାଆନ୍ତୁ। ଆପଣ ଚାହିଁଲେ ଭିଟାମିନ ସି ର ଟ୍ୟାବ୍ଲେଟ ମଧ୍ୟ ନେଇ ପାରିବେ।

– ପ୍ରତିଦିନ ସକାଳେ ବ୍ରେକଫାଷ୍ଟ ରେ ଆପଣ ଗୋଟିଏ ସିଝା ଅଣ୍ଡା ନିହାତି ଭାବେ ନିଅନ୍ତୁ।ଅଣ୍ଡା ରେ ପ୍ରୋଟିନ ରହିଛି ଯାହା କୁ ପୁରୁଷ ଙ୍କ ସ୍ପର୍ମ କୁ ବୃଦ୍ଧି କରିଥାଏ ।

– ପ୍ରତ୍ୟେକ ଦିନ ଆପଣ ଗୋଟିଏ ପାଚିଲା କଦଳୀ ଖାଇ ପାରିବେ।

– ପ୍ରତିଦିନ କିଛି ଡ୍ରାଇଫ୍ରୁଟସ୍ ନିଅନ୍ତୁ। ଯେମିତିକି ୱାଲନଟ ଆଲମଣ୍ଡ ଏସବୁ ଆପଣଙ୍କ ସ୍ପର୍ମ କାଉଣ୍ଟକୁ ବୃଦ୍ଧି କରିଥାଏ। ତେବେ ଆପଣ ୱାଲନଟ ଆଲମଣ୍ଡ ଙ୍କୁ ରାତିରେ ଭିଜେଇ ଦିଅନ୍ତୁ ଆଉ ସକାଳେ ଏହାକୁ ସେବନ କରନ୍ତୁ।

– ଟ୍ରେସ ଠାରୁ ଆପଣ ଯେତେ ପାରିବେ ଦୂରେଇ ରୁହନ୍ତୁ। ଯେତେବେଳେ ବି ଆପଣ ଅଧିକ ଟ୍ରେସ ରେ ଥାନ୍ତି ସେତେବେଳେ ଏହାର ପ୍ରଭାବ ହୋର୍ମନ ଉପରେ ପଡ଼ିଥାଏ। ଯେଉଁ କାରଣରୁ ସ୍ପର୍ମ କାଉଣ୍ଟ କମି ଯାଇଥାଏ।

– ଆପଣ ଯଦି ଲେଟ୍ ରେ ଖାଉଛନ୍ତି କି ଲେଟ୍ ରେ ଶୋଉଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ।ପ୍ରତିଦିନ ରାତି ୯ ଟା ପୂର୍ବରୁ ଖାଇବା ପାଇଁ ଟ୍ରାଇ କରନ୍ତୁ ଏବଂ ରାତି ୧୧ ଟା ପୂର୍ବରୁ ଶୋଇବା ପାଇଁ ଟ୍ରାଇ କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment