ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଫ୍ୟାଟ୍ ଲସ୍ ଡ୍ରିଙ୍କସ୍ ବାବଦରେ କହିବୁ ଯାହା ଆପଣଙ୍କ ଶରୀରର ଚର୍ବିକୁ ଘିଅ ଭଳି ତରଳାଇ ଦେବ। ତେବେ ଆସନ୍ତୁ ଜାଣିବା ଏହି ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଓ ଏହାର ସେବନ ବାବଦରେ।
ଆବଶ୍ୟକ ସାମଗ୍ରୀ:-ଲେମ୍ବୁ , ଡାଲଚିନି, ଧନିଆ ପତ୍ର ଏବଂ ମହୁ
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଆପଣ ଦୁଇଟି ଲେମ୍ବୁକୁ ନିଅନ୍ତୁ। ଏବେ ଏହି ଲେମ୍ବୁକୁ ଭଲ ଭାବରେ ଧୋଇ ମଝିରୁ କାଟି ଦୁଇ ଫାଳ କରି ନିଅନ୍ତୁ ଏବେ ଏହି ଲେମ୍ବୁରୁ ମଞ୍ଜି ବାହାର୍ କରି ଏହାର ରସକୁ ବାହାର କରି ନିଅନ୍ତୁ।ଲେମ୍ବୁ ରସ ଶରୀରର ରହିଥିବା ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ।ଏହାପରେ ଏହି ଲେମ୍ବୁର ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ।ଲେମ୍ବୁର ଚୋପା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।ଏହାପରେ ଏକ ପାତ୍ରରେ ଏହି ସବୁ କଟା ଲେମ୍ବୁ ଚୋପାକୁ ଦେଇ ଏଥିରେ ଦୁଇଟି ଡାଲଚିନି ଖଣ୍ଡକୁ ପକାନ୍ତୁ। ଏବେ ଏଥିରେ ୨୦-୨୫ ଟି ଗୋଲ ମରିଚକୁ ପକାଇ ସେଥିରେ ୩ କପ୍ ପାଣି ଏଡ୍ କରନ୍ତୁ। ଏହାପରେ ଏ ସବୁ ସାମଗ୍ରୀକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ବଏଲ୍ କରି ନିଅନ୍ତୁ।
ତେବେ ଏସବୁ ଭଲ ଭାବରେ ବଏଲ୍ ହୋଇଯିବା ପରେ ଏଥିରେ କିଛି ଧନିଆ ପତ୍ର ପକାନ୍ତୁ।ଧନିଆ ପତ୍ର ମଧ୍ୟ ଓଜନ ହ୍ରାସ ଖୁବ୍ ଶୀଘ୍ର କରିଥାଏ। ଏହାପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ କଭର୍ କରି ରଖି ଦିଅନ୍ତୁ। ଏହାପରେ ଏହି ଡ୍ରିଙ୍କକୁ ଏକ ପାତ୍ରକୁ ଛାଣି ନିଅନ୍ତୁ। ଏବେ ପୂର୍ବରୁ ବାହାର୍ କରି ରଖିଥିବା ଲେମ୍ବୁ ରସକୁ ଏଥିରେ ଏଡ୍ କରନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଫ୍ୟାଟ୍ ଲସ୍ ଡ୍ରିଙ୍କସ୍। ଏବେ ଏହି ଡ୍ରିଙ୍କସ୍ କୁ ଆପଣ ଏକ ବୋତଲରେ ୭ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ।
ଏବେ ଆସନ୍ତୁ ଜାଣିବା ଏହି ଡ୍ରିଙ୍କସ୍ କୁ କିପରି ସେବନ କରିବେ:-
ଏକ କପ୍ ଡ୍ରିଙ୍କସ୍ କୁ ନେଇ ଏଥିରେ ଏକ ଛୋଟ ଚାମଚ୍ ମହୁ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ତେବେ ଏହାକୁ ଆପଣଙ୍କୁ ପ୍ରତିଦିନ ବ୍ରେକଫାଷ୍ଟ୍ କରିବା ପୂର୍ବରୁ ଏକ କପ୍ ଉଷୁମ ଉଷୁମ ପିଇବା ପାଇଁ ପଡିବ। ଆପଣ ଚାହିଁଲେ ଦିନକୁ ଦୁଇଥର ମଧ୍ୟ ସେବନ କରି ପାରିବେ। ଏହାକୁ ମାତ୍ର ଆପଣ ସାତ ଦିନ ସେବନ କରନ୍ତୁ ଆପଣ ନିଜେ ଏହାର ରେଜଲ୍ଟ ପାଇ ପାରିବେ। ଏହାକୁ ସେବନ କରିବାର ମାତ୍ର ୩ ଦିନ ମଧ୍ୟରେ ହିଁ ଆପଣଙ୍କୁ ଏହାର ଫାଇଦା ବାବଦରେ ଜାଣି ପାରିବେ। ଏହାକୁ ଆପଣ ଏକ ମାସ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରନ୍ତୁ। ଯାହା ଆପଣଙ୍କର ବେଲି ଫ୍ୟାଟ୍ କମ୍ କରିବା ସହ ଆପଣଙ୍କୁ ସ୍ଲିମ୍ ଶରୀର ପ୍ରଦାନ କରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।