ବନ୍ଧୁଗଣ ବର୍ତମାନ ବହୁତ କମ ବୟସରୁ ଅନେକ ବ୍ୟକ୍ତିଙ୍କ ପାଖରେ ଅଣ୍ଟା ବିନ୍ଧା ଓ ଜଏଣ୍ଟ ପେନ ପରି ଅନେକ ସମସ୍ୟା ଦେଖା ଦେଇଥାଏ |ଏହି ସମସ୍ୟା ଥିଲେ ବ୍ୟକ୍ତି ଯେତେ ଔଷଧ ଖାଇଲେ ମଧ୍ୟ ସମ୍ପୂର୍ଣ ଭଲ ହୋଇନଥାଏ |ଏହି ସମସ୍ୟାର ସମାଧାନ ପାଇଁ ମୁଁ ଆଜି ଆପଣକୁ ଏକ ଘରୋଇ ଉପଚାର ବିଷୟରେ କହିବି,ଯାହାକୁ କିଛି ଦିନ ଆପଣ ବ୍ୟବହାର କଲେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ଆବଶ୍ୟକ ସାମଗ୍ରୀ :-ରସୁଣ, ନଡ଼ିଆ ତେଲ, ରାଶି ତେଲ, ସୋରିଷ ତେଲ
ପ୍ରସ୍ତୁତି :-ଏହି ରିମିଡି ପ୍ରସ୍ତୁତ ପାଇଁ ଆପଣ ପ୍ରଥମେ ରସୁଣ ନିଅନ୍ତୁ, ଏଥିପାଇଁ ଆପଣ 10 ରୁ 12ଟି ରସୁଣ ପାଖୁଡା ନିଅନ୍ତୁ ଏବଂ ଏହାକୁ ଆପଣ ଅଳ୍ପ ବାଟି ନିଅନ୍ତୁ |ଏହି ରସୁଣ ବଟାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ, ପରେ ଏହି ବାଟରେ ଏକ ଚାମୋଚ ନଡ଼ିଆ ତେଲ ଏକ ଚାମୋଚ ରାଶି ତେଲ ଏବଂ ଏକ ଚାମୋଚ ସୋରିଷ ନେଇ ଏହାକୁ ଭଲରେ ମିକ୍ସ କରିଦିଅନ୍ତୁ |ଏହି ମିଶ୍ରଣକୁ ଆପଣ ଖରାରେ ବସାଇ ପ୍ରସ୍ତୁତ କରନ୍ତୁ|ଏହି ମିଶ୍ରଣ ଆପଣ ପ୍ରାୟ 10ଦିନ ଖରାରେ ବସାଇଲେ ଏହା ସମ୍ପୂର୍ଣ ପ୍ରସ୍ତୁତ ହୋଇପାରିବ |
ଯଦି ଆପଣ ଏହାକୁ ଶୀଘ୍ର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ସିଧା ସଳଖ ଗ୍ୟାସରେ ପ୍ରସ୍ତୁତ କରନ୍ତୁ ନାହିଁ |ଏହି ରିମିଡିକୁ ଶୀଘ୍ର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ରରେ କିଛି ପାଣି ନେଇ ଗ୍ୟାସରେ ଗରମ କରନ୍ତୁ ପରେ ଏହି ପାଣିରେ ତେଲ ଓ ରସୁଣର ମିଶ୍ରଣକୁ ଏକ ପାତ୍ରରେ ନେଇ ସେହି ପାଣିରେ ବସାନ୍ତୁ |ଏହି ତେଲକୁ ଆପଣ ଧିମା ଆଞ୍ଚରେ 10ରୁ 20ମିନିଟ ପ୍ରଯ୍ୟନ୍ତ ବଏଲ କରନ୍ତୁ |ପରେ ଆପଣ ଗ୍ୟାସ ବନ୍ଦକରି ଏହି ପାଣିରେ ଏହାକୁ ଏମିତି ରଖାନ୍ତୁ, ଏହି ମିଶ୍ରଣ ହାଲକା ଉଷମ ଥିବା ସମୟରେ ବାହାର କରି ଦିଅନ୍ତୁ |
ବ୍ୟବହାର :-ଏହି ପ୍ରସ୍ତୁତ ହୋଇଥିବା ତେଲକୁ ଆପଣ ଉଷମ ଥିବା ସମୟରେ ଅଣ୍ଟାରେ କିମ୍ବା ଆପଣଙ୍କ ଜଏଣ୍ଟ ପେନ ହେଉଥିବା ସ୍ଥାନରେ ଲଗାଇ ହାଲକା ଭାବରେ ମାଲିସ କରିଦିଅନ୍ତୁ |ଏହି ତେଲକୁ ଆପଣ ଦିନରେ ଦୁଇ ଥର ମାଲିସ କରନ୍ତୁ, ଏହି ପରି ଆପଣ ଏକ ମାସ ପ୍ରଯ୍ୟନ୍ତ ପ୍ରତ୍ୟେକ ଦିନ ମାଲିସ କରନ୍ତୁ |ଏହି ପରି ଲଗାତାର କରିବା ଦ୍ଵାରା ଅପଣଂକର ଜଏଣ୍ଟ ପେନ ଓ ଅଣ୍ଟା ଯନ୍ତ୍ରଣା ପରି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଆପଣକୁ ଆଉ କେବେବି ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ, ଏହା ସହିତ ଆପଣ ଯଦି ପ୍ରତ୍ୟେକ ଦିନ ଖାଦ୍ୟରେ ଦୁଇରୁ ତିନୋଟି ରସୁଣ ପାଖୁଡା ଖାଆନ୍ତି ତେବେ ଏହାଦ୍ୱାରା ମଧ୍ୟ ଆପଣ ବହୁତ ଫାଇଦା ପାଇଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।