Special Tips – ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ଓ ଦାଗ କୁ ଭଲ କରିଦିଏ ଏହି ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ରହିବା ଅତ୍ୟନ୍ତ ଜରୁରୀ ଅଟେ , କାରଣ କୌଣସି ବ୍ୟକ୍ତି ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିଲେ ତାଙ୍କ ପାଇଁ ସବୁକିଛି କାର୍ଯ୍ୟ କରିବା ସହଜ ହୋଇ ଯାଇଖାଏ । ମାତ୍ର ଅନ୍ୟପକ୍ଷରେ ଯଦି ବ୍ୟକ୍ତି ଙ୍କ ଠାରେ ଧନ ରତ୍ନ ଟଙ୍କା ପଇସା ସବୁକିଛି ରହିଥାଏ କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥାଏ ତେବେ ସେ ଧନ ରତ୍ନର ର କୌଣସି ମୂଲ୍ୟ ନଥାଏ । ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ ।

ବର୍ତ୍ତମାନ ର ସମୟରେ ଅଧିକାଂଶ ଲୋକମାନଙ୍କ ଠାରେ ଚର୍ମ ଜନିତ ସମସ୍ୟା ଦେଖାଯାଉଛି । ଯେପରିକି ଯାଦୁ , କାଛୁ , କୁଣ୍ଡିଆ ଇତ୍ୟାଦି ଏହି ସବୁ ଚର୍ମ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ମେଡିସିନ ପ୍ରୟୋଗ କରିଥାନ୍ତି କିନ୍ତୁ ସେଥିରେ କୌଣସି ଉପଶମ ମିଳି ନଥାଏ । ସାଧାରଣ ଭାବରେ କହିବାକୁ ଗଲେ ଯେତେବେଳେ ଆମ ଶରୀରରେ କୌଣସି ସ୍ଥାନରେ ଝାଳ ବୋହି ହୋଇ ରହିଥାଏ ବା ଦୂଷିତ ଜଳର ବ୍ୟବହାର କରିଥାଉ । ସେତେବେଳେ ଆମ ଶରୀରରେ କେତେକ ସ୍ଥାନରେ ଏପରି ଚର୍ମ ଜନିତ ରୋଗ ଦେଖା ଯାଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହାକୁ ଛୁଇଁବା ମାତ୍ରେ ଅଧିକ ମାତ୍ରାରେ ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ , ଯାହା କରିବା ଦ୍ୱାରା ମାତ୍ର କେତୋଟା ଦିନରେ ଆପଣଙ୍କର ସମସ୍ତ ପ୍ରକାର ଚର୍ମ ରୋଗ ଗାଏଫ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ନିମ୍ୱୁପତ୍ର
2. ନଡିଆତେଲ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ କେତେଗୁଡିଏ ନିମ୍ୱ ପତ୍ର ନେଇ ତାକୁ ଛିଣ୍ଡାଇ ଧୋଇ ଦିଅନ୍ତୁ ଏବଂ ତାହାକୁ ଗ୍ରାଇଣ୍ଡି କରି ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଅନ୍ୟ ଏକ ପାତ୍ରରେ ଦୁଇ ଚାମଚ ନଡିଆ ତେଲ ନିଅନ୍ତୁ । ସେଥିରେ ନିମ୍ୱ ପତ୍ରର ପେଷ୍ଟକୁ ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଉପଚାରଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛି ।

ବ୍ୟବହାର ପ୍ରଣାଳୀ :-

ବର୍ତ୍ତମାନ ଯାଦୁ ହୋଇଥିବା ସ୍ଥାନକୁ ଭଲ ଭାବରେ ଉଷମ ପାଣିରେ ଡେଟଲ ପକାଇ ସଫା କରି ନିଅନ୍ତୁ । ଏହାପରେ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ଯାଦୁ , କାଛୁ , କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଭଲ ଭାବରେ ଲଗାଇ ସାରିବା ପରେ 2-3 ମିନିଟ ପର୍ଯ୍ୟନ୍ତ ମସାଜ କରି ନିଅନ୍ତୁ , ଏହାପରେ 3-4 ମିନିଟ ଛାଡି ଦିଅନ୍ତୁ ।

କିନ୍ତୁ ଆପଣ ମାନେ ଏହାକୁ ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏବଂ ରାତି ଯାକ ସେମିତି ଛାଡି ଦିଅନ୍ତୁ । ସକାଳ ହେବା ମାତ୍ରେ ଥଣ୍ଡା ପାଣିରେ ସଫା କରି ନିଅନ୍ତୁ , ଏହିପରି ନିୟମିତ 15 ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ଚର୍ମ ଜନିତ ସମସ୍ୟା ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment