ପୁରୁଣା କଳା ହଳଦିଆ ଦାନ୍ତ ” whiten Teeth ” ମୋତି ଭଳି ଚମକିବ ( କେବଳ ୨ ମିନିଟ୍ ରେ ) |କରନ୍ତୁ ଏହି ଛୁଟିଆ ଉପାୟ….

ଦାନ୍ତ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଦୈନଦିନ ଜୀବନର ମନୁଷ୍ୟ ଖାଇବା ପିଇବା ଯେପରି ଜରୁରୀ ଦାନ୍ତକୁ ପରିଷ୍କାର ରଖିବା ମଧ୍ୟ ସେତିକି ଜରୁରୀ ହୋଇଥାଏ। କିନ୍ତୁ ଗୁଟୁକା, ପାନ, ସିଗାରେଟ୍ ଏବଂ ମଦ ଯାହା ଦ୍ଵାରା ଆମ ଦାନ୍ତର ଧଳାପଣ ନଷ୍ଟ ହୋଇ ଯାଇଥାଏ। ଦାନ୍ତ ହଳଦିଆ ହୋଇଯାଏ। ଦାନ୍ତରେ ବ୍ୟାକ୍ଟେରିଆ ଏତେ ଶୀଘ୍ର ସଂକ୍ରମଣ କରି ଯାଇଥାଏ କି ଦାନ୍ତ ଝାଡ଼ିବା ଆରମ୍ଭ ହୋଇଯାଏ। ତାପରେ ଏପରି ସମୟ ଆସିଥାଏ ଯେ ଆମ ଦାନ୍ତ କଳା ଦେଖା ଯାଇଥାଏ।
ତେବେ ଆପଣ ଯଦି ଆପଣଙ୍କ ଗନ୍ଧିଆ ହଳଦିଆ ଦାନ୍ତ ପାଇଁ ଚିନ୍ତିତ ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଦାନ୍ତକୁ ମୋତି ଭଳି ଚମକାଇ ଦେବ। ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାରକୁ ଆମେ କିପରି ବନାଇବ ଏବଂ କିପରି ଏହାର ପ୍ରୟୋଗ କରିବା।
ପ୍ରସ୍ତୁତି ପ୍ରଣାଳୀ:-
ଏଥିପାଇଁ ଆପଣ ପ୍ରଥମେ ଆପଣ ୩-୪ ଟି ରସୁଣ ପାଖୁଡ଼ା ନିଅନ୍ତୁ। ଏବେ ଆପଣ ରସୁଣର ଚୋପା ଛଡାଇ ଭଲ ଭାବରେ ରସୁଣକୁ ଛେଚି ଏହାର ପେଷ୍ଟ ବନାନ୍ତୁ। ଏହା ପରେ ଆପଣ ଏଥିରେ ହ୍ବାଇଟ ଟୁଥ ପେଷ୍ଟ ଏଡ୍ କରନ୍ତୁ। ଗୋଟିଏ ଥର ବ୍ରସ୍ ପାଇଁ ଆପଣ ଯେତିକି ପେଷ୍ଟର ବ୍ୟବହାର କରନ୍ତି ସେତିକ ପେଷ୍ଟ ଆପଣ ନେଇ ପାରିବେ। ଏହାପରେ ଏଥିରେ ଆପଣ ଦୁଇ ରୁ ତିନି ଚିମୁଟା ହଳଦୀ ଗୁଣ୍ଡ ପକାନ୍ତୁ। ଏବେ ଏଥିରେ ଆଠ ରୁ ଦଶ ଟୋପା ଲେମ୍ବୁ ରସ ନିଅନ୍ତୁ। ଏହାପରେ ଆପଣ ଏଥିରେ ଗୋଟିଏ ଚିମୁଟା ଖାଇବା ସୋଡା ମିଶାଇ ଦିଅନ୍ତୁ। ଯେଉଁ ଖାଇବା ସୋଡା ଆପଣ ପକୁଡ଼ି ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାନ୍ତି। ଏବେ ଏହି ସବୁ ସାମଗ୍ରୀକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ। ଯେତେବଳେ ଏହାକୁ ଆପଣ ମିକ୍ସ୍ କରିବେ ଦେଖିବେ ଏହା ଏକ ଭଲ ପେଷ୍ଟ ବନିଯିବ।

ପ୍ରୟୋଗ:-
ଏବେ ଆପଣ ଏହି ପେଷ୍ଟକୁ ବ୍ରସ୍ ସାହାଯ୍ୟରେ ନେଇ ଭଲ ଭାବରେ ନିଜ ଦାନ୍ତକୁ ପରିଷ୍କାର କରନ୍ତୁ। ଏହାକୁ ଆପଣ ସବୁଦିନ ପାଇଁ ବ୍ରସ୍ କରିବାକୁ ପଡ଼ିବନି। ଆପଣ ଏହାକୁ ସପ୍ତାହରେ କେବଳ ଦୁଇ ଦିନ କରିବାର ଅଛି। ଗୋଟେ ଦୁଇ ଦିନ ଛାଡ଼ି ଆପଣ ଏହି ପେଷ୍ଟ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ। ଏହାର ରେଜଲ୍ଟ ଆପଣଙ୍କୁ ପ୍ରଥମ ଦିନରୁ ହିଁ ମିଳିବାକୁ ଲାଗିବ। କିନ୍ତୁ ଏଥିପାଇଁ ଆପଣ ପ୍ରଥମେ ଗୁଟୁକା, ପାନ, ସିଗାରେଟ୍ ଏବଂ ମଦ ଇତ୍ୟାଦିକୁ ବର୍ଜନ କରନ୍ତୁ। ଏହାପରେ ଆପଣଙ୍କ ଦାନ୍ତର ହଳଦିଆ ପଣ ଦୂର ହୋଇଯିବ ଏହା ସହିତ ଆପଣଙ୍କର ଦାନ୍ତ ମୋତି ଭଳି ଚମକି ଉଠିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment