Odisha News Portal

ବିରଳ ଘଟଣା : ହେ ଭଗବାନ ! ପୁରୀ ପତିତ ପାବନ ବାନାରେ ପଡିଲା ଶୁନ୍ୟ ଗଣ୍ଠି, କ’ଣ ଏହା ବିପଦର କାରଣ ?

ପୁଣି ଥରେ ଶ୍ରୀମନ୍ଦିର ପୁରୀ ରେ ଘଟିଛି ଏମିତି ଏକ ଅଲୌକିକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଶ୍ରୀମନ୍ଦିର ରେ ଏକ ଅଦ୍ଭୁତ ପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ବଡ଼ ଦେଉଳର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି। ଏହିଭଳି ଏକ ବିରଳ ଘଟଣା ଗତକାଲି ଦେଖିବାକୁ ମିଳିଥିଲା। ଗତକାଲି କାଳବୈଶାଖୀ ଜନିତ ପବନ ଓ ବର୍ଷା କାରଣରୁ ଶ୍ରୀମନ୍ଦିରର ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା।ଆଉ ଏହି ସମୟରେ ମୁଖ୍ୟ ଧ୍ୱଜା ବନ୍ଧା ଯାଇଥିବା ବାଉଁଶ ଟି ନଇଁ ପଡ଼ିଥିଲା, କିନ୍ତୁ ଧ୍ୱଜା ସେହିପରି ଅକ୍ଷୁର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା।କିନ୍ତୁ ସନ୍ଧ୍ୟାବେଳେ ଏହି ଧ୍ଵଜା ପରିବର୍ତ୍ତନ କରିବା ପାଇଁ ସେବକ ପହଞ୍ଚିବା ପରେ ସେଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସନ୍ଧ୍ୟାବେଳେ ଏକ ବିରଳ ଘଟଣା ସେଠାରେ ଦେଖିବାକୁ ମିଳିଥିଲା ଯେ ସେହି ନୀଳଚକ୍ର ବାନାରେ ଗଣ୍ଠି ପଡି ଯାଇଥିଲା। ଏହାକୁ ଶୂନ୍ୟ ଗଣ୍ଠି ବୋଲି କୁହା ଯାଇଥାଏ।ତେବେ ଏହି ଶୂନ୍ୟ ଗଣ୍ଠି କୁ ନେଇ ଅନେକ ବିଶ୍ୱାସ ରହିଛି।କୁଆଯାଏ ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାର କିମ୍ବାବା ଡ୍ରଇଁ ରୁମ୍‌ରେ ରଖିବା ଦ୍ବାରା ଏଗୁଡ଼ିକୁ ଘରେ ରହିଲେ ପ୍ରାକୃତିକ ଦୁର୍ବିପାକ ତଥା ଗ୍ରହ ଆଦିରୁ ଆସୁଥିବା ବାଧାବିଘ୍ନରୁ ରକ୍ଷା ଦେଇଥାଏ। ଏହିଭଳି ବିଶ୍ୱାସ ରହିଛି ଶୂନ୍ୟ ଗଣ୍ଠି କୁ ନେଇ।ତେବେ ସାଧାରଣତଃ ଏହି ଶୂନ୍ୟ ଗଣ୍ଠିକୁ ଖୋଲିବା ସହଜ ହୋଇ ନଥାଏ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ।

କିନ୍ତୁ ସାଧାରଣ ଭାବରେ ଆମେ ଦଉଡ଼ି ଇତ୍ୟାଦିରେ ଯେଉଁ ଗଣ୍ଠି ପକାଇ ଥାଉ, ତାହା ଖୋଲି ସହଜରେ ଖୋଲି ଯାଏ। ତେବେ ମନ୍ଦିରର ସେବକଙ୍କ କହିବା ଅନୁସାରେ ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇ ଯିବା ଫଳରେ ସେଥିରେ ଏହି ଗଣ୍ଠି ବା ଶୂନ୍ୟ ଗଣ୍ଠି ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ତାହା କିଛି ବୁଝି ହୁଏ ନାହିଁ। ତେବେ ଗତକାଲି ଘଟିଥିବା ଏହିଭଳି ଏକ ବିରଳ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସୂଚନା ଅନୁସାରେ ଅନେକ ବର୍ଷ ପରେ ଶ୍ରୀ ମନ୍ଦିରରେ ଏହି ଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି।ତେବେ ଏହି ଘଟଣା ଘଟିବା ପରେ ଏହାକୁ ନେଇ ବରିଷ୍ଠ ଚୁନରା ସେବକ ଡକ୍ଟର ଶରତ ମହାନ୍ତି କହିଛନ୍ତି ଯେ ଯେତେବେଲେ ବି ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗା ଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୫୧ ହାତିଆ ବାନା ପରିବର୍ତ୍ତେ ୧୪ହାତିଆ ବାନା ଲାଗୁଛି ସେବେଠାରୁ ଆଉ ପ୍ରାୟତଃ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। କିନ୍ତୁ ଗତକାଲି କାଳ ବୈଶାଖୀ ଫଳରେ ଏଭଳି ଏକ ବିରଳ ଦୃଶ୍ୟ ବହୁତ୍ ଦିନ ପରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।