Odisha News Portal

ଦେଖନ୍ତୁ ଭିଡ଼ିଓ – ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ…

ବନ୍ଧୁଗଣ ପୁଣି ଏବେ ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣାର ସ୍ପଷ୍ଟ ଚିତ୍ର। ଯାହା ବୟାନ କରୁଚି କିପରି ଭାବରେ ସମସ୍ୟା ଆମ ସମ୍ମୁଖକୁ ଆସିଥାଏ ଏବଂ ଏହା ଏକ ଦୁଃଖଦ ଏବଂ ଅଭାବନୀୟ ସ୍ଥିତି ସୃଷ୍ଟି କରିଥାଏ। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ପୁରୀ ଶ୍ରୀ ମନ୍ଦିରରେ। ଏଠାରେ ମନ୍ଦିର ସମ୍ମୁଖରେ ଘଟିଲା ଏକ ଏମିତି ଅଭାବନୀୟ ଘଟଣା, ଯେଉଁ ଘଟଣାରେ ମାତ୍ର ଅଳ୍ପକେ ବର୍ତ୍ତିଲା ଏକ ନାବାଳିକାର ଜୀବନ। ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡ ରେ କୌଣସି ମତେ ଫସି ଯାଇଥିଲା ଏକ ଶିଶୁକନ୍ୟା ଏବଂ ସେହି ପିଲାଟି ବହୁ ସମୟ ଧରି ବ୍ୟାରିକ୍ୟାଡରେ ସେମିତି ଫସି ଯାଇ ରହି ଥିଲା।

ତେବେ ଯେତେବେଳେ ଘଟଣା ସମ୍ପର୍କରେ ଲୋକେ ଅବଗତ ହେଲେ ସେତେବେଳେ ଏହି ପ୍ରଶ୍ନ ମୁଣ୍ଡକୁ ଆସିବା ସ୍ୱାଭାବିକ ଥିଲା ଯେ ମାତ୍ର ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି  ବ୍ୟାରିକେଡ ରେ ଫଶି ହୋଇ ରହି ଗଲା। ତେବେ ଯାହା ସୂଚନା ରହିଛି ଏହା କିପରି ସମ୍ଭବ ହେଲା ତାହା ସ୍ଫଷ୍ଟ ହୋଇ ପାରିନାହିଁ। ତେବେ ଏତିକି କହି ହେବ ଯେ ମୁଣ୍ଡଟି ବହୁ ସମୟ ଧରି ବ୍ୟାରିକେଡ ରେ ରହି ଯାଇଥିଲା। ଆଉ ଶେଷରେ ଅନେକ ଚେଷ୍ଟା ପରେ ସାବଧାନତା ର ସହ ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଉଦ୍ଧାର କରିଥିଲା ଏହି ଶିଶୁ କନ୍ୟାକୁ। ତେବେ ଆମେ ଆପଣଙ୍କୁ କହି ରଖୁଛୁ କି ମିଳିଥିବା ସୂଚନା ସୂଚନା ଅନୁସାରେ ଭବାନୀପାଟଣାର ଏକ ପରିବାର ପୁରୀ ଦର୍ଶନ ପାଇଁ ଆସିଥିଲେ।

ପରେ ଚପଲ ଷ୍ଟାାଣ୍ଡ ପାଖରେ ପିଲାଟିର ମୁଣ୍ଡ କୌଣସି ମତେ ବ୍ୟାରିକେଡରେ ଫସି ଯାଇଥିଲା। ଯାହାର କାରଣ କାହାକୁ ଜଣା ପଡ଼ିନାହିଁ। ତେବେ ଚପଲ ଷ୍ଟାଣ୍ଡ ନିକଟ ବାରିକେଡରେ କିପରି ଭାବରେ ଏମିତି ପ୍ରକାରର ଫସିଗଲା ଶିଶୁ କନ୍ଯାର ମୁଣ୍ଡ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହା ଅନୁମାନ କରା ଯାଉଛି ଲୁହା ରଡ୍ ଫାଙ୍କରେ ମୁଣ୍ଡ ଭର୍ତ୍ତି କରୁଥିବା ବେଳେ, ଫସିଗଲା ୪ ବର୍ଷର ଶିଶୁ କନ୍ୟା ର ମୁଣ୍ଡ। ଯାହାବି ହେଉ ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ କଟରରେ ସେହି ଲୁହାରଡ୍ କଟାଯିବା ପରେ ଯାଇ ଶେଷରେ ଶିଶୁ କନ୍ୟାକୁ ସେଠାରୁ ଉଦ୍ଧାର କରା ଯାଇଥିଲା।

ତେବେ ଏତିକି କେବଳ ଜଣା ପଡ଼ିଛି ଯେ ଶିଶୁଟି  ଭବାନୀପାଟଣାରୁ ପରିବାର ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲା।ଏହି ଘଟଣା ଘଟିବା ପରେ ବହୁ କଷ୍ଟରେ ପିଲାଟିକୁ ସେଠାରୁ ଉଦ୍ଧାର କରିବା ପରେ ସମସ୍ତେ ଜୟ ଜଗନ୍ନାଥ ଧ୍ୱନି ଦେଇଥିଲେ। ମହାପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ପିଲାଟିକୁ ସେଠାରୁ ଉଦ୍ଧାର କରା ଯାଇ ପାରିଛି। ମହାପ୍ରଭୁ ଙ୍କ ମାଟିରେ ଭକ୍ତର ଉଦ୍ଧାର ପୂର୍ବକ ଜୟ ହୋଇଛି ବୋଲି କୁହା ଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।