ପୁରା ‘ପୁଷ୍ପା’ ଷ୍ଟାଇଲରେ ଅରୁଣାଚଳ ପ୍ରଦେଶରୁ ଓଡିଶାକୁ ହେଉଥିଲା ଚୋରା ମଦ ବେପାର… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ସାମ୍ନାକୁ ଆସିଛି ଏବେ ଏମିତି ଏକ ଖବର ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଯେଉଁଠି ଫିଲ୍ମ୍ ଷ୍ଟାଇଲ ରେ ହୋଇଛି ଡକାୟତି। ପୁଷ୍ପା ଫିଲ୍ମ୍ ଦେଖି ସେହିଭଳି ଭାବରେ ମଦ ଚାଲାଣ କରିବା ଭଳି ଘଟଣାର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଫିଲ୍ମ୍ ଦେଖି ଫିଲ୍ମ୍ ଷ୍ଟାଇଲ ରେ ଏଠାରେ କିପରି ଜଣେ ବ୍ୟକ୍ତି ମଦ ଚାଲାଣ କରିଛନ୍ତି ତାହା ଜଣା ପଡ଼ିଛି। ପୁଣି ଏହି ମଦ ଚାଲାଣ ରାଜ୍ଯ ଭିତରେ ନୁହେଁ, ବରଂ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟରୁ। ଯାହା ଜଣା ପଡ଼ିଛି ଅରୁଣାଚଳ ପ୍ରଦେଶ ରୁ ଓଡ଼ିଶା କୁ ହେଉଥିଲା ଏହି ମଦ ଚାଲାଣ।ଆଉ ଯେଉଁ ଡ୍ରାଇଭର ଏହାକୁ କରୁଥିଲେ ସେ ମଧ୍ୟ ଏବେ ଧରା ପଡିଛନ୍ତି।

ସିଧାସଳଖ ଭାବରେ ଗାଡ଼ିରେ ହେଉଥିଲା ମଦ ଚାଲାଣ ଏବଂ ଦୀର୍ଘ ୧୧ ଦିନର ସର୍ଚ୍ଚ ଅପରେସନ ଜାରି ରଖିବା ପରେ ଏବେ ଏହି ଅଭିଯୁକ୍ତ ଏବଂ ମଦ ବୋଝେଇ ଗାଡିକୁ ଜବତ କରିଛି ଅବକାରୀ ବିଭାଗ। ଏହାକୁ ନେଇ ପୋଲିସ ତାର ପ୍ରତିକ୍ରିୟା ରଖିଛନ୍ତି ଯେ କିପରି ଭାବରେ ଯୋଜନା ମୁତାବକ ଖବର ପାଇବା ପରେ ଏହାକୁ ଧରିବାକୁ ସକ୍ଷମ ହୋଇଥିଲା। ତେବେ ଏହି ଘଟଣା ଘଟାଇବା ପଛର କାରଣ, ଯାହାକୁ ଜାଣିଲେ ଆପଣ ବି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଦେଖିଥିବେ ଏବେ ସମସ୍ତେ ଚର୍ଚ୍ଚାରେ ଥିବା ଫିଲ୍ମ୍ ପୁଷ୍ପା କୁ ନେଇ ଅନେକ ଅଭିନୟ ଦେଖାଉ ଅଛନ୍ତି।

ଆଉ ଏବେ ଏହାକୁ ନେଇ ଏହିଭଳି ଏକ କଳା କାରନାମା, ଭୟଙ୍କର ଚୋରା ମଦ ଚାଲାଣ ର ଘଟଣା ସାମ୍ନାକୁ ଆସିଛି। ଫିଲ୍ମ୍ ସହିତ ବାସ୍ତବ ଦୁନିଆକୁ ସମାନ କରିବାରୁ ଚାହୁଁଥିବା ଜଣେ ଯୁବକ କିନ୍ତୁ ଏବେ ପୋଲିସ୍ କବଜା ରେ ରହିଛନ୍ତି।ଏହି ଘଟଣାରେ ପୁଷ୍ପା ନଇଁଛନ୍ତି ଏବଂ ପୋଲିସ୍ ଆଗରେ ଧରା ବି ପଡିଛନ୍ତି।ଏହି ଯୁବକ ଜଣେ ଡ୍ରାଇଭର ଅଟନ୍ତି। ଯିଏକି ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ୍ ଥରେ ନୁହେଁ ବରଂ ୩ ଥର ତାଙ୍କର ମୋବାଇଲ୍ ରେ ଦେଖି ଫିଲ୍ମ୍ ରେ ଦେଖା ଯାଇଥିବା ଭଳି ଅପରାଧ କରିବାକୁ ଆଗେଇ ଗଲେ। କିନ୍ତୁ ସେ ଏବେ ପୋଲିସ୍ ହାତରେ ଧରା ପଡିଗଲେ। ଅରୁଣାଚଳ ପ୍ରଦେଶ ରୁ ଓଡ଼ିଶାକୁ ମଦ ଚାଲାଣ କରିବା ସମୟରେ ଏହି ଡ୍ରାଇଭର ଜଣଙ୍କ ଧରା ପଡିଛନ୍ତି ବୋଲି ଜଣା ପଡିଛି।

ତେବେ ସୂଚନା ଅନୁସାରେ ଚେକ୍ ପଏଣ୍ଟ କୁ ଫାଙ୍କି ଚାଲି ଯାଉଥିବା ସମୟରେ ତାଙ୍କୁ ସନ୍ଦେହ କରି କାବୁ କରିଥିଲା ପୋଲିସ୍। ଓଡ଼ିଶା ପୋଲିସ୍ ର ଚେକିଙ୍ଗ ବେଳେ ଧରା ପଡିଥିବା ଏହି ଟ୍ରକ୍ ରୁ ଜବତ ହୋଇଛି ଅନେକ ମଦ ପେଟି।ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ମଦ ଚାଲାଣ ବେଳେ ଯେତେବେଳ ଡ୍ରାଇଭର ଜଣଙ୍କ ଧରା ପଡ଼ିଥିଲେ ସେତେବେଳ ସେ ଧରାପଡ଼ିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଷ୍ପା ଫିଲ୍ମ୍ ସଂପର୍କରେ ସେ ମୋବାଇଲ୍ ରେ ୩ ଥର ଦେଖିଛନ୍ତି ବୋଲି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment