ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଆପଣ ମାନେ ଜାଣି ଥିବେ ଯେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରି ଥାଆନ୍ତି। ହିନ୍ଦୀ, ଆଧୁନିକ ବା ଚଳଚ୍ଚିତ୍ର ଗୀତ ସୁପର ହିଟ ହେବା ପଛରେ କଣ୍ଠଶିଳ୍ପୀ ମାନଙ୍କର ହାତ ରହିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ବଲିଉଡର କଣ୍ଠଶିଳ୍ପୀ ଉଦିତ ନାରାୟଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଇଁ ଗୀତ ଗାଉଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;
ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଜଗତର ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଖୁବ ସୁନ୍ଦର ଭାବରେ ଗୀତ ଗାଇ ଥାଆନ୍ତି। ସେ ହିନ୍ଦୀ ଫିଲ୍ମର ବହୁତ ଗୀତ ଗାଇବା ସହିତ ଅନେକ ଓଡ଼ିଆ ଫିଲ୍ମର ମଧ୍ୟ ଗୀତ ଗାଇଛନ୍ତି। କଣ୍ଠଶିଳ୍ପୀ ବଲିଉଡରେ ପରିଚିତ ହେବା ସହିତ ଓଡ଼ିଶାରେ ମଧ୍ଯ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଗୀତ ଗାଇବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ଯେ କୌଣସି ବ୍ୟକ୍ତି ତାଙ୍କ ଗୀତ ଶୁଣିଲେ ଖୁସିରେ ଉତଫୁଲିତ ହୋଇ ଯାଇ ଥାଏ। ଓଡ଼ିଆ ଫିଲ୍ମରେ ଗୀତ ଗାଇବା ପାଇଁ ତାଙ୍କୁ ପ୍ରାୟତଃ ଅଣା ଯାଇଥାଏ।
ତାଙ୍କ କଣ୍ଠରୁ ଗୀତ ଶୁଣିବା ପାଇଁ ଦର୍ଶକ ମାନେ ସବୁବେଳେ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଗୀତକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି। ସେ ସୁନ୍ଦର ଗୀତ ଗାଇ ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ପ୍ରୟାସ ଚଳାଇ ଥାଆନ୍ତି।ତାଙ୍କର ସୁନ୍ଦର ଗୀତ ଗାଇବା ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ତେବେ ବର୍ତ୍ତମାନ ସେ ଏକ ନୂଆ ଗୀତ ଗାଇଛନ୍ତି ବୋଲି ଶୁଣିବା ପାଇଁ ମିଳିଛି।
ତେବେ କଣ୍ଠଶିଳ୍ପୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରେ ଗୀତ ଗାଉଛନ୍ତି। ସେ ଗାଉ ଥିବା ଗୀତର ଜାପାନୀ ଭାଇ ନିର୍ଦେଶକ ଭାର ସମ୍ଭାଳିଛନ୍ତି ଓ ତପୁ ନାୟକ ଗୀତ ଲେଖିଛନ୍ତି। କଣ୍ଠଶିଳ୍ପୀ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଭଲ ପାଇ ଥାଆନ୍ତି ଓ ତାଙ୍କ ପାଇଁ ଗୀତ ଗାଇବା ପାଇଁ ସେ ଆଗ୍ରହୀ ମଧ୍ୟ ରହିଛନ୍ତି। ସେ ତାଙ୍କ ପାଇଁ ଗୀତ ଗାଉ ଥିବାରୁ ନିଜକୁ ମଧ୍ୟ ଧନ୍ୟ ମନେ କରିଛନ୍ତି ଓ ସେ ତାଙ୍କ ପାଇଁ ଖୁବ ସୁନ୍ଦର ଭାବରେ ଗୀତ ଲେଖିଛନ୍ତି। ତାଙ୍କର ଏହି ଗୀତ ସମସ୍ତଙ୍କୁ ଖୁବ ପସନ୍ଦ ଆସିବ ବୋଲି ଭରସା ଓ ବିଶ୍ୱାସ ରହିଛି।