Odisha News Portal

ଦେଖନ୍ତୁ ଭିଡ଼ିଓ : ପୁଣି ଅନୁଭଵ-ବର୍ଷା ବିବାଦ ମାମଲାରେ ସୁର ଭାଇଙ୍କ ବଡ ବୟାନ, ଗାଁ ଦାଣ୍ଡରେ ଅବାଗିଆ କାମ ନକରି ଦି ଜଣ….

ସୁର ରାଉତରାୟ, ଓଡିଶା କଂଗ୍ରେସ ର ଜଣେ ଜଣାଶୁଣା ଲୋକପ୍ରିୟ ଚେହେରା।ସେ ବିଧାୟକ ଭାବରେ ତାଙ୍କର କାର୍ଯ୍ୟ ନିର୍ବାହ କରୁଛନ୍ତି। ଜଣେ ସଚ୍ଚୋଟ ଏବଂ ନିର୍ଭୀକ ଭାବରେ ନିଜର ମତ ପୋଷଣ କରୁଥିବା ରାଜନେତା ସେ। କିଏ ବା ତାଙ୍କୁ ନଜାଣେ। ଦଳ ବଳ ନିର୍ବିଶେଷରେ ତାଙ୍କୁ ଉଚିତ୍ ଲାଗିଲା ଭଳି ମନ୍ତବ୍ୟ ଦେଇଥାନ୍ତି ସେ। ଭଲ କାମ କଲେ ସମ୍ମାନ ଓ ପ୍ରଶଂସା କରୁଥିବା ବେଳେ ଭୁଲ୍ ତ୍ରୁଟି ପାଇଁ ନିନ୍ଦା ଏବଂ କଟୁ କଥା କହି ନିଜର ନିରପେକ୍ଷ ବିଚାର କୁ ସେ ପ୍ରକାଶ କରିଥାନ୍ତି। ମଜାଳିଆ କଥା କହି ଲୋକଙ୍କୁ ଅନେକ ସମୟରେ ମନୋରଂଜନ ର ସୁରାକ୍ ମଧ୍ୟ ସେ ଯୋଗାଇଥାନ୍ତି।

ଅନେକ ସମୟରେ ସେଥିପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।ଗଣମାଧ୍ୟମ ର ପ୍ରତିନିଧି ମାନେ ସେଥିପାଇଁ ତାଙ୍କର ବାଇଟ୍ ନେବା ପାଇଁ ଅଧିକ ଆଗଭର ହୋଇ ଥାଆନ୍ତି। ବିଭିନ୍ନ ଚର୍ଚ୍ଚିତ ଘଟଣାବଳୀ କୁ ନେଇ ତାଙ୍କର ମନ୍ତବ୍ୟ, ବିଚାର କୁ କୌତୁକିଆ ଢଙ୍ଗରେ ଉପସ୍ଥାପନ କରିବା ଦର୍ଶକ ମାନଙ୍କୁ ଅର୍ଥାତ୍ ସାଧାରଣ ଜନତାଙ୍କୁ ବେଶ୍ ପସନ୍ଦ ଆସିଥାଏ । ସେ ରାଜନୈତିକ ଅଭିସନ୍ଧି ରଖି ସେହି ଦୃଷ୍ଟି କୋଣରୁ କୌଣସି ମନ୍ତବ୍ୟ ଦେଇ ନଥାନ୍ତି । ବରଂ ଅନେକ ସମୟରେ ସେ ଉପଯୁକ୍ତ ଲାଗୁଥିବା ବିଚାର ପୋଷଣ କରନ୍ତି । ଅନେକ ଭିଡିଓ ତ ଆପଣ ତାଙ୍କର ଦେଖିଥିବେ,ଆଉ ସେଗୁଡିକୁ ଭଲ ଭାବରେ ଉପଲବ୍ଧି ମଧ୍ୟ କରିଥିବେ ତାହା ଆପଣଙ୍କ ହିସାବରେ କେତେ ଠିକ୍ ଆଉ କେତେ ଭୁଲ୍ ଅଟେ।

ସେହିପରି ଏବେ ସେ ପୁଣି ଏକ ବାଇଟ ଦେଇଛନ୍ତି ଗଣମାଧ୍ୟମ ସମ୍ମୁଖରେ ସାଂସଦ ତଥା ଅଭିନେତା ଅନୁଭଵ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମାମଲା ଉପରେ। ନିକଟରେ କୋର୍ଟଙ୍କ ପକ୍ଷରୁ ଉଭୟଙ୍କୁ ଉପସ୍ଥିତ ହେବା ପାଇଁ ତାରିଖ ଥିବା ବେଳେ ଅନୁଭବ ସେଠାରେ ପହଞ୍ଚି ଥିବା ବେଳେ କିନ୍ତୁ ବର୍ଷା ଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ଏହାକୁ ନେଇ ଅନୁଭଵ ତାଙ୍କର ସ୍ପଷ୍ଠକ୍ତି ରଖିଥିଲେ।ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚା ହେଉଥିବା ବେଳେ ସମାଧାନର ବାଟ ବାହାରି ପାରୁ ନଥିବା ବେଳେ, ପରସ୍ପର ପରସ୍ପରକୁ ସହଯୋଗ ନ କରୁଥିବା ନେଇ ପୁଣି ଏହା ଚର୍ଚ୍ଚା ହେବାରେ ଲାଗିଛି।

ଯାହାକୁ ନେଇ ସୁର ବାବୁ କହିଛନ୍ତି ଯେ,ହେ ବର୍ଷା ନାତୁଣୀ, ଏମିତି ବିଚ୍ ରାସ୍ତାରେ, ଗାଆଁ ଦାଣ୍ଡରେ ଏମିତି ଅବାଗିଆ କାମ କରନି। ଦୁଇଜଣ ହେଉଛ ଆଭିଜାତ୍ୟ ପରିବାରର। ଏମିତି ଭାବରେ ନିଜର ସମ୍ମାନ ହରାଅନି। ଦୁଇଜଣ ପୁଣି ଏକାଠି ହୋଇଯାଅ। କାହା କଥା ନଶୁଣି ଦୁଇଜଣ ଏକାଠି ହୋଇଗଲେ ସବୁ ଠିକ୍ ହୋଇଯିବ। ଦୁଇଜଣ ଏତେ ବଡ ଫିଲ୍ମ୍ ଷ୍ଟାର, ତୁମେ ମାନେ ଆଉ ଇଆଡ଼େ ସିଆଡେ ନହୋଇ ଏକାଠି ହୋଇଯାଅ। ତେବେ ସୁର ବାବୁଙ୍କ ଏପରି ବାଇଟ ର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।