Odisha News Portal

ପୁଣି ଥରେ ଲକଡାଉନ ! ଏହି ତାରିଖରେ ଛୁଟି ରହିବ ସମସ୍ତ ସ୍କୁଲ, କଲେଜ..ଜାଣିରଖନ୍ତୁ

0 766

କରନା ଭାଇରସ ମହାମାରୀ ରେ ସମଗ୍ର ବିଶ୍ୱ ଉପରେ ଏହାର ବହୁତ ଗଭୀର ପ୍ରଭାବ ପଡିଥିଲା। ଭାଇରସ ଏତେ ମାରାତ୍ମକ ଥିଲା ଯେ ସରକାର ଲକଡାଉନ କରିବା ପାଇଁ ବାଧ୍ୟ ହୋଇଥିଲେ। ଲୋକମାନେ ଘରେ ବନ୍ଦୀ ହୋଇ ରହିଲେ ଏବଂ ଲୋକଙ୍କ ଜୀବନ ଧାରଣ ଉପରେ ଏହାର ପ୍ରଭାବ ପଡିଥିଲା। ଖାଲି ଜୀବନ ଧାରଣ ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ପ୍ରଭାବ ପଡିଥିଲା। ପିଲା ମାନେ ସ୍କୁଲ, କଲେଜ ଯିବା ବନ୍ଦ କରିଡେଲେ। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘରେ ରହି ଅନଲାଇନ ରେ ପାଠ ପଢିବା ପାଇଁ ପଡୁଥିଲା। ଏହା ସବୁ ପିଲାଙ୍କ ପାଇଁ ଏତେଟା ଉପଯୋଗୀ ହୋଇ ପାରୁ ନଥିଲା।

ଧୀରେ ଧୀରେ କରନାର ପରିସ୍ଥିତି ରେ ସୁଧାର ଆସିବାରୁ ଶିକ୍ଷାନୁଷ୍ଠାନ ଖୋଲି ଦିଆ ଗଲା। ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ଆଗକୁ ପରୀକ୍ଷା ଆସୁଥିବାର ଦେଖି ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ବର୍ତମାନ ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ କରନା ଭାଇରସ ଦେଖା ଯିବା ଫଳରେ ପୁଣି ଆରମ୍ଭ ହୋଇ ଯାଇଛି ଲକଡାଉନ।

ଏହିପରି ସ୍ଥିତିରେ ପୁଣି ଥରେ ଲୋକମାନଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି। ଲୋକ ମାନେ ବର୍ତ୍ତମାନ ପୁଣି ପୂର୍ବ କଥାକୁ ମନେ ପକେଇ ସଜାଗ ରହିବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଉଛି, ଶିକ୍ଷା କ୍ଷେତ୍ରରେ ଦେଖା ଦେଇଛି ବହୁତ ବଡ଼ ଆଶଙ୍ଖା। ଆପଣ ମାନେ ସମସ୍ତେ ଜାଣିଛନ୍ତି, ଦୀର୍ଘ ୯ ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା, ଧୀରେ ଧୀରେ କରନା ପ୍ରଭାବ କମିବାରୁ ଜାନୁଆରୀ ୧ ରୁ ଧୀରେ ଧୀରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଲାଗିଥିଲା କିନ୍ତୁ ବର୍ତ୍ତମାନ ଯଦି ଶିକ୍ଷାନୁଷ୍ଠାନ ଯଦି ବନ୍ଦ କରି ଦିଆଯାଏ।

 

ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯିବ, ପିଲା ମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ। ରାଜ୍ୟ ରେ କରନା ର ପ୍ରକପ କମିଯିବାରୁ ଖୁବ ଶିଘ୍ର ଅଷ୍ଟମ, ନବମ ଓ ଅଙ୍ଗନବାଡ଼ି ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। କୋରନାର ପ୍ରକପ ଦେଖା ଯିବା ପରେ ଏବେ ଖୋଲିବାକୁ ଥିବା ଶିକ୍ଷାନୁଷ୍ଠାନ ବାଧାପ୍ରାପ୍ତ ହୋଇଛି।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କର ଆଜିର ମନ୍ତବ୍ୟ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି। ମନ୍ତ୍ରୀ କହିଛନ୍ତି ଅନ୍ୟ ରାଜ୍ୟ ରେ କୋରଣା ର ସ୍ଥିତି ଯୋଗୁଁ ଲକଡାଉନ ହୋଇଛି। ତେଣୁ ଏହି ପରିସ୍ଥିତି ରେ ଶିକ୍ଷାନୁଷ୍ଠାନ ଖୋଲା ଯିବାର କୌଣସି ନୀତିଗତ ନିଷ୍ପତ୍ତି ନିଆ ଯାଇ ନାହିଁ।

ସୂଚନା ମୁତାବକ ଯେଉଁ ସବୁ ଶିକ୍ଷାନୁଷ୍ଠାନ ଖୋଲା ଯାଇଛି ସେହି ଗୁଡିକୁ ପାଠ ପଢିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାନିଟାଇଜର କରାଇବା ଏବଂ ମାସ୍କ ପିନ୍ଧିବା ପାଇଁ ବାଧ୍ୟତା ମୂଳକ କରାଯାଇଛି। ସ୍କୁଲ ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।