ପୁଣି ଫେରିଲା ବର୍ଷା ଅନୁଭବ ବିବାଦ , ଅଭିନେତ୍ରୀ ବର୍ଷାଙ୍କୁ ନେଇ କରି ପୁରୀଘାଟ ଥାନାରେ ଦ୍ୱାରସ୍ତ ହେଲେ ବର୍ଷାଙ୍କ ଶାଶୁ ମଧୁସ୍ମିତା ମହାନ୍ତି । ଅନୁଭବ ବର୍ଷାଙ୍କୁ ନେଇ କରି ବିବାଦ ଥମି ନଥିବା ବେଳେ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବର୍ଷାଙ୍କୁ ନେଇ କରି ଥାନାକୁ ଯାଇଛନ୍ତି ଅଭିନେତା ଅନୁଭବଙ୍କର ମା ମଧୁସ୍ମିତା ମହାନ୍ତି । ମାତ୍ର ଏହା ପରେ ପାଲଟା ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟ ଦର୍ଶିନୀ । ତେବେ ଅନୁଭବଙ୍କର ମା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି କି ତାଙ୍କର ପୁରୁଣା ଘରର ମରାମତି ହେବ ଏଥିପାଇଁ ଦଳ ଦିନ ପାଇଁ ବର୍ଷାଙ୍କୁ ବାପ ଘରକୁ ଯିବା ପାଇଁ କୁହାଗଲା ମଧ୍ୟ ବର୍ଷା ତାଙ୍କର ବାପ ଘରକୁ ଯାଉନଥିବା କଥା ଅଭିଯୋଗ କରିଛନ୍ତି ମଧୁସ୍ମିତା ।
ତେବେ କଟକର ପୁରୀଘାଟ ଥାନାରେ କରିଥିବା ଅଭିଯୋଗ ଅନୁସାରେ କଟକ ଚୌଧୁରୀ ବଜାରର ନନ୍ଦି ସାହିରେ ସେ ରହୁଥିବା ସ୍ଥାନରେ ସେହି ଘରଟି 60 ବର୍ଷ ତଳର ଅଟେ , ତେବେ କିଛି ଦିନ ତଳେ ପାଇଖାନା ଟାଙ୍କିରେ କିଛି ଅସୁବିଧା ଦେଖା ଦେଇଥିବା କାରଣରୁ ସେ ମରାମତି ପାଇଁ ଯୋଗାଯୋଗ କରିଥିଲେ ।
ତେବେ ମିସ୍ତ୍ରି ମରାମତି ପାଇଁ ଦିନ ପାଇଁ ସମୟ ଲାଗିବ ବୋଲି କହିଥିଲା । ତେବେ ବର୍ଷାଙ୍କୁ କହିଥିଲେ କି ଘରଛାଡି ବକ୍ସି ବଜାର ସ୍ଥିତ ତାଙ୍କ ଘରକୁ ଯିବା ପାଇଁ ସେ ବର୍ଷା ବୋହୂଙ୍କୁ କହିଥିଲେ । ମାତ୍ର କୌଣସି କାରଣ ନଦର୍ଶାଇ ବର୍ଷା ଘର ଛାଡୁନଥିବା କଥା ଅନୁଭବଙ୍କର ମା ଥାନାରେ ଅଭିଯୋଗ କରିଛନ୍ତି ।
ଏହା ଦ୍ୱାରା ତାଙ୍କର ସ୍ୱାମୀ ଏବଂ ସେ ଏହା ସହିତ ଘରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଥାନା କର୍ତ୍ତୃପକ୍ଷ ଘରକୁ ଆସି ସମସ୍ତ କତାର ଅନୁସନ୍ଧାନ କରି ଏହାର ତଦନ୍ତ କରିବା ଆବସ୍ୟକ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଯାହା ଦ୍ୱାରା କାମକୁ ଭଲ ବାବରେ ସଂପୂର୍ଣ୍ଣ କରାଯାଇ ପାରିବ ।
ମାତ୍ର ଅନୁଭବଙ୍କର ମାଙ୍କର ଏହି ଅଭିଯୋଗ ପରେ ବର୍ଷା ମଧ୍ୟ ଏକ ପାଲଟା ଅଭିଯୋଗ ଆଣିଛନ୍ତି । ବର୍ଷା କହିଛନ୍ତି କି ମରାମତି ବାହାନରେ ଘରୁ ବାହାର କରିବା ପାଇଁ ଯୋଜନା ବଦ୍ଧ ଚକ୍ରାନ୍ତ କରାଯାଉଛି । ଶାଶୁ ଘର ଛଡା ଅନ୍ୟ କେଉଁଟି ରହିବାର ସୁବିଧା ନାହିଁ ।
ଏଭଳି ସ୍ଥିତିରେ ସୁରକ୍ଷା ଉପରେ ନଜର ଦେଉ ବୋଲି ବର୍ଷା ମଧ୍ୟ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ତେବେ ବର୍ଷାଙ୍କର ପ୍ନେସ ମାନେ ମଧ୍ୟ ଏପରି କଥାକୁ ଅସନ୍ତୋଷ ମନେ କରି ଏହି ଘଟଣାର ପ୍ରତିବାଦ ମଧ୍ୟ କରିଛନ୍ତି । ସେମାନେ ମଧ୍ୟ ଆଶଙ୍କା କରୁଛନ୍ତି କି ଅନୁଭବଙ୍କର ପରିବାର ବର୍ଷାଙ୍କୁ ଘରୁ ବାହାର କରିବା ପାଇଁ ଏପରି ଅଭିଯୋଗ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।