Odisha News Portal

ପୁଣି ସେପ୍ଟେମ୍ବର 27 ତାରିଖରେ ହେବ ଭାରତ ବନ୍ଦ – ଜାଣନ୍ତୁ କ’ଣ ପାଇଁ ଭାରତ ବନ୍ଦ ହେଉଛି ଏବଂ କ’ଣ ରହିବ ଖୋଲା ଓ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଁଚିଛି। କିଷାନ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଧ ହେବ ଏବଂ ଏହି ଭାରତ ବନ୍ଧକୁ କଂଗ୍ରେସ ସମର୍ଥନ କରିବ। ସେହିପରି ରବିବାର ଦିନ ହୋଇଥିବା ମିଳିତ ବୈଠକରେ ସମସ୍ତ କେନ୍ଦ୍ରୀୟ ସଂଗଠନ ଏହି ବନ୍ଧ ଡାକରାକୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ରାଧାକାନ୍ତ ସେଠୀଙ୍କ ସୂଚନା ଅନୁସାରେ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡିଶା ମୁଖ୍ୟାଳୟରେ ଏଭଳି ଭାରତ ବନ୍ଧ ଡାକରାକୁ ସମର୍ଥନ କରିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଏହା ବ୍ୟତୀତ ୨୪ ତାରିଖ ସ୍କ୍ରିନ ୱର୍କର୍ସ ହେବାକୁ ଥିବା ଆନ୍ଦେଳକୁ ମଧ୍ୟ ସମର୍ଥନ କରାଯାଇଛି। ଏହି ବୈଠକରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଉଠାଯାଇଛି, ବିଦୁତ ବିଲ ୨୦୨୦ ପ୍ରତ୍ୟାହାର, ନରେନ୍ଦ୍ର ମୋଦି ସରକାରଙ୍କ ତିନି କଳା କୃଷି ଆଇନ ବାତିଲ କରିବା ଏବଂ ଶ୍ରମ କୋଡ଼ ବାତିଲ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଆଲଚନା କରାଯାଇଥିଲା। ଏହି ସମ୍ମିଳନୀରେ ଚାଷୀ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ଏହା ବ୍ୟତୀତ ଆହୁରି ଅନେକ ଗୁଡିଏ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଛି, ୪୫-୪୬ ତମ ଶ୍ରମ ସମ୍ମିଳନୀକୁ ସୁପାରିଶକୁ କାର୍ଯ୍ୟକାରି କରି ଶ୍ରମିକ ମାନଙ୍କ ଦାବି ପୂରଣ କରିବା, ଘରୋଇ ମଣ୍ଡି ଉଚ୍ଛେଦ, ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏଭଲି ଭାବରେ ଅନେକ ଗୁଡିଏ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଛି, ତେବେ ଏହି ବନ୍ଦ ଡାକରାକୁ ସମଗ୍ର ଦେଶ ବାସୀ ମିଳିମିଶି ସମର୍ଥନ କରିବେ ବୋଲି ବିଶ୍ୱାସ ରହିଛି। ସମଗ୍ର ଚାଷୀ ମାନଙ୍କ ଉନ୍ନତି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ସୂଚନା ଦିଆଯାଇଛି।

ତେବେ ଏହି ଅନୁଷ୍ଠିତ ବୈଠକରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ମହିଳା ସଭାନେତ୍ରୀ ପ୍ରଣତି ମିଶ୍ର, ଏଆଇଟିଉସିଆର ନିରଞ୍ଜନ ମହାନ୍ତି, ଏଇଟିୟୁସିସିର ଜ୍ୟୋତିରଞ୍ଜନ ମହାପାତ୍ର, ସେୱାର ପରିଲତା ମହାପାତ୍ର, ଯୁବ ସଭାର ସଭାପତି ସତ୍ୟବ୍ରତ ନାୟକ ଏବଂ ଏଚଏମଏସର ବୀରେନ୍ଦ୍ର ପ୍ରତାପ ଦାସ ଭଳି ଅନେକ ମାନ୍ୟଗଣ୍ୟ ଲୋକ ମାନେ ଭାରତ ବନ୍ଧକୁ ସମର୍ଥନ କରିବା ସହିତ ରାଜଧାନୀରେ ଏହାର ପ୍ରଚାର କରିବେ। ଆଶା ସମଗ୍ର ଓଡିଶା ବାସୀ ମଧ୍ୟ ଏହାକୁ ସମର୍ଥନ କରିବା ପାଇଁ ନିଶ୍ଚିତ ଭାବରେ ଆଗେଇ ଆସିବେ। କାରଣ ଏହା ଦ୍ବାରା ସମସ୍ତଙ୍କର ମଙ୍ଗଳ ହେବ, ସମାଜରେ ମଧ୍ୟ ମଙ୍ଗଳ ହେବ। ତେବେ ଶାସକ ଦଳ ଏହାକୁ କେଉଁ ଭଳି ଭାବରେ ଦେଖୁଛନ୍ତି ତାହା ବର୍ତ୍ତମାନ ଦେଖିବାର ବିଷୟ ରହିଛି। ତେଣୁ ସମସ୍ତେ ମିଳିମିଶି ଭାରତ ବନ୍ଧକୁ ସରର୍ଥନ କରିବେ ବୋଲି ସେମାନେ ଆଶା ପୋଷଣ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।