Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ଓଡ଼ିଶାରେ ଲଜ୍ୟା ! ଜଙ୍ଗଲ ଭିତରେ ଯୁବକଙ୍କ ଏହି ଭିଡ଼ିଓ ନିଆଁ ଭଳି ଭାଇରାଲ

ଭାଇରାଲ ହେଲା ଆଉ ଏକ କଙ୍ଗାରୁ କୋର୍ଟ ର ଭିଡିଓ। ବଲାଙ୍ଗୀର ସହର ଭିତରେ ଏହି କାଙ୍ଗାରୁ କୋର୍ଟ ର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିବାରେ ଲାଗିଛି। ନିକଟରେ ଇଟାଭାଟି ରେ ସୈତାନ୍ ମାଲିକ ସର୍ଦ୍ଦାର ଏବଂ ନାବାଳକ ର ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିବା ପରେ ପୁଣି ଏବେ ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର। ସୂଚନା ଅନୁସାରେ କିଛି କଲେଜ୍ ଛାତ୍ର ଆଉ କିଛି ଅଣଛାତ୍ର ମିଶି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଏକ ଜଙ୍ଗଲ ଭିତରେ। ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଥିବା ଛାତ୍ର ମାନେ ରାଜେନ୍ଦ୍ର ମହାବିଦ୍ୟାଳୟ ର ବୋଲି ସେମାନଙ୍କ ୟୁନିଫର୍ମ ରୁ ଜଣା ପଡିଛି।

ଭାଇରାଲ ହେଉଥିବା ଏହି ଭିଡିଓ ରେ କଲେଜ୍ ଛାତ୍ର ମାନେ ଯେଉଁଭଳି ଭାବରେ କାଣ୍ଡ ଲିଭାଉଛନ୍ତି ତାହା ଥରେ ଆପଣ ଏହି ଭିଡିଓ ରେ ଦେଖନ୍ତୁ। କିଭଳି ଭାବରେ ସେମାନେ ଉନ୍ମୁକ୍ତ କାଣ୍ଡ ଘଟାଉ ଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି। କଲେଜ୍ ପୋଷାକ ପରିଧାନ କରି , କାନ୍ଧ ରେ ବହି ବେଗ୍ ନେଇ ସେମାନେ ଜଙ୍ଗଲ ଭିତରେ ଜଣେ ଯୁବକଙ୍କୁ ଯେମିତି ପାରୁଛନ୍ତି ସେମିତି ନିସ୍ତୁକ ମାଡ ମାରିଛନ୍ତି। ଯାହା ଦେଖିଲେ ବାସ୍ତବରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଯେ କିଭଳି ଭାବରେ ସେମାନେ ଏମିତି କାଣ୍ଡ କରୁଛନ୍ତି। ହାତରେ, ଗୋଡ଼ରେ ଏବଂ ବାଡ଼ିରେ ମଧ୍ୟ ସେମାନେ ପ୍ରହାର କରୁଛନ୍ତି ସେହି ଯୁବକଙ୍କୁ।

ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓ କୁ ଭଲ ଭାବରେ ଦେଖିଲେ କିଛି କିଛି ସ୍ଥାନରେ ଏହା ବାରି ହୋଇ ପଡ଼ୁଛି ଯେ ମାଡ଼ ଖାଉଥିବା ଏହି ଯୁବକ ଜଣଙ୍କୁ ସିଗାରେଟ୍ ଚେଙ୍କା ମଧ୍ୟ ଦିଆ ଯାଉଛି। ଏହାଛଡା ସେମାନେ ଯୁବକ ଜଣଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଆଗକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଛନ୍ତି ଏହି ଉନ୍ମୁକ୍ତ କାଣ୍ଡ ଲିଭାଉ ଥିବା ଯୁବକ ମାନେ। ତେବେ ପୂର୍ବ ଶତ୍ରୁତା କୁ ନେଇ ଏହିଭଳି ଭାବରେ ପ୍ରତିଶୋଧ ପରାୟଣ ହୋଇ ଯୁବକଙ୍କୁ ଏହି ଉଦ୍ଧତ କଲେଜ୍ ଛାତ୍ର ଓ ଅଣ ଛାତ୍ର ମାନେ ମାଡ଼ ମାରିଥିବା କୁହା ଯାଉଛି।

ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓ କୁ ଭଲ ଭାବରେ ଦେଖିଲେ ଏବଂ ଶୁଣିଲେ ଦୁଇଟି ନାମ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ତାହା ହେଉଛି ସୁମନ ଏବଂ ଅନିମେଶ। ଯୁବକଙ୍କୁ ମାଡ଼ ମାରିବା ସହିତ ତାଙ୍କୁ କୁହା ଯାଉଛି କି ସେ ଗୋଡ଼ ଧରି ଭୁଲ୍ ମାଗନ୍ତୁ। ଏହିଭଳି ଭାବରେ ତାଙ୍କ ସହ ଅନେକ କିଛି ଅକଥନୀୟ ଅତ୍ୟାଚାର କରା ଯାଉଛି। ତେବେ ଏହି ଭିଡିଓ ଦେଖି ଯାହା ଅନୁମାନ କରା ଯାଉଛି ଯେ ଏହି ସହରର ଆଖ ପାଖ ଅଞ୍ଚଳରେ ଥିବା ଜଙ୍ଗଲରେ ଏହି କାଣ୍ଡ ଲିଭାଇ ଛନ୍ତି ଉନ୍ମୁକ୍ତ ଯୁବକ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।