Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ଓଡ଼ିଶାରେ ଲଜ୍ୟା ! ଭାଉଜ ଆସ ଛାଡ଼ିଦେବୁ କହି ୨ ଦିନ ଧରି ମହିଳାଙ୍କୁ ୪ଜଣ କଲେ ଦୁଷ୍କର୍ମ, ଆଉ ତା ପରେ….

0 1,986

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ।ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।

ମାତ୍ର ଆଜିର ଏହି କାମ ପିପାସୁ ପୁରୁଷ ମାନେ ନାରୀର ମହତ୍ତ୍ୱ କୁ ଭୁଲି ତାଙ୍କର ଇଜ୍ଜତ ସହ ଖେଳୁଛନ୍ତି।ନାରୀ କୁ ଗୋଟିଏ ଉପଭୋଗ ସାମଗ୍ରୀ ବୋଲି ମନେ କରୁଛନ୍ତି।କାମ ବାସନା ରେ ଅନ୍ଧ ହୋଇ ମହିଳାଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି।ମହାତ୍ମା ଗାନ୍ଧୀ କହୁଥିଲେ ନାରୀ ମାନେ ଉନ୍ନତି କଲେ ଦେଶ ମଧ୍ୟ ଉନ୍ନତି କରିବ ଏବଂ ପ୍ରକୃତ ସ୍ୱାଧୀନତା ସେତେବେଳେ ମିଳିବ ଯେତେବେଳେ ନାରୀଟିଏ ରାତ୍ରି ସମୟରେ ମଧ୍ୟ ରାସ୍ତାରେ ଏକା ଯାଇ ପାରିବ।କିନ୍ତୁ ଆଜିର ସମାଜ ଏପରି ଦୂଷିତ ହୋଇଛି କି ନାରୀଟିଏ ଦିନରେ ମଧ୍ୟ ଏକା ଯିବାକୁ ଡରୁଛି।ଏମତିକି ଝିଅଟିଏ ଆଜି ନିଜ ଘରେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛି।

ତେବେ ପ୍ରତିଦିନ ଆମେ ଟିଭି ଖବର କାଗଜ ଜରିଆରେ ଏମିତି ସବୁ ଘଟଣା ଶୁଣିବାକୁ ପାଇଥାଉ । ସେମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଚି ଯେଉଁଠି ଜଣେ ମହିଳା ଙ୍କୁ ଏକୁଟିଆ ପାଇ ଚାରି ଜଣ ଯୁବକ ବଳାତ୍କାର କରିଛନ୍ତି। ସୂଚନା ଅନୁସାରେ ମହିଳା ଜଣଙ୍କ ନିଜ ଫେବୃଆରୀ ୨୬ ତାରିଖ ରାତିରେ ଝିଅ କୁ ଦେଖିବା ପାଇଁ ଶାଶୁଘରୁ ବାପଘର କୁ ଆସୁଥିଲେ । ମହିଳା ଜଣଙ୍କୁ ଏକୁଟିଆ ଦେଖି ଚାରିଜଣ ଯୁବକ ତାଙ୍କୁ ଭାଉଜ ବୋଲି ଡାକି ତାଙ୍କ ସ୍ଵାମୀ ପାଖରେ ଛାଡ଼ି ଦେବେ ବୋଲି କହିଥିଲେ । ମହିଳା ଜଣଙ୍କ ବିରୋଧ କରିବାକୁ ତାଙ୍କୁ କାର ଭିତରକୁ ଜବରଦସ୍ତ ଟାଣି ନେଇଥିଲେ ଓ ବନ୍ଧୁକ ଦେଖାଇ ମୁହ ବନ୍ଦ କରି ରଖିଥିଲେ ।

ଏହାପରେ ତାଙ୍କୁ ଏକ ତିନି ତାଲା ମହଲ କୁ ନେଇ ଧର୍ଷଣ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଏହାପରେ ମହିଳା ଜଣଙ୍କ ଝାରପଡ଼ା ପୋଲିସ୍ ଷ୍ଟେସନ ରେ ଅଭିଯୋଗ କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅଭିଯୋଗ ଶୁଣି ନଥିଲେ ଓ ତାଙ୍କୁ ଘଉଡାଇ ଦେଇଥିଲେ । ଏହାପରେ ମହିଳା ଜଣଙ୍କ ସେହି ପାଖ ଶିବ ମନ୍ଦିର ରେ ସୋଇ ପଡ଼ିଥିଲେ ।

ଏହାପରେ ସକାଳୁ ଆଉ ଜଣେ ଯୁବକ ତାଙ୍କୁ ତାଙ୍କ ସ୍ବାମୀ ଙ୍କ ନାମ ନେଇ ଦିନ ସାରା ବାହାରେ ବୁଲାଇ ରାତିରେ ତାଙ୍କ ସହିତ ଆଉ ଜଣ ମିଶି ମହିଳା ଙ୍କୁ ରେପ୍ କରିଥିଲେ ବୋଲି ସେ ଅଭିଯୋଗ କରି ଅଛନ୍ତି। ବର୍ତ୍ତମାନ ସେ ନ୍ୟାୟ ଚାହୁଁଛନ୍ତି ବୋଲି କହିଛନ୍ତି । ଏଥିରେ ମହିଳା ମାନସ ମହାରଣା ଙ୍କ ନାମ ନେଇଛନ୍ତି । ଏହା ସହିତ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କୁ ରଡ ଦେଖାଇ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।