Odisha News Portal

Breaking news : ରାଜ୍ୟସରକାରଙ୍କ କଠୋର ନିଷ୍ପତି ! ପୁଣି ଓଡିଶାରେ ବଢ଼ିଲା ଲକ୍‌ଡାଉନ୍, ସହରାଞ୍ଚ ଓ ଗ୍ରାମାଞ୍ଚଳ ପାଇଁ ଦୋକାନ ଖୋଲିବାକୁ ନେଇ ଏହି ନିୟମ ଲାଗୁ…

ରାଜ୍ୟରେ ପୁଣି ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧି କୁ ବୃଦ୍ଧି କରା ଯାଇଛି। ତେବେ ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନର ସୂଚନା ଅନୁସାରେ ଜୁନ୍‌ ୧ ରୁ ଜୁନ ୧୭ ପର୍ଯ୍ୟନ୍ତ ଅର୍ଥାତ୍‌ ୧୬ ଦିନ ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ପିରିଆଡ୍ କୁ ବଢାଇ ଦେଇଛନ୍ତି। ଏ

ହାକୁ ନେଇ ଆଜି ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେବେ ସବୁକିଛି କୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଆଣିବା ପାଇଁ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି କୁହା ଯାଇଛି।

କିନ୍ତୁ ଆପଣଙ୍କୁ ଏହା କହି ରଖୁଛୁ ଯେ ଏହି ସମୟ ମଧ୍ୟରେ ପୂର୍ବ ଭଳି ଲାଗୁ ରହିଥିବା ସପ୍ତାହାନ୍ତ ଶଟ୍‌ଡାଉନ୍‌ କିନ୍ତୁ ଜାରି ରହିବ। ଏହାଛଡା ଅନ୍ୟପକ୍ଷରେ ପୂର୍ବପରି ଯେଉଁ ନିୟମ ରହିଥିଲା ତାହା ସେହିଭଳି ବଳବତ୍ତର ରହିବ। ତେଣୁ ପୂର୍ବ ଭଳି ଲୋକେ ନିକଟସ୍ଥ ଦୋକାନକୁ ସକାଳ ୭ଟାରୁ ଦିନ ୧୧ଟା ଭିତରେ ଚାଲି ଚାଲି ଯାଇ ପାରିବେ ଏବଂ ପନିପରିବା ଓ ଗ୍ରୋସରୀ ଆଦି କିଣି ପାରିବେ। ଏହାଛଡା ଏହି ଲକ୍‌ଡାଉନ୍‌ ରେ ସମସ୍ତ ଜରୁରୀ ସେବା ଜାରି ରହିବ। ସୂଚନା ଅନୁସାରେ ଓଡ଼ିଶାର ୩ ଟି ଜିଲା ନୂଆପଡା, ଗଜପତି ଏବଂ ସୁନ୍ଦରଗଡ ଜିଲାରେ ସଂକ୍ରମଣର ହାର କମୁଥିବାରୁ ସେଠାରେ ପ୍ରଶାସନ ପକ୍ଷରୁ କଟକଣା କିଛିଟା ମାତ୍ରାରେ କୋହଳ କରା ଯାଇଛି।

ଏହି ଜିଲ୍ଲା ମାନଙ୍କରେ ଏଠାରେ ସକାଳ ୭ଟାରୁ ଦିନ ୧ ଯାଏ ଦୋକାନ ସବୁ ଖୋଲା ରହିବ। ଆପଣ ତ ଜାଣିଛନ୍ତି ଭାରତ ବର୍ଷରେ କରନା ମହାମାରୀ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ଆମ ରାଜ୍ୟରେ ମଧ୍ୟ ଏହା ଗମ୍ଭୀର ହେବାରେ ଲାଗିଛି। କିନ୍ତୁ ଏବେ କିଛି ମାତ୍ରାରେ ଏହା କମିଛି।ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। କିନ୍ତୁ ସରକାରଙ୍କୁ ଚିନ୍ତାରେ ପକାଇଛି ଏହି ସଂକ୍ରମଣ ହାରର। ତେବେ ପ୍ରଥମେ ରାଜ୍ୟରେ ସଂକ୍ରମଣ ଯେଉଁଭଳି ବୃଦ୍ଧି ପାଇଥିଲା ଏଥିପାଇଁ ସରକାର୍ ବିଭିନ୍ନ ପ୍ରକାର ପଦକ୍ଷେପ ସହିତ ସପ୍ତାହକୁ ଶନିବାର ଓ ରବିବାର ଶଟ ଡାଉନ୍ ଘୋଷଣା କରିଥିଲେ।

ସମସ୍ତ ପ୍ରକାର କଟକଣା ଏବଂ ଗାଇଡ ଲାଇନ୍ ପରେ ରାଜ୍ୟରେ ଯେଉଁ ଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ଦୃଷ୍ଟିରେ ରଖି ସରକାର୍ ଶେଷ ଅସ୍ତ୍ର ଭାବରେ ଲକ୍ ଡାଉନ୍ ଘୋଷଣା କରି ଛନ୍ତି। ଆଉ ଏହା ଦ୍ବାରା ସଂକ୍ରମଣକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଆଣି ହେବ ବୋଲି ସରକାର୍ ଚେଷ୍ଟା କରୁଛନ୍ତି।ତେଣୁ ଏବେ ପୁଣି ଏହି ଅବଧିକୁ ବୃଦ୍ଧି କରା ଯାଇଛି। ସରକାର୍ କିନ୍ତୁ ଏବେ ଉଭୟ ଜୀବନ ଜୀବିକା କୁ ଗୁରୁତ୍ଵ ଦେଇଛନ୍ତି କଟକଣା କୁ କଡ଼ାକଡ଼ି କରିବା ସହିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।