Odisha News Portal

Breaking News – ପୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଛାୟା, ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ କଳାକାର, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

ବର୍ତମାନ ପୁଣି ଏକ ବଡ଼ ଦୁଃଖଦ ଖବର ଆସିଛି ଯାହାକି ବିଦ୍ୟୁତ୍ ଆଘାତ ରେ ଆଖି ବୁଜିଲେ କମେଡିଆନ ମିଷ୍ଟର ଡୋଲୁ । ଘରେ ଥିବା ଏକ କୁଲର ର ମରାମତି କରୁଥିବା ସମୟ ରେ ତାଙ୍କୁ ବିଜୁଳି ଝଟକା ଲାଗିଥିଲା । ଆପଣ ମାନେ ପ୍ରାୟ ସମସ୍ତ କମେଡିଆନ ମିଷ୍ଟର ଡୋଲୁ ଙ୍କୁ ଭଲ ଭାବରେ ଜାଣିଥିବେ ସେ ବର୍ତମାନ ଆଉ ଆମ ମାନଂକ ଗହଳ ରେ ନାହାଁନ୍ତି । ଲୋକ ମାନଙ୍କୁ ନିଜ କମେଡି ରେ ହସାଇ ହସାଇ ବେଦମ୍ କରୁଥିବା କମେଡିଆନ ମିଷ୍ଟର ଡୋଲୁ ଓରଫ୍ ଦୋଲାମନି ଦାସ ଆଉ ନାହାଁନ୍ତି ।

ଗତ ରବିବାର ଦିନ ରାତି ପ୍ରାୟ ୧୦.୪୫ ସମୟ ରେ ଝାରସୁଗୁଡ଼ା ସ୍ଥିତ ମୁଖ୍ୟ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥା ରେ ଥିବା ସମୟ ରେ ତାଙ୍କର ମୃତୁ ଘଟିଛି । ସୋସିଆଲ ମିଡ଼ିଆ ବିଶେଷ କରି ୟୁଟିୟୁବୁ ରେ ତାଙ୍କର ହାସ୍ୟ ଅଭିନୟ ତାଙ୍କୁ ବେଶ୍ ଲୋକ ପ୍ରିୟ କରାଇ ଥିଲା । ତାଙ୍କର ଭିଡ଼ିଓ ଦେଖି ଲୋକ ମାନେ ହସି ହସି ବେଦମ୍ ହେଉଥିଲେ । ତେବେ ସୂଚନା ଅନୁସାରେ ସେ ରବିବାର ଦିନ ଅପରାହ୍ନ ୪ ଟା ବେଳେ ଘରେ ଥିବା ଏକ କୁଲାର୍ ମରାମତି କରୁଥିବା ସମୟ ରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା ଆଉ ସେ ସେଇଠି ସଙ୍ଗେ ସଙ୍ଗେ ଅଚେତ୍ ହୋଇ ପଡ଼ିଥିଲେ ।

ପରିବାର ଲୋକ ମାନେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ବରଣ ହୋଇଛି । ନିଜ କମେଡି ଓ ପରିଶ୍ରମ ବଳରେ ଖୁବ୍ କମ୍ ଦିନ ରେ ସେ ଲୋକ ମାନଙ୍କ ନଜର କୁ ଆସିଥିଲେ । ନିଜର ହାସ୍ୟ ଅଭିନୟ ମାଧ୍ୟମ ରେ ସେ ସୋସିଆଲ ମିଡିଆରେ ଲୋକ ମାନଙ୍କ ନଜର କୁ ଆସିଥିଲେ । ତାଙ୍କର ବିଭିନ୍ନ ପ୍ରକାର କମେଡି ଲୋକ ମାନଙ୍କୁ ତାଙ୍କ ଭିଡ଼ିଓ ଦେଖିବା ପାଇଁ ବାଧ୍ୟ କରୁଥିଲା ।

ତାଙ୍କର ୨୦୦ ରୁ ଅଧିକ କମେଡି ଭିଡ଼ିଓ ରହିଛି ଆଉ ଏହି କିଛି ଦିନ ପୂର୍ବରୁ ତାଙ୍କର ଏକ ନୂତନ କମେଡି ଭିଡ଼ିଓ ରିଲିଜ୍ ହୋଇଥିଲା ଯାହା ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସମ୍ବଲପୁର ଭାଷା ରେ ଅନେକ ଗୁଡିଏ କମେଡି କରି କମେଡିଆନ ମିଷ୍ଟର ଡୋଲୁ ବହୁତ୍ ଚର୍ଚ୍ଚା ରେ ରହିଥିଲେ କିନ୍ତୁ ସେ ଆଉ ବର୍ତମାନ ଆମ ଗହଣ ରେ ନାହାଁନ୍ତି । କମେଡିଆନ ମିଷ୍ଟର ଡୋଲୁ ଙ୍କ ମୃତ୍ୟୁ ବରଣ ପରେ ତାଙ୍କ ଫ୍ୟନ ମାନଙ୍କ ମନରେ ଶୋକ ର ଛାୟା ଖେଳି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।