Odisha News Portal

ପୁଣି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ଚାଷୀ ଭାଇ ମାନଙ୍କୁ ମିଳିବ କାଳିଆ ଯୋଜନାର ତୃତୀୟ କିସ୍ତି , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଆମ ରାଜ୍ୟରେ ଆର୍ଥିକ ପରିସ୍ଥିତି ବହୁତ ହେବା ଯୋଗୁଁ ସରକାର ସାଧାରଣ ଲୋକମାନଙ୍କ ପାଇଁ ଅନେକ ଯୋଜନା ମାନ କରିଥାନ୍ତି । ଯାହାଫଳେ ଲୋକମାନେ ଅନେକ ପ୍ରକାର ସୁବିଧା ସୁଯୋଗ ପାଇଁ ପାରନ୍ତି । ଗରିବ ତଥା ଦିନ ମଜୁରିଆ ଏବଂ ଭୂମିହୀନ ଲୋକମାନଙ୍କ ପାଇଁ ସରକାରଙ୍କର ଅନେକ ଗୋଟିଏ ଯୋଜନା ଆରମ୍ଭ କରିଥିଲେ , ଯାହା କାଳିଆ ଯୋଜନା ନାମରେ ନାମିତ କରାଯାଇଥିଲା । ସେହି ଯୋଜନା ମୁଖ୍ୟତଃ ଭୂମିହୀନ ଚାଷୀ , ନାମମାତ୍ର ଚାଷୀ ଓ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଯୋଜନାର ଅନୁକମ୍ପା ରାଶି ଏମାନଙ୍କୁ ଦୁଇ ଥର ପ୍ରଦାନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ନୂତନ ଯୋଜନାର ଆରମ୍ଭ କରିଛନ୍ତି ଏବଂ ସମସ୍ତ ଚାଷୀ ଭାଇମାନଙ୍କୁ ମିଳିବ କାଳିଆର ତୃତୀୟ କିସ୍ତି ।

ଆଜି ଆନୁଷ୍ଠାନିକ ଭାବରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଏନେଇ କୃଷି ବିଭାଗ କର୍ମଚାରୀ ମାନେ ଜୋର ଦାର ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁଯାୟୀ 53 ଲକ୍ଷରୁ ଅଧିକ ଚାଷୀ ଭାଇଙ୍କୁ କାଳିଆ ଅର୍ଥ ପ୍ରଦାନ କରାଯିବ । 2018 ମସିହା ଡିସେମ୍ୱର ମାସରେ କାଳିଆ ଯୋଜନା ଲାଗୁ କରାଯାଇଥିଲା ଏବଂ ସେଥିରେ ପ୍ରଥମ କିସ୍ତିରେ ଅନୁକମ୍ପା ରାଶି 51 ଲକ୍ଷ 5 ହଜାର ଟଙ୍କା 290 ଜଣ ଚାଷୀ ଭାଇଙ୍କ ଆକାଉଣ୍ଡକୁ 5000 ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯାଇଥିଲା ।

ସେହି ଯୋଜନାରେ 36 ଲକ୍ଷ 34 ହଜାର 710 ଜଣ କ୍ଷୁଦ୍ର ଓ ନାମାଙ୍କନ ଚାଷୀ ଥିବାବେଳେ 14 ଲକ୍ଷ 70 ହଜାର 586 ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ । ପ୍ରଥମ କିସ୍ତିରେ ହିତାଧିକାରୀଙ୍କ ତାଲିକା ଯାଞ୍ଚା କରିବା ପରେ ଦ୍ୱିତୀୟ କିସ୍ତିରେ 48 ଲକ୍ଷ 56 ହଜାର 53 ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ କିସ୍ତିରେ 32 ଲକ୍ଷ 55 ହଜାର 651 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ 16 ଲକ୍ଷ 9 ହଜାର 402 ଜଣ ଭୂମିହୀନ ଚାଷୀଙ୍କୁ 5000 ଲେଖାଏ ପ୍ରଦାନ କରାଯାଇଥିଲା ।

ଭୂମିହୀନ ଚାଷୀ ମାନଙ୍କୁ କାଳିଆ ସହାୟତା ବାବଦରେ ମୋଟ 12 ହଜାର 500 ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ତୃତୀୟ ତଥା ଶେଷ କିସ୍ତି ବାବଦରେ ଏହି ଚାଷୀଭାଇ ମାନଙ୍କୁ ବାକି 2 ହଜାର 500 ଟଙ୍କା ପ୍ରଦାନ କରାଯିବ । କିନ୍ତୁ କାଳିଆ ଯୋଜନାର ତୃତୀୟ କିସ୍ତିରେ ସେମାନଙ୍କ ସଂଖ୍ୟା କମିଛି ନା ବଢିଛି ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇ ନାହିଁ । ସେଥିପାଇଁ ହିତାଧିକାରୀ ତାଲିକାରେ ନୂଆ କରି ସାମିଲ ହୋଇଥିବା କ୍ଷୁଦ୍ର ତଥା ନାମମାତ୍ର ଚାଷୀ ମାନଙ୍କୁ 2ହଜାର 500 ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏନେଇ ଦିନ ତମାମ କୃଷି ବିଭାଗରେ ବୈଠକ ବସିଥିବାର ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।