ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିଲେ ଓଡ଼ିଆ ସିନେ ଜଗତରେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ମନଙ୍କୁ କିଣି ନେଇଥିବା ସେହି ସୁନ୍ଦରୀ ଅଭିନେତ୍ରୀ ଝରଣା ଦାସ ଙ୍କ ବିଷୟରେ | ଖାଲି ଟେଲି ଭିଜନ ଜଗତରେ ଯେ ସେ କେବଳ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କ ଦିୱାନୀ ବନାଇଥିଲେ ତାହା ନୁହଁ ସେ ଆକାଶ ବାଣୀ ଓ ଦୂରଦର୍ଶନ ରେ ମଧ୍ୟ ତାଙ୍କର କଳା ଆଉ ପ୍ରତିଭା କୁ ଦେଖାଇ ଓଡିଶା ବାସୀ ଙ୍କର ମନକୁ କିଣି ନେଇଥିବାର କଥା କୁହାଯାଉଛି | ତେବେ ସେହି ମହାନ କଳାକାର ଜଣଙ୍କ ଆଉ ଆମ ଗହଳ ରେ ନାହାନ୍ତି, ସମସ୍ତଙ୍କ ଶୋକ ସାଗରରେ ଭୋସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ଏହି ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି 1945 ମସିହାରେ କଟକ ର ଚାନ୍ଦିନୀ ଚକ ରେ ଝରଣା ଦାସ ଜନ୍ମଗ୍ରହଣ କରିଥିଲେ ଆଉ ତାଙ୍କୁ ସମସ୍ତେ ଶ୍ରଦ୍ଧାରେ ଝୁମୁ ବୋଲି ଡାକୁଥିଲେ | ତେବେ ଅଭିନୟ ସାଙ୍ଗଙ୍କୁ ଓଡିଶୀ ନୃତ୍ୟ ଗୁରୁ କେଳୁ ଚରଣମହାପାତ୍ର ଙ୍କ ପାଖରୁ ସେ ନୃତ୍ୟ ଶିକ୍ଷା କରିଥିଲେ ବୋଲି କୁହାଯାଉଛି | ଆଉ ସେ ଫୋଟ ଗ୍ରାଫର ଦୀପକ ଦାସ ଙ୍କୁ ମଧ୍ୟ ବିବାହ କରିଥିଲେ ବୋଲି କୁହାଯାଉଛି | ଆଉ ଯାହା ଜଣା ପଡୁଛି କି ସେ ଜୟଦେବ ପୁରସ୍କାର ରେ ମଧ୍ୟ ସଂମ୍ମାନିତ ହୋଇଥିଲେ ବୋଲି କୁହାଯାଉଛି |
ତେବେ ଝରଣା ଦାସ ଅନେକ ଚଳଚିତ୍ର ରେ ଅଭିନୟ କରି ନିଜର ପ୍ରସଂଶା ସାଉଁଟି ଛନ୍ତି | ତେବେ ଅଭିନେତ୍ରୀ ସାଙ୍ଗକୁ ଜଣେ ଭଲ ଓଡିଶୀ ଡାନ୍ସ ର ଭାବରେ ମଧ୍ୟ ସେ ବେଶ ପ୍ରସଂଶା ସାଉଁଟି ଥିବାର ଦେଖିବାକୁ ମିଳିଥିଲା | ତେବେ ସେ ଥିଲେ 60 ଦଶକ ର ଜଣେ ଆଗୁଆ ଧାଡ଼ିର କଳାକାର, ସେ ହରେକୃଷ୍ଣ ମହତାବ ଙ୍କ ଉପରେ ଆଧାରିକ ବୃତ୍ତ ଚିତ୍ର ରେ ସେ ନିର୍ଦେଶନା ଦେଇଥିଲେ | ଏହା ବ୍ୟତୀତ ସେ ଘର ଭଡା ଦିଆଯିବ ଓ ମଣିଷ ଆଦି କାର୍ଯ୍ୟକ୍ରମ ରେ ମଧ୍ୟ ଅଭିନୟ କରିଥିଲେ ବୋଲି କୁହାଯାଉଛି |
ଯାହା କୁହାଯାଉଛି କି ଗତ କାଲି ବିଳମ୍ବିତ ରାତି ରେ କଟକ ର କନିକା ଛକ ନିକଟରେ ଥିବା ତାଙ୍କର ବାସ ଭାବନାରେ 82 ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ଆଉ ତାଙ୍କୁ ଆମ ସିନେ ଇଣ୍ଡୋଷ୍ଟ୍ରି ହରାଇବା ପରେ ସମସ୍ତେ ଶୋକ ରେ ଭାଙ୍ଗି ପଡିଛନ୍ତି ଓ ତାଙ୍କର ଅନ୍ତିମ ସତ୍କାର ପାଇଁ ସିନେ ଷ୍ଟାର ମାନେ ଯାଇଥିବାର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।