New Twist – ପୁଣି ମିଶିଗଲେ Varsha & Anubhav ! ସାମ୍ନାକୁ ଆସିଲା ନୂଆ ଖୁଲାସା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ କଥା ବେଶ୍ ଚର୍ଚ୍ଚାରେ ରହି ଆସିଛି।ଏହି ଦୁଇ ଜଣ ଏବେ ସାରା ଓଡିଶାରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପାରିବାରିକ ବିବାଦକୁ ନେଇ ସେମାନେ ଦୁଇଜଣ କୋର୍ଟରେ ପହଞ୍ଚିଥଲେ। ସେମାନଙ୍କ ଘର ଭିତର କଥା ବାହାରକୁ ଆସିଲା ଏବଂ ସମସ୍ତେ ସେ ବିଷୟରେ ଜାଣିବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିବାକୁ ଲାଗିଲା। ଏବେ ମଧ୍ୟ ସେମାନଙ୍କ ବିବାଦ କୌଣସି ସମାଧାନ ରେ ପହଞ୍ଚି ନାହିଁ କିମ୍ୱା ତାଙ୍କର ବିବାଦରେ ପୂର୍ଣ୍ଣଛେଦ ପଡ଼ିନାହିଁ।

ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ଉଭୟଙ୍କ ଶୀତଳ ଯୁଦ୍ଧ ତ ଆପଣ ଦେଖିବାକୁ ପାଇଥିବେ।ତେବେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀ ଅନେକ ସମୟରେ ସେମାନଙ୍କ ମତଭେଦକୁ ନେଇ ସମାଲୋଚନା ର ଶିକାର ମଧ୍ୟ ହୋଇଥାନ୍ତି।କିଛିଦିନ ତଳେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ଏକ ପୋଷ୍ଟ ଯାହା ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିଲା, ତାହା ଓଡ଼ିଶା ଗଣମାଧ୍ୟମ ରେ ଝଡ଼ ସୃଷ୍ଟି କରିଥିଲା। କିନ୍ତୁ ଏବେ ସବୁ ଭଲପାଇବା ବର୍ଷା ଙ୍କ ଉପରକୁ ଓଜାଡ଼ି ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ସେ ଲୋକଙ୍କ ସହିତ ବିଭିନ୍ନ ଉପାୟରେ ଜଡ଼ିତ ରହୁଥିବା ଦେଖିବାକୁ ମିଳୁଛି।

ଲୋକଙ୍କୁ ଅନେକ ସମୟରେ ସେ ସହାୟତାର ହାତ ବଢାଇଥାନ୍ତି।ଜଣେ ହିନ୍ଦୁ ନାରୀର କର୍ତ୍ତବ୍ୟ ଏବଂ ସଂସ୍କାର କୁ ପାଳନ କରି ଏବେବି ସେ ସ୍ବାମୀ ଅନୁଭବଙ୍କ ପାଇଁ ସିନ୍ଦୂର ଏବଂ ଶଙ୍ଖା ପିନ୍ଧୁଥିବା ଦେଖିବାକୁ ମିଳୁଛି।ଏପଟେ ସାଂସଦ ତାଙ୍କ ଇମେଜ କୁ ବଦଳାଇବା କୁ ଚେଷ୍ଟା କରୁଛନ୍ତି ଏବଂ ବିବାଦରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି।ଏବେ ବର୍ଷା ପ୍ରିୟଦର୍ଶିନୀ ବିଜେଡି ପାଇଁ ପ୍ରଚାର କରୁଥିବା ମଧ୍ଯ ଦେଖିବାକୁ ମିଳିଥିଲା। ଏବେ ଏକ ପ୍ରସଙ୍ଗକୁ ନେଇ କିନ୍ତୁ ଉଭୟଙ୍କ ମନ୍ତବ୍ୟ ସମାନ ହୋଇଥିବା ଦେଖିବାକୁ ମିଳିଛି। ସାଂସଦ ପିନାକୀ ମିଶ୍ରଙ୍କ ବକ୍ତବ୍ୟକୁ ଏବେ ଦୁହେଁ ସମର୍ଥନ ଜଣାଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେବାକୁ ଲାଗିଛି।

କେହି କେହି କହୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଦୁହେଁ ଏକ ହେଲେ। ଶ୍ରୀମନ୍ଦିର କରିଡ଼ର ଚାରିପଟେ ବେଆଇନ ଖନନ କାର୍ଯ୍ୟ କରା ଯାଉଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ କହିଥିଲେ। ଏହାର ଉତ୍ତରରେ ପିନାକୀ କହିଥିଲେ ଶ୍ରୀମନ୍ଦିର କରିଡ଼ର ରେ ଚାରିଟି ଟଏଲେଟ୍ ନିର୍ମାଣ ହେଉଛି। ଏହାକୁ ଟେବୁଲ୍ ବାଡ଼େଇ ଅନୁଭବ ସମର୍ଥନ କରିଥିଲେ।ଏହା ଚର୍ଚ୍ଚା ହେବାର ମାତ୍ର କେତେଦିନ ପରେ ବର୍ଷା ଏବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଟୁଇଟ କରି ଟାର୍ଗେଟ କରିଛନ୍ତି। ମନ୍ଦିରର କରିଡ଼ର ଭିତରେ ଭକ୍ତଙ୍କ ସୁବିଧା ପାଇଁ ଟଏଲେଟ୍ ନିର୍ମାଣ କୁ ବିରୋଧ କରା ନଯାଉ ବୋଲି ସେ ଟୁଇଟ କରି ଲେଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment