Odisha News Portal

ପୁଣି ମାର୍ଚ୍ଚ 26 ତାରିଖରେ ହେବ ଭାରତ ବନ୍ଦ – ଜାଣନ୍ତୁ କ’ଣ ପାଇଁ ଭାରତ ବନ୍ଦ ହେଉଛି ଏବଂ କ’ଣ ରହିବ ଖୋଲା ଓ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ବନ୍ଧୁଗଣ ଆପଣ ମାନଙ୍କୁ କହି ରଖୁଛୁ ଯେ ପୁଣି ଥରେ ହେବାକୁ ଯାଉଛି ଆଉ ଏକ ଭାରତ ବନ୍ଦ। କିଛି ମାସ ମଧ୍ୟରେ ଅନେକ ଥର କିଛି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦିଆ ଯାଇଥିଲେ ମଧ୍ୟ ଏହାର ପ୍ରଭାବ ବା ଏଥିରେ ବିଶେଷ ସୁଫଳ ମିଳି ପାରିନାହିଁ।ପୁଣିଥରେ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜୋରଦାର ହେବାରେ ଲାଗିଛି। କୃଷକ ମାନଙ୍କ ପକ୍ଷରୁ ତେଜିଲା ଆନ୍ଦୋଳନ। ଯାହାକୁ ନେଇ ଆସନ୍ତା ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଲେ ବିଭିନ୍ନ କୃଷକ ସଂଗଠନ ମାନେ। ତେବେ ଏହି ବନ୍ଦ ଡାକରା ପାଇଁ ନିକଟରେ ବିଭିନ୍ନ କୃଷକ ସଂଗଠନ ସହ ଦେଶର ବିଭିନ୍ନ ଶ୍ରମିକ ଓ ଟ୍ରାନ୍‌ସପୋର୍ଟ ସଂଗଠନର ଆଲୋଚନା କରାଯାଇଛି।

ଆଉ ଏହି ଆଲୋଚନା ପରେ ଭାରତ ବନ୍ଦ ର ଏହି ନିଷ୍ପତ୍ତି ନିଆ ଯାଇଛି।ଏହି ବୈଠକରେ ୨୬ ମାର୍ଚ୍ଚରେ ଭାରତ ବନ୍ଦ ହେବାକୁ ନେଇ ଚର୍ଚ୍ଚା ହୋଇଥିବା ଜଣା ପ଼ଡିଛି । ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ଏହି କୃଷକ ମାନେ ସେମାନଙ୍କର କିଛି ଦାବି ରଖି ତାହାକୁ ପୂରଣ କରିବା ଦାବିରେ ଭାରତ ବନ୍ଦ ଡାକରା ଦେଇଥିଲେ। ସୂଚନା ଅନୁସାରେ କୃଷି ଆଇନ କୁ ପ୍ରତ୍ୟାହାର କରିବା ଦାବିରେ ଗତ ୪ ମାସ ଧରି ଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଂଗଠନ ମାନେ ସେମାନଙ୍କର ଆନ୍ଦୋଳନ ଚଳାଇ ଚାଲିଛନ୍ତି। ସେମାନେ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ରୁ ହଟିବେ ନାହିଁ ବୋଲି ଜଣା ପଡ଼ୁଛି।

ତେବେ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ମାନେ ଚକା ଜାମ କରି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବେ ବୋଲି କୁହା ଯାଉଛି। ଆଉ ମିଳିଥିବା ସୂଚନା ଅନୁସାରେ ଏହି ଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଯାଉଛି ଭାରତ ବନ୍ଦ। ଆଉ ଏହି ବନ୍ଦରେ ତୈଳ ଓ ଗ୍ୟାସ ଦର ବୃଦ୍ଧି ଏବଂ ଏହା ସହିତ ବିଭିନ୍ନ ସରକାରୀ ଉଦ୍ୟୋଗର ଘରୋଇ କରଣ ଆଦି ପ୍ରତିବାଦରେ ମଧ୍ୟ ବନ୍ଦ ପାଳନ କରାଯିବ ବୋଲି କୁହା ଯାଇଛି।ଏହି ବିଷୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ଏବଂ ସ୍ପଷ୍ଟ ମଧ୍ୟ କରିଛି। ସଂପୂର୍ଣ୍ଣ ୧୨ ଘଣ୍ଟା ପାଇଁ ଏହିଦିନ ଭାରତ ବନ୍ଦ ରହିବ।

କଣ ଖୋଲା-

ଔଷଧ ଦୋକାନ, ସ୍ୱାସ୍ଥ୍ୟ ସେବା ଜାରି ରହିବ, ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡ଼ି ବନ୍ଦ ରୁ ବାଦ୍, ଜରୁରୀ କାଳୀନ ସେବା ବନ୍ଦ ପାଳନରୁ ବାଦ୍, ପେଟ୍ରୋଲ ପମ୍ପ ଖୋଲା ରହିବ, ଗାଡ଼ି ଏବଂ କାର ଚଳାଚଳ ହୋଇ ପାରିବ।

କଣ ବନ୍ଦ-

ଦିଲ୍ଲୀରେ ରେଳ,ଘରୋଇ ବସ୍, ପବ୍ଲିକ ଟ୍ରାନ୍ସ ପୋର୍ଟ ସେବା ବନ୍ଦ ରହିବ। ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ। ଦୋକାନ ବଜାର ଆଦି ବନ୍ଦ ରହିବା ସହିତ ପବ୍ଲିକ ଯୋଗାଯୋଗ ସେବା ବନ୍ଦ ରହିବ ଏବଂ ସବୁକିଛି ଶାନ୍ତି ପୂର୍ଣ୍ଣ ଭାବରେ ହେବ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।