Odisha News Portal

ପୁଣି ଘଟିଲା ଅପୂର୍ବ ମହା ସଂଯୋଗ ! କେଉଟ ଜାଲରେ ପଡିଲେ ସ୍ୱୟଂ ମହାପ୍ରଭୁ ଜାଗନ୍ନଥ ଦେଖନ୍ତୁ

ବନ୍ଧୁଗଣ ଅନେକ ସମୟରେ ଆପଣ ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା। ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ପୁଣି ଆଜି ଏକ ବିଶେଷ ଅଲୌକିକ ଘଟଣା ବିଷୟରେ ଆଲୋଚନା କରିବା। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଏଠାରେ ଯେଉଁ ଘଟଣା ଘଟିଛି ତାହା ବାସ୍ତବିକ ଭାବରେ ଏହା ଭାବିବାକୁ ବାଧ୍ୟ କରୁଛି ଯେ ସତରେ ଭଗବାନ ଙ୍କ ଲୀଳା ଖେଳା କୁ ବୁଝିବା ସମ୍ଭବପର ନୁହେଁ।ସେ କେତେବେଳେ କଣ କରିଥାନ୍ତି ତାହା କେବଳ ତାଙ୍କୁ ହିଁ ଜଣା। ସତ୍ୟଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସବୁବେଳେ ସତ୍ୟର ସନ୍ଧାନ କରିବା ନିମନ୍ତେ ଅନେକ ମାଳିକା ବର୍ଣ୍ଣିତ ସ୍ଥାନ ମାନଙ୍କରେ ଯାଇ ପହଞ୍ଚିଥାଏ।

ସେହିକ୍ରମରେ ଆଜି ଯେଉଁ ଭକ୍ତଙ୍କ ପାଖରେ ପହଞ୍ଚିଛନ୍ତି ସେ ହେଉଛନ୍ତି ଜଣେ ମହିଳା ଭକ୍ତ।ସେ ଘରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ପୂଜା କରନ୍ତି। ଆଉ ସେ ଯେଉଁ ମୂର୍ତ୍ତି କୁ ପୂଜା କରୁଛନ୍ତି ତାହାକୁ ପାଇବାର ଘଟଣା ବେଶ ରୋଚକ ଏବଂ ରହସ୍ୟପୂର୍ଣ୍ଣ ଅଟେ। ମହିଳା ଭକ୍ତଙ୍କ କହିବା ଅନୁସାରେ ତାଙ୍କ ପଡୋଶୀ ଜଣେ କେଉଟ ଅଟନ୍ତି।ସେ ଦିନେ ମାଛ ଧରିବାକୁ ନଦୀକୁ ଯାଇଥିବା ସମୟରେ ଯେତେବେଳ ଏକ ମାଛ ତାଙ୍କୁ ଦେଖାଗଲା ସେତେବେଳ ସେ ସେହି ମାଛଟିକୁ ଧରିବାକୁ ଯାଉଥିବା ବେଳେ ମାଛ ଟି ତାଙ୍କ ହାତରୁ ଖସିଗଲା କିନ୍ତୁ କୌଣସି ଏକ ଜିନିଷ ତାଙ୍କ ହାତରେ ବାଜିଲା।

ତାପରେ ଉକ୍ତ କେଉଟ ଜଣଙ୍କ ତାକୁ ପାଣି ଭିତରୁ ଆଣି ଦେଖିଲେ ଯେ ଏହା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଅଟେ। ତାପରେ ସେ ଏହାକୁ ଆଣି ଘର ପାଖ ଏହି ମହିଳାଙ୍କ ଘରେ ଆଣି ମୂର୍ତ୍ତିଙ୍କୁ ସ୍ଥାପନା ଦେଇଥିଲା ପୂଜାର୍ଚ୍ଚନା କରିବାକୁ। ସେବେଠୁ ମହିଳା ଜଣଙ୍କ ଜଗନ୍ନାଥଙ୍କୁ ପୂଜା କରି ଆସୁଛନ୍ତି। ଆଉ ଏହାପରେ ତାଙ୍କ ପୂଜା ଘରେ ଉଈ ହୁଙ୍କା ବଢ଼ିବାକୁ ଲାଗିଲା। ଅନେକ ଅଲୌକିକ ଘଟଣା ମଧ୍ୟ ତାପରେ ସେଠାରେ ସେ ଦେଖିବାକୁ ପାଇଛନ୍ତି।ଏହି ଭିଡିଓ ଦେଖିଲେ ଆପଣ ଏଠାକାର ଦୃଶ୍ୟକୁ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।