ପୁଣି ଚର୍ଚ୍ଚାରେ ଭାଇରାଲ Woman : ପେଟ୍ରୋଲ ଓ ଡିଜେଲ୍ ଗୀତ କୁ ନେଇ ଗାଇଲେ ଏମିତି , ଭାଇରାଲ ହେଲା ଭିଡିଓ…

ବନ୍ଧୁଗଣ ଏବେ ଚର୍ଚ୍ଚାରେ ରହିଛି ଏକ ଏମିତି ଗୀତ ଯାହାକୁ ଯିଏ ବି ଶୁଣୁଛି ସେ ବାଃ ବାଃ କରୁଛି। କାରଣ ଏହି ଗୀତଟି ଏକ ଚର୍ଚ୍ଚିତ ପ୍ରସଙ୍ଗ କୁ ନେଇ ହେଇଛି। ଆପଣ ତ ଜାଣିଛନ୍ତି ପେଟ୍ରୋଲ ଓ ଡିଜେଲ୍ ଦରରେ କିପରି ଭାବରେ ଅହେତୁକ ଭାବରେ ବୃଦ୍ଧି ଘଟୁଛି। ଏତେ ମାତ୍ରାରେ ଦର ବୃଦ୍ଧି ଘଟିଛି ଯେ ସାଧାରଣ ଲୋକେ ଏଥିରେ ଅସ୍ତ ବ୍ୟସ୍ତ ହୋଇ ପଡିଲେଣି। ତେବେ ପେଟ୍ରୋଲ ଦର ଆକାଶଛୁଆଁ ହେବା ଏବେ ସମସ୍ତଙ୍କ ପାଇଁ ବେଶ୍ ପ୍ରଭାବିତ କରିବା ଭଳି ହୋଇଛି। ଏହାକୁ ନେଇ ଜଣେ ମହିଳା ଏବେ ଗୀତ ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଏବଂ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ କିପରି ଏହାର ପ୍ରଭାବ ପରିଲକ୍ଷିତ ହେଉଛି ସେ ବିଷୟରେ ବର୍ଣ୍ଣନା କରିଛନ୍ତି।

ଯେଉଁ ଭିଡିଓ ଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ତେବେ ଏହି ଭିଡିଓ ରେ ଏହି ମହିଳା ଜଣଙ୍କ କିଭଳି ଭାବରେ ଗୀତ ଗାଉଛନ୍ତି ତାହା ଥରେ ଆପଣ ଶୁଣନ୍ତୁ ଏବଂ ଶୁଣିଲା ପରେ ଆପଣ ଜାଣି ପାରିବେ ଯେ ଏହି ଗିତରି କିପରି ଭାବରେ ଲୋକଙ୍କୁ ସଚେତନ କରାଇବା ପାଇଁ ହୋଇଛି। ତେବେ ବର୍ତ୍ତମାନ ସମୟରେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର କିପରି ଆକାଶଛୁଆଁ ହୋଇଛି ତାହା ତ ଆପଣ ଜାଣିଥିବେ ଯାହାକୁ ନେଇ ଲୋକେ ବହୁତ୍ ହଇରାଣ ହରକତ ହେଉଛନ୍ତି।

କାରଣ ଏବେବି ଲୋକଂକ ଆର୍ଥିକ ସ୍ଥିତି ସୁଧୁରି ନାହିଁ ଆଉ ଏପଟେ ଦରଦାମ ର ବୃଦ୍ଧି ବେଡି ଉପରେ କରୋଡା ସଦୃଶ ଲାଗୁଛି।ତେବେ ଯାହାବି ହେଉ ତାଙ୍କର ଏହି ଗୀତ ବେଶ୍ ଶ୍ରୁତି ମଧୁର ହେବା ସହିତ ବହୁତ୍ ସୁନ୍ଦର ହୋଇଛି।ତେବେ ତାଙ୍କର ଏହି ଗୀତ ଏଥିପାଇଁ ବହୁତ୍ ଭଲ ଲାଗୁଛି କାରଣ ଏଥିରେ ଅନେକ ବାର୍ତ୍ତା ରହିଛି ଗୀତ ମାଧ୍ୟମରେ ଯାହା ସମସ୍ତଙ୍କୁ ମାନିବା ଦରକାର୍ ଏବଂ ସମସ୍ତେ ଜାଣିବା ବି ଦରକାର୍।ଏହି ଗୀତକୁ ଗାଇଥିବା ମହିଳାଙ୍କ ନାମ ହେଉଛି ବବି ଅନୁସୂୟା ଏବଂ ଏହାର ଗୀତିକାର ହେଉଛନ୍ତି ଶ୍ରୀଯୁକ୍ତ ସତ୍ୟାନାଶ। ତେବେ ଏହି ଗୀତଟି ର ପ୍ରଥମ ଲାଇନ୍ ହେଉଛି କହନା ପେଟ୍ରୋଲ କହନା, କହିଦେ କେତେ ତୁ ଏଇନା।

ତେବେ ଗୀତରେ ଗୀତରେ ସେ ଏକ ସୁନ୍ଦର୍ ବାର୍ତ୍ତା ଦେଇ ପେଟ୍ରୋଲ ଦରଦାମ ବୃଦ୍ଧି ପାଇଁ କେମିତି ଘରେ ଷ୍ଟ୍ରାଇକ ହେଉଛି ସେ ବିଷୟରେ ମଧ୍ଯ ବର୍ଣ୍ଣନା କରିଛନ୍ତି।ତେବେ ଆପଣ ବି ଥରେ ଏହି ଗୀତକୁ ଶୁଣନ୍ତୁ ଏବଂ ଏହା ନିଶ୍ଚିତ ଆପଣଙ୍କ ମନକୁ ଛୁଇଁବ ଏବଂ ଏହାକୁ ଶୁଣି ଆପଣ ଏହି ଗୀତରେ ସ୍ୱର ଦେଇଥିବା ଏହି ମହିଳା ପ୍ରତିଭାଙ୍କୁ ମଧ୍ଯ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment