ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ଗାର୍ଲ , “Coronavirus Outbreak ” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

ପୂର୍ବରୁ ଯେଉଁ ମାନେ ଗାଁ ଗହଳିରେ ରହି ଥାଆନ୍ତି, ତାଙ୍କ ଭିତରେ ଯେଉଁ ପ୍ରତିଭା ବା କଳା ରହି ଥାଏ ସେମାନେ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଅନେକ କିଛି ଦେଖିବାକୁ ଓ ଶୁଣିବାକୁ ମିଳିଥାଏ। ବଡ଼ ଲୋକ ମାନଙ୍କ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ତାଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଅନେକ ପ୍ରୟାସ କରୁଛନ୍ତି। ଯାହା ଫଳରେ କି ସେମାନଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳି ପାରୁଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ମାନଙ୍କରେ ଦେଖି ବାକୁ ମିଳି ଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁଏଭଳି ଏକ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ବହୁତ ଖୁସି ହୋଇ ଯିବେ। ତାହା ହେଉଛି ଗୋଟେ କୁନି ଝିଅଟି କରୋନାର ସଚେତନତା ଗୀତ ଗାଉଛି। ତେବେ ଆସନ୍ତୁ ସେ କେଉଁ ଭଳି ଭାବରେ ଗୀତ ଗାଉଛି ନଜର ପକାଇବା;

ଏଭଳି ଏକ ଦୃଶ୍ୟ କଳାହାଣ୍ଡି ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଶିଖାରାଣୀ ମହାପାତ୍ର ଗୋଟେ କୁନି ଝିଅଟି, ନିଜର ସୁମଧୁର କଣ୍ଠରେ କରୋନା ସଚେତନ ଗୀତ ଗାଇ ଥିବାର ଦେଖି ବାକୁ ମିଳିଛି। ଏହି ଗୀତଟିକୁ ତାଙ୍କ ମାଆ ସବିତା ମହାପାତ୍ର ଲେଖିଛନ୍ତି। ଗତ ଦୁଇ ବର୍ଷ ଧରି ସାରା ଭାରତ ବର୍ଷରେ ଯେଉଁ କରୋନା ତାଣ୍ଡବ ଲୀଳା ରଚି ଚାଲିଛି, ତାକୁ ଆଖି ଆଗରେ ରଖି ବହୁ ସୁନ୍ଦର ଗୀତ ଗାଇଛନ୍ତି। ଗୀତର ପ୍ରତିଟି ଅକ୍ଷରରେ କରୋନାର ସଚେତନତା ବିଷୟରେ ରହିଛି।

ଯାହାକି ଲୋକ ମାନଙ୍କ ହୃଦୟ ସ୍ପର୍ଶୀ ହୋଇ ଯାଇଛି।ଏହି ଗୀତଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସେହି କୁନି ଝିଅଟିର ଗୀତ ପସନ୍ଦ ଲାଗିବା ସହିତ ତାକୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରିଛନ୍ତି। ସେ ଗୀତ ଗାଇ ଅନେକ ପ୍ରଶଂସା ସାଉଁଟି ପାରିଛି। ଏଭଳି ଗୀତ ଗାଇବା ପଛରେ ତାଙ୍କ ମାଆ ହେଉଛନ୍ତି ତାଙ୍କର ପ୍ରେରଣା ଦାୟକ ଅଟନ୍ତି। ଆଗକୁ ବଢିବା ପାଇଁ ତାଙ୍କ ମାଆ ତାଙ୍କୁ ଉତ୍ସାହିତ କରିଛନ୍ତି।

ଯାହା ଫଳରେ କି ସେ ଆଜି ଏଭଳି ଭାବରେ ଗୀତ ଗାଇ ଆଗକୁ ଆସି ପାରିଛନ୍ତି। ସେ ଏଭଳି ଭାବରେ ଗୀତ ଗାଇ ପାରି ଥିବାରୁ ତା’ର ବାପା,ମାଆ ଓ ପରିବାର ଲୋକ ମାନେ ବହୁତ ଖୁସି ଅଛନ୍ତି। ସେ ତାଙ୍କ ପରିବାରର ଗର୍ବ ଇ ଗୋୖରବ ଆଣି ଦେଇ ପାରିଛି। ଏହା ସମାଜକୁ ଏକ ଭଲ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଅନ୍ୟ ପିଲା ମାନେ ମଧ୍ୟ ଆକୃଷ୍ଟ ହୋଇ ପାରିବେ। ଭଗବାନଙ୍କ ନିକଟରେ ପାର୍ଥନା କରା ଯାଉଛି ଯେ, ସେହି କୁନି ଝିଅଟି ଆହୁରି ସୁନ୍ଦର ସୁନ୍ଦର ଗୀତ ଗାଇ ବହୁ ଉଚ୍ଚକୁ ଯିବ ବୋଲି ଆଶା କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment