ସମାଜରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକି ଶୁଣିବା ମାତ୍ରେ ବହୁତ ଖୁସି ଲାଗିଥାଏ। ଦୁନିଆଁରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇ ଥାଆନ୍ତି। ବିଶେଷ କରି ବଡ଼ ଲୋକ ମାନଙ୍କ ପାଖରୁ ଛୋଟ ପିଲା ମାନଙ୍କ ପାଖରେ ଅଧିକ ମାତ୍ରାରେ ଭଲ ଗୁଣ ରହିଥାଏ। ଦୁନିଆଁରେ ଏଭଳି ପିଲା ମଧ୍ୟ ଅଛନ୍ତି ଯେ ତାଙ୍କ କଳା ବା ଭଲ ଗୁଣକୁ ସମସ୍ତଙ୍କ ନିକଟରେ ପରିବେଷଣ କରି ପାରନ୍ତି, ଯାହା ଫଳରେ କି ସେମାନେ ଚର୍ଚ୍ଚାରେ ରହିବା ସଙ୍ଗେ ସଙ୍ଗେ ସବୁ ଲୋକ ମାନେ ମଧ୍ୟ ପ୍ରଶଂସା କରି ଥାଆନ୍ତି। ସମାଜ ପାଇଁ ମଧ୍ୟ ଏକ ପ୍ରେରଣା ଦାୟକ କଥା ଅଟେ। ଏଭଳି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଜଣେ ୧୫ ବର୍ଷର ଝିଅଟି ସୁନ୍ଦର ଗୀତ ଗାଇ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଚିନ୍ତାବୁଡା ଗ୍ରାମରୁ ଦେଖିବା ପାଇଁ ମିଳିଛି। ସେହି ଗାଁ ର ନମିତା ମେଲେକା ନାମକ ଜଣେ ଝିଅଟି, ଯାହାର ବୟସ ମାତ୍ର ୧୫ ବର୍ଷ ଅଟେ ଓ ସେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ଆଦିବାସୀ ଅଞ୍ଚଳର କୁଇ ସମ୍ପ୍ରଦାୟର ଅଟେ। ଘରେ ତାଙ୍କର ବାପା, ମାଆ ଓ ସାତ ଭଉଣୀ ରହୁଛନ୍ତି। ତାଙ୍କ ବାପା ଚାଷ କାର୍ଯ୍ୟ କରି ଥାଆନ୍ତି ଓ ସେ ବହୁତ ଗରିବ ଘରର ପିଲା ଅଟେ। ସେହି ଝିଅଟି ତାଙ୍କ ପାଠ ପଢ଼ା ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି ଓ ତାଙ୍କ ପାଖରେ ଅନେକ ପ୍ରତିଭା ମଧ୍ୟ ଭାରି ରହିଛି।
ସେହି ବହୁତ ସୁନ୍ଦର ଭାବରେ ଗୀତ ଗାଇ ପାରୁଛି। ସେ ଛୋଟ ବେଳୁ ରେଡ଼ିଓ ଦ୍ୱାରା ଗୀତ ଶୁଣି ଗାଇବା ଆରମ୍ଭ କରିଛି। ସୁନ୍ଦର ଭାବରେ ଗୀତ ଗାଇ ପାରି ଥିବାରୁ, ତାଙ୍କର ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସେ ଓଡ଼ିଆ, ହିନ୍ଦୀ ଓ ତାଙ୍କ କୁଇ ଭାଷା ଆଦି ବହୁ ଭାଷାରେ ସୁନ୍ଦର ଗୀତ ଗାଇ ପାରୁଛି। ଲୋକ ମାନେ ମଧ୍ୟ ସେହି ଝିଅଟିର ଗୀତକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ଏଭଳି ଖବର ଶୁଣି ତାର ପରିବାର ଲୋକ ମାନଙ୍କ ମନରେ ଖୁସିର ଲହରି ଖେଳି ଯାଇଛି।
ପରିବାର ଲୋକ ମାନେ ତାକୁ ନେଇ ବହୁତ ଗର୍ବ ଅନୁଭବ କରୁଛନ୍ତି। ତା’ର ବାପା ଓ ମାଆ ଗୀତ ଗାଇବାରେ ତାକୁ ମଧ୍ୟ ସମର୍ଥନ କରି ଥାଆନ୍ତି। ଯାହା ଫଳରେ କି ସେ ଆଗକୁ ଯାଇ ପାରୁଛି। ଏଥି ସହିତ ତାଙ୍କ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ତାକୁ ବହୁତ ଉତ୍ସାହିତ କରି ଥାଆନ୍ତି। ଭଗବାନ କୃପାରୁ ସେହି ଝିଅଟି ଆହୁରି ଆଗକୁ ଯିବା ସହିତ ତାର ସବୁ ସ୍ବପ ମଧ୍ୟ ପୁରଣ ହେଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।