ବର୍ତ୍ତମାନ ସମାଜରେ ସୋସିଆଲ ମିଡ଼ିଆ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ଛୋଟ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଜଡିତ ହେଉଛନ୍ତି। ବିଶେଷ କରି ଯୁବକ ଯୁବତୀ ମାନେ ଏଥିରେ ଅଧିକ ସମୟ ବିତାଉଛନ୍ତି। ଏହା ଏମିତି ଏକ ପ୍ଲାଟଫର୍ମ ଯେଉଁଥିରେ ଯେକୌଣସି ବୟସର ବ୍ୟକ୍ତି ନିଜର ପ୍ରତିଭାକୁ ଦେଖାଇ ଥାନ୍ତି। ଯେଉଁ ମାନଙ୍କ ପ୍ରତିଭା ଅନ୍ୟମାନଙ୍କ ଠାରୁ ଟିକିଏ ଭିନ୍ନ ଲାଗିଲା ତାହା ଅନ୍ୟ ମାନଙ୍କୁ ପସନ୍ଦ ଆସିଥାଏ। ସୋସିଆଲ ମିଡିଆରେ ତାହା ଭାଇରାଲ ହୋଇଯାଏ। ତେବେ ସୋସିଆଲ ମିଡ଼ିଆ ଏଭଳି ଏକ ମାଧ୍ୟମ ଯେଉଁଥିରେ ରାତା ଲୋକ ଷ୍ଟାର ମଧ୍ୟ ହୋଇଯାଉଛନ୍ତି।
କେତେ ବେଳେ କାହାର ଭିଡ଼ିଓ ଭାଇରାଲ ହେବ ତାହା କେହି କହିପାରିବେ ନାହିଁ। ତେବେ ବର୍ତ୍ତମାନ ସମୟରେ କୁନି ଝିଅ ପୁଚୁକିଗାଲି ଗୀତ ଗାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ଏହି କୁନି ଝିଅଟି ବିଷୟରେ। ତେବେ ଏହି ଭିଡ଼ିଓରେ ଜଣେ ଛୋଟ ପିଲା ପୁଚୁକିଗାଲି ଗୀତ ଗାଉଥିବା ଦେଖିବା ପାଇଁ ମିଳିଛି। ତେବେ ଯଦି ଆପଣ ମାନେ ଜଣେ ନବେ ଦଶକରେ ପିଲା ହୋଇଥିବେ ପୁଚୁକିଗାଲି ଗୀତକୁ ନିଶ୍ଚିତ ଭାବରେ ଜାଣିଥିବେ। ଆଉ ସେଇ ଗୀତକୁ ଆଜିବି ଶୁଣିଲେ ପୁଚୁକିଗାଲି ଗୀତ ବୋଲି ହୋଇଯାଏ। କିନ୍ତୁ ଏବେ ଓଡ଼ିଆ ଫିଲ୍ମ ରେ ପୂର୍ବପରି ଗୀତ ଦେଖିବା ପାଇଁ ମିଳୁନାହିଁ।
ଯାହା ଦ୍ୱାରା ଏବେ କାର ପିଲାମାନେ ହିନ୍ଦୀ ଗୀତ ଶୁଣିବା ପାଇଁ ଆକୃଷ୍ଟ ହେଉଛନ୍ତି। ତେବେ ଏହି ସବୁ ଭିତରେ ଏହି କୁନିଝିଅଟିର ଭିଡ଼ିଓ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେ ପୁଚୁକିଗାଲି ଗୀତକୁ ମନେ ପକେଇ ପୁଣି ଥରେ ଜୀବନ୍ତ କରି ଦେଇଛି। ତେବେ କୁନି ଝିଅଟି ଯେଉଁଭଳି ଡଙ୍ଗରେ ଗୀତ ବୋଲୁଛନ୍ତି। ତାହା ସମସ୍ତଙ୍କ ଜନମନ ହରଣ କରିନେଉଛି। ଆପଣ ମାନେ ମଧ୍ୟ ବିଭିନ୍ନ ପ୍ରକାର ଗୀତ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥିବେ। ଖାସ କରି ଛୋଟ ପିଲା ମାନଙ୍କ ଗୀତ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।
ତେବେ ବର୍ତ୍ତମାନ ଯେଉଁ ଛୋଟ ପିଲାର ଭିଡ଼ିଓଟି ଭାଇରାଲ ହେଉଛି, ପୁଚୁକିଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ ମୋ ବୋପା ଲୋ, ଶେଷରେ ଯେଉଁ ଭଳି ଭାବରେ ତାଙ୍କ କୁନି ପାଟିରେ କହୁଛି ମୋ ବୋପା ଲୋ, ଏହା ବାସ୍ତବରେ କୋଟିଏ ଟଙ୍କାର ଖୁସି ଠାରୁ ମଧ୍ୟ ଆହୁରି ଅଧିକ। ତେବେ ପିଲାଟିର ଏହିଭଳି ଗୀତ ଗାଇବାର ଶୈଳୀକୁ ଲୋକ ମାନେ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି। ଯାହାବି ହେଉ ସୋସିଆଲ ମିଡ଼ିଆ ରେ ନିଆଁଭଳି ଭାଇରାଲ ହେଉଛି। ଯେ କୌଣସି ଲୋକ ଏହି କୁନି ଝିଅର ଗୀତକୁ ଦେଖୁଛନ୍ତି ଅନେକ ଏହାକୁ ପ୍ରଶଂସା କରିବା ସହିତ ସେୟାର ମଧ୍ୟ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।