Odisha News Portal

ପୁଣି ବିଜେଡିକୁ ଫେରିବେ ବାଲେଶ୍ୱରର ହେବିୱେଟ ନେତା ରଘୁ ମହାନ୍ତି ! ଓଡିଶା ରାଜନୀତିରେ ନୂଆ ଇତିହାସ ରଚିବେ କି ?

ଆପଣ ମାନେ ସମସ୍ତେ ଜାଣିଛନ୍ତି ବିଜୁ ଜନତା ଦଳର ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ ରଘୁନାଥ ମହାନ୍ତି।ଏହି ଦଳରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସମୟକ୍ରମେ ସେ ବୋହୂ ବର୍ଷା ସୋନି ପାଇଁ ଏକଦା ବିବାଦ ଭିତରକୁ ଟାଣି ହୋଇ ଯାଇ ଅଚାନକ ପଦବୀ ରୁ ଇସ୍ତଫା ନେବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଥିଲା।ପରେ ସେ ଯେତେବେଳେ ନବୀନ ନିବାସ ଯାଇ ଜଳସେଚନ ବିଭାଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଳେ ସେତେବେଳେ ଆଲୋଚନା ଆହୁରି ଜୋର୍ ଧରିଲା ଏବଂ ଚର୍ଚ୍ଚା ଚାଲିଲା ଯେ ବୋଧହୁଏ ତାଙ୍କୁ ବିଜେଡିରୁ ଟିକେଟ୍‌ ମିଳିବ। ହେଲେ ପରିସ୍ଥିତି କିଛି ଅଲଗା ହୋଇଥିଲା।

ଶେଷରେ ସେ ବିଜେଡି ଛାଡ଼ି ସବୁଦିନ ପାଇଁ ବାଏ ବାଏ କହି ଚାଲି ଯାଇଥିଲେ।ଆଉ ବସ୍ତା ନିର୍ବାଚନ ମଣ୍ଡଳୀରୁ ସେ ବିଜେପି ର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ଫଳାଫଳ ମଧ୍ୟ ଏହା ପ୍ରମାଣ କରିଥିଲା ଯେ ବିଜେପି ରେ ଯୋଗଦେବା ତାଙ୍କୁ କେତେ ମହଙ୍ଗା ପଡ଼ି ଥିଲା। ପରେ ଏହାକୁ ନେଇ ହେଉଥିବା ଚର୍ଚ୍ଚା ସାମାନ୍ୟ ଥମି ଯାଇଥିଲା। ଏବେ କିନ୍ତୁ ଆଉ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରଘୁ ମହାନ୍ତି ବିଜେଡ଼ି ରେ ମିଶିବାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। କୁହା ଯାଉଛି ବିଜେପି ରେ ତାଙ୍କୁ କୌଣସି ଦାୟିତ୍ୱ ନ ମିଳିବା ଏବଂ ଗୁରୁତ୍ଵ ଦିଆ ନଯିବା କାରଣରୁ ସେ ସେଠାରେ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛନ୍ତି।

ଆଉ ଏଥିପାଇଁ ସେ ବିଜେପି ଛାଡ଼ି ବିଜେଡ଼ି ରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି। ବାଲେଶ୍ୱର ଉପନିର୍ବାଚନ ସମୟରେ ବିଜେଡ଼ି ରେ ରଘୁ ଯୋଗ ଦେବାର ସ୍ଥିତି ବିଷୟରେ ଜାଣିବା ପରେ ବିଜେପି ସଚେତନ ହୋଇ ରଘୁନାଥ ମହାନ୍ତି ଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲା।ବିଜେପି ପ୍ରଚାର କମିଟିର ଅଧ୍ଯକ୍ଷ କରା ଯାଇଥିଲା ରଘୁ ବାବୁଙ୍କୁ। ସବୁ ରାଜନୈତିକ ସଭାରେ ସଭାପତିତ୍ବ ଦାୟିତ୍ୱ ତୁଲାଇଥିଲେ ରଘୁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ଅଶ୍ବିନୀ ବୈଷ୍ଣବଙ୍କ ଭଳି ହେବିଓ୍ବେଟ ନେତାଙ୍କ ମଞ୍ଚରେ ରଘୁ ବାବୁ ସଭାପତିତ୍ବ କରୁଥିଲେ।

କିନ୍ତୁ ଏବେ ବାଲେଶ୍ବର ଜିଲ୍ଲାରେ ପୂର୍ବତନ ସାଂସଦ କୁ ନେଇ ଅନନ୍ତ ଦାସ ଙ୍କ ସହିତ ତାଙ୍କର ସମ୍ପର୍କ ର ସ୍ଥିତି ଯାହା ସେଥିରୁ ଜଣା ପଡୁଛି ଯେ ରଘୁବାବୁ ବାଲେଶ୍ଵର ର ଦାୟିତ୍ୱ ନେଇ ପାରନ୍ତି। କୁହାଯାଉଛି ବାଲେଶ୍ଵର ସଦରେରେ ଲୋକଙ୍କ ମତାମତ ରବି ବାବୁଙ୍କ ସପକ୍ଷରେ ନଥିବା କୁଆଡେ ନବୀନ ବାବୁଙ୍କୁ ଜଣା ଯାଇଥିଲା। ତେଣୁ ରବି ବାବୁଙ୍କ ବ୍ୟତୀତ ରଘୁ ମହାନ୍ତି ହିଁ ଏକମାତ୍ର ଚେହେରା ଯିଏକି ବାଲେଶ୍ଵର ରେ ବିଜେଡ଼ି ର ମଙ୍ଗ ଧରି ପାରିବେ।ତେବେ ଏବେ ଦେଖିବାର କଥା ରଘୁଙ୍କୁ ନେଇ ଚାଲିଥିବା କଳ୍ପନା ଜଳ୍ପନା କେତେଦୂର ସଠିକ୍‌ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।