ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଖେଳ କୁ ନେଇକି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି | ତେବେ ଆଜି ଯେଉଁ ଭିଡିଓ ବିଷୟରେ ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଭାରତ ଆଉ ବାଂଲାଦେଶ ମଧ୍ୟରେ ଚାଲିଥିବା ମ୍ୟାଚ ବିଷୟରେ | ଆଉ ଯେଉଁଠି ଭାରତ ବାଂଲାଦେଶ କୁ ପରାସ୍ତ କରିବା ପରେ ଶୋଇଭ ଅକ୍ତର କହିଲେ ବାଂଲାଦେଶ ର ପରାଜୟ ର କାରଣ ଗୁଡିକ ବିଷୟରେ |ଆଉ ତାଙ୍କ ର କିଛି ମତ କୁ ମଧ୍ୟ ସେ ଟ୍ୱିଟ କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ବିଶ୍ୱକପର ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି | ବାଂଲାଦେଶ ଟସ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ | ଫଳରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ, ଧାର୍ଯ୍ୟ 20 ଓଭରରେ 6 ଟି ଓ୍ବିକେଟ ହରାଇ ଭାରତ 184 ରନର ଲକ୍ଷ୍ୟ ଦେଇଥିଲା | ଫଳରେ ବାଂଲାଦେଶ ପାଇଁ 185 ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ | ତେବେ ବିରାଟ କୋହଲି ଦଳ ପାଇଁ 64 ରନ କରି ଅପରାଜିତ ଥିଲେ |
ତେବେ କୋହଲିଙ୍କ ବ୍ୟତୀତ କେଏଲ ରାହୁଲ ଭାରତ ପାଇଁ 32 ବଲରେ 50 ରନ ସଂଗ୍ରହ କରିଥିଲେ | 16ଟି ବଲରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ 30 ରନ ସଂଗ୍ରହ କରିଥିଲେ | ତେବେ ବାଂଲାଦେଶ ପାଇଁ ହାସନ ମହମୁଦ ତିନୋଟି ୱିକେଟ ନେଇଥିଲେ | ସେହିପରି ଶାକିବ ଅଲ ହାସନ ଦୁଇଟି ୱିକେଟ ନେଇଥିଲେ | ତେବେ ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା |
ଏହି ମ୍ୟାଚ ଜିତି ଭାରତ ସେମିଫାଇନାଲ ଦାବିକୁ ଦୃଢ କରିବା ସହିତ | ପଏଣ୍ଟ ଟେବୁଲ ର ଶୀର୍ଷ ସ୍ଥାନରେ ପହଞ୍ଚିଛି | T-20 ବିଶ୍ୱକପ୍ 2022 ର ସୁପର-12 ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍ରେ 5 ରନରେ ବିଜେତା ହୋଇଛି ଭାରତ | ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲା ରେ ଭାରତ ଜିତିସାରିବା ପରେ,ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବେ ଆକ୍ତରଙ୍କ ଏକ ଟ୍ୱଇଟ ଭାଇରାଲ ହେବା ରେ ଲାଗିଛି ଯାହାକୁ ନେଇ ବିଭିନ୍ନ ଦଳ ର କ୍ରିକେଟର ମାନେ ବିଭିନ୍ନ ପ୍ରକାର ମୋତ ଦେଇଥିବା ଦେଖାଯାଇଛି |
ଆକ୍ତର ତାଙ୍କ ଟ୍ୱଇଟରେ ଏହା ଲେଖିଛନ୍ତି ଯେ ଭାରତ ବିପକ୍ଷ ମ୍ୟାଚ୍ରେ ବାଂଲାଦେଶ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଷା ପାଇଁ 16 ଓଭରରେ ବାଂଲାଦେଶକୁ 151 ରନ ର ଲକ୍ଷ୍ୟ ଦିଆଯାଇଥିଲା ମାତ୍ରା ବର୍ଷା ପରେ ସେମାନେ ସେମାନଙ୍କ ଲକ୍ଷ୍ୟ ହରାଇ ଥିଲେ ଓ ଭାରତୀୟ ବୋଲର ମାନେ ତାଙ୍କର ଲୟ ଦେଖାଇଥିଲେ| ଫଳରେ ବାଂଲାଦେଶ ଏହି ରାମଞ୍ଚକର ମ୍ୟାଚ ରେ 5 ରେ ପରାସ୍ତ ହେଥିଲେ | ତେବେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଆକ୍ତର ଙ୍କ ଏହି ଟ୍ୱଇଟ ପରେ ବିଭିନ୍ନ ଦେଶର କ୍ରିକେଟ ର ଓ ତାଙ୍କର ପ୍ରଶଂସକ ମାନେ ଏହି ଟ୍ୱଇଟ କୁ ଦେଖି ନିଜର ଭିନ୍ନ ଭିନ୍ନ ମୋତ ଦେଇଥିବା ର ଦେଖା ଯାଇଛି | ଯାହା ଏବେ ଏବେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।