Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ବାଲେଶ୍ୱର ରେ ଲଜ୍ୟା ! ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ କୁ ନିଆଁ ଭଳି ଭାଇରାଲ ହେଲା ଭିଡ଼ିଓ ଦେଖନ୍ତୁ

ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ସ୍ବାମୀ ଓ ସ୍ତ୍ରୀ ସାରା ଜୀବନ ପରସ୍ପର ଦୁଃଖର ସାଥି ହୋଇ ରହିବେ ବୋଲି ଶପଥ ନେଇ ଥାଆନ୍ତି । କିନ୍ତୁ ଯେତେବେଳେ ସ୍ବାମୀ ସବୁକିଛି ଭୁଲି ଧନ ଓ କାମନା ର ବଶବର୍ତ୍ତୀ ହୋଇ ଧୋକା ଦିଏ ସେତେବେଳେ ଗୋଟେ ସ୍ତ୍ରୀ ର ଅବସ୍ଥା ଏମିତି ହୋଇଯାଏ । ଏହି ମହିଳା ଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ପୁରା ଘଟଣା ଶୁଣିବା ପରେ ଆପଣ ସ୍ତବ୍ଧ ହୋଇଯିବେ ।

ନୀଳଗିରି ଥାନା ବଡ଼ୁଆ ଅଞ୍ଚଳ ର ସୁଶାନ୍ତ ମଲିକ , ୨୦୧୨ ମସିହା ରେ ସେ ମଞ୍ଜୁଲତା କୁ ବିବାହ କରିଥିଲେ । ବିବାହ ପରେ ମଞ୍ଜୁଲତା ଙ୍କ ର ଦୁଇଟି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ।ସେଠାରେ କାମ କରୁଥିବା ବେଳେ ସୁଶାନ୍ତ ହଠାତ୍ ନିଜ ସ୍ତ୍ରୀ କୁ ସେଠାରେ ଛାଡ଼ିଦେଇ ଓଡ଼ିଶା ଫେରି ଆସିଥିଲେ । ଆଉ ଏଠାକୁ ଆସି ଯୁରିଆପଦ ଗ୍ରାମର ଜୈନ ଯୁବତୀ କୁ ବିବାହ କରିବାକୁ ରାଜି ହେଇଥିଲେ ।

କୌଣସି ମତେ ଏହି ବିଷୟ ରେ ଖବର ପାଇ ମଞ୍ଜୁଲତା ବହୁତ୍ କଷ୍ଟ ରେ ଆସି ପହଞ୍ଚି ଥିଲେ ଗ୍ରାମରେ । ତେବେ ସ୍ତ୍ରୀ କୁ ଦେଖି ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ସ୍ବାମୀ ସ୍ତ୍ରୀ କୁ ଦେଖି ଠେଲି ଚପଲ ରେ ମାଡ ମାରିଥିଲେ । ଆହୁରି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସୁଶାନ୍ତ ଓ ମଞ୍ଜୁଲତା ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହ ରେ ସେ ଗୋଟିଏ ବର୍ଷ ଜାଏ ଖୁସି ରେ ରହିଥିଲେ ଓ ଏହାପରେ ଆରମ୍ଭ ହୋଇଥିଲା ସ୍ବାମୀ ର ନିର୍ଯାତନା।

ଏତିକି ରେ ଘଟଣା ର ଅନ୍ତ ହୋଇ ନଥିଲା ମଞ୍ଜୁଲତା ଓ ତାଙ୍କ ମା ସୁଶାନ୍ତ ଙ୍କ ଘରୁ ଫେରିବା ପରେ ସୁଶାନ୍ତ ଙ୍କ ରାଗ ଏତିକି ରେ ଶାନ୍ତ ହୋଇ ନଥିଲା । ସେ ନିଜ ଭଉଣୀ କୁ ଧରି ପହଞ୍ଚି ଥିଲେ ମଞ୍ଜୁଲତା ଙ୍କ ଘରେ । ସେଠାରେ ମଞ୍ଜୁଲତା କୁ ଓ ତାଙ୍କ ମା ଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ ଯାହା ଫଳରେ ମଞ୍ଜୁଲତା ଚେତା ଶୂନ୍ୟ ହୋଇ ଯାଇଥିଲେ ।

ଏହା ଦେଖି ସହି ପାରି ନଥିଲେ ଗାଁ ଲୋକ ଓ ଶେଷରେ ସୁଶାନ୍ତ ଙ୍କୁ ଓ ତାଙ୍କ ଭଉଣୀ କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରୁ ସୁଶାନ୍ତ ଖସି ପଳାଇ ଯାଇଥିଲେ ଓ ତାଙ୍କ ଭଉଣୀ କୁ କାବୁ କରି ଗ୍ରାମବାସୀ ମାନେ ବାନ୍ଧି ପକାଇ ଅଛନ୍ତି । ସୂଚନା ଅନୁସାରେ ଏନେଇ ଥାନା ରେ ଏପର୍ଯ୍ୟନ୍ତ କିଛି ଅଭିଯୋଗ କରାଯାଇ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।