ସାରା ଭାରତ ବର୍ଷରେ କରୋନାର ପ୍ରଭାବ ପଡିଥିଲା। ଏହାର ପ୍ରଭାବ ଫଳରେ ଲୋକ ମାନଙ୍କର ଅର୍ଥନୈତିକ ଓ ଜୀବିକା କ୍ଷେତ୍ରରେ ବହୁତ ବାଧା ସୃଷ୍ଟି ହୋଇ ପଡି ଥିଲା। ଏମିତିକି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହୋଇ ଥିଲେ। ଏହି ସବୁକୁ ଦେଖି ସରକାର ବହୁ ଚିନ୍ତାରେ ପଡ଼ି ଯାଇ ଥିଲେ। ସେଥିପାଇଁ ଏହି କରୋନାକୁ ମହମାରୀକୁ ରୋକିବା ପାଇଁ ସରକାର ଦେଶରେ ଲକଡାଉନ ଓ ସଟଡାଉନ ନିୟମ ଜାରି କରିଥିଲେ। ଏହି ନିୟମ ଜାରି କରିବା ଫଳରେ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏହାର ମାତ୍ରା କମି ନାହିଁ।
ସେ ସବୁକୁ ଦୃଷ୍ଟିରେ ରଖି ସରକାର କମ ପରିମାଣରେ ଟିକେ କହୋଳ ବ୍ୟବସ୍ଥା କରିଛନ୍ତି। ଯେମିତି ଯାନ ବାହନ ଯାତାୟତ ଚଳାଚଳ, ପର୍ଯ୍ୟଟନ ସ୍ଥଳୀ ଓ ସିନେମା ହଲ ଆଦି ଉପରେ କିଛି ପରିମାଣରେ କୋହଳ କରିଛନ୍ତି। ଏମିତିକି ସରକାର ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ମଧ୍ୟ ଖୋଲା କରିଛନ୍ତି। କିନ୍ତୁ ତଥାପି ଲୋକ ମାନେ ସତର୍କ ହୋଇ ରହୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପୁଣି ଥରେ ଚିନକୁ କରୋନାର ଡେଲଟା ଭ୍ୟାରିଆଣ୍ଟ ଫେରିଛି। ଏହା ଚିନରେ ପୁଣି ଥରେ ଫେରି ଥିବାରୁ ଭାରତ ବର୍ଷର ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୋଇ ଯାଇଛି ଓ ବହୁତ ବ୍ୟସ୍ତ ବିବ୍ରତ ମଧ୍ୟ ହୋଇ ପଡୁଛନ୍ତି।
ଏହା ଯୋଗୁଁ ସଂକ୍ରମଣ ପୁଣି ଥରେ ଧୀରେ ଧୀରେ ବଢି ବଢି ଚାଲିଛି। ଗୋଟିଏ ସପ୍ତାହରେ ଚିନର ୧୧ ଟି ରାଜ୍ୟରେ ସଂକ୍ରମଣ ଅଧିକ ମାତ୍ରାରେ ବଢି ଚାଲିଛି। ଏହାର ମାତ୍ର ଆହୁରି ବଢ଼ି ପାରେ ବୋଲି ଶୁଣିବାକୁ ମିଳିଛି। ଚିନର ଇନର ମଙ୍ଗୋଲୀୟରେ ବହୁ ସଂକ୍ରମଣ ବଢ଼ିବାରେ ଲାଗିଛି। ସେଥିପାଇଁ ଏଭଳି ପରିସ୍ଥିତିକୁ ଦେଖି ଚିନର ମଙ୍ଗୋଲୀୟ ସ୍ଥିତ ଏଜିନ କାଉଣ୍ଟିଙ୍ଗ ଲୋକ ମାନଙ୍କୁ ଘରୁ ବାହାରିବା ପାଇଁ ମନା କରିଛନ୍ତି। ସେଠାରେ ଲୋକ ମାନଙ୍କୁ କଡା କଡ଼ି ଭାବରେ କୁହା ଯାଇଛି ଓ ସବୁବେଳେ ସତର୍କତାର ସହିତ ରହିବାକୁ ମଧ୍ୟ କୁହା ଯାଇଛି। ସେ ସବୁକୁ ଆଖି ଆଗରେ ରଖି ଏଜେନ ସହିତ ଅନ୍ୟ ସହର ବା ମାନଙ୍କରେ ମଧ୍ୟ ଲକଡାଉନ ଘୋଷଣା କରା ଯାଇଛି ବୋଲି ସୂଚନା ମିଳିଛି।
ଚିନ ସରକାରଙ୍କ ପକ୍ଷରୁ ସାଧାରଣ ଲୋକ ମାନଙ୍କୁ ତାଗିଦ କରା ଯାଇଛି। ଏଥି ସହିତ ଚିନର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଯିବା ଆସିବା ବନ୍ଦ କରା ଯାଇଛି। ସେଠାରେ ରହିଥିବା ଗେଷ୍ଟ ହାଉସରେ ପର୍ଯ୍ୟଟନ ମାନଙ୍କୁ ବାହାର କରି ଦିଆ ଯାଇଛି ଓ ସେଠାରେ ତାଲା ପକା ଯାଇଛି। ଏଥି ସହିତ କରୋନାର ସବୁ ନିୟମକୁ ମାନି ବାକୁ ମଧ୍ୟ କୁହା ଯାଇଛି। ଏଭଳି ଭାବରେ ସତର୍କତାର ସହିତ କାର୍ଯ୍ୟ କରିଲେ ଏହି ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରା ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।