ଜଣେ ସାଧାରଣ ମଣିଷ ହେଉ ବା ଜଣେ ଯେତେ ବଡ଼ ସେଲିବ୍ରେଟି ହେଉ ସମସ୍ତଙ୍କ ଜୀବନରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ହେଲେ ବି ଅଟକାଇ ପାରନ୍ତି ନାହିଁ। ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଇଥାଉ, ମୃତ୍ୟୁ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଅଭିନେତା ପୁନିତ ରାଜକୁମାରଙ୍କ ମୃତ୍ୟୁ ପରେ ୧୮୦୦ ପିଲା ମାନଙ୍କ ପଢିବା ଦାଇତ୍ୱ ଅଭିନେତା ବିଶାଳ ନେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ କନ୍ନଡ଼ ପାୱାର ଷ୍ଟାର ପୁନିତ ରାଜ କୁମାର ଜିମରେ ଏକ୍ସରସାଇଜ କରୁ ଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଏମିତିକି ତାଙ୍କ ମୃତ୍ୟୁ ପରେ କିଏ ଜୀବନ ହାରି ଦେଇଛନ୍ତି ତ ଆଉ କିଏ ଏବେ ବି ସୁଦ୍ଧା ତାଙ୍କ ମୃତ୍ୟୁକୁ ନେଇ ବିଶ୍ୱାସ କରୁ ନାହାଁନ୍ତି। ଏଥି ସହିତ ସାରା ଭାରତ ବର୍ଷରେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ମଧ୍ୟ ତାଙ୍କ କଥା ମନେ ପକାଇ ଲୋକ ମାନେ କାନ୍ଦିବା ସହିତ ମନେ ପକାଉଛନ୍ତି।
ପୁନିତ ରାଜକୁମାର ସେ ଜଣେ ଭଲ ଅଭିନେତା ଥିବା ସହିତ ପରଉପକାରୀ ବ୍ୟକ୍ତି ମଧ୍ୟ ରହିଥିଲେ। ସେ ସବୁବେଳେ ଗରିବ ପିଲା ମାନେ ଯେମିତି ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ, ସେଥିପାଇଁ ସବୁବେଳେ ଚେଷ୍ଟା ଜାରି ରଖିଥିଲେ। ଏଥି ସହିତ ଯେଉଁମାନଙ୍କୁ ସେ ସାହାଯ୍ୟ କରୁଥିଲେ ବା ତାଙ୍କ ଅନୁଦାନରେ ଯେଉଁମାନେ ବଞ୍ଚୁଥିଲେ, ସେମାନଙ୍କ ଦାୟିତ୍ୱ କିଏ ନେବ ବୋଲି ଚିନ୍ତା ଚାଲିଛି। ଠିକ ଏହି ସମୟରେ ତାମିଲ ଅଭିନେତା ବିଶାଳ ଆସି ସାହାର ହୋଇ ଯାଇଛନ୍ତି।
ସେ ନିଜ ଫିଲ୍ମ ଏନିମିର ପ୍ରିରିଲିଜ ଏଭଣ୍ଟରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଭିନେତା ପୁନିତଙ୍କ ଦାୟିତ୍ୱରେ ପାଠ ପଢୁ ଥିବା ୧୮୦୦ ପିଲାଙ୍କ ପାଠ ପଢ଼ାର ଦାୟିତ୍ୱ ସେ ନିଜେ ନେବେ ବୋଲି ସୂଚନା ଦେଇଛନ୍ତି। ଏହି ବିଷୟରେ କହୁଥିବା ସମୟରେ ମୃତ ଅଭିନେତାଙ୍କ କଥା କହି ବହୁତ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ସହିତ ବହୁ ବିତେଇଥିବା ସମୟ ମନେ ପକାଇବା ସହିତ ସେ ଭଲ କାମ କରିଥିବା ବିଷୟରେ କହିଛନ୍ତି। ସେ ଲୋକ ମାନଙ୍କ ମନ ବୁଝୁଥିବା ଜଣେ ଦରଦୀ ମଣିଷ ଥିଲେ। ସେ ୪୫ ଟି ଫ୍ରି ସ୍କୁଲ, ୨୬ ଟି ଅନାଥଶ୍ରମ, ୧୬ ଟି ଜରାଶ୍ରମ ଓ ଏଥି ସହିତ ଗୋଶାଳା ଏମିତିକି ମୃତ୍ୟୁ ପରେ ମଧ୍ୟ ଚକ୍ଷୁଦାନ ମଧ୍ୟ କରିଛନ୍ତି ବୋଲି ଅଭିନେତା ବିଶାଳ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।