Odisha News Portal

Jyotisha Shastra – ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା, ଫୁଲ ପଡିବା, ହାଇ ଆସିବା କଣ ରହସ୍ୟ ଦେଇଥାଏ ଜାଣନ୍ତୁ…

ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ପାଣି ଆସିଯାଏ , ତା ସହିତ କିଛି ଲୋକଙ୍କୁ ପୂଜା କରିବା ସମୟରେ ହାଇ ଓ ଅଳସୁଆ ଲାଗିଥାଏ । କିଛି ଲୋକଙ୍କୁ ଛିଙ୍କ ଆସିଥାଏ ତ ଆଉ କେତେକ ଲୋକଙ୍କୁ ଖରାପ ବିଚାର ଆସିଥାଏ । ଏହାଛଡା ପୂଜା କରିବା ସମୟରେ ଏମିତି ଅନେକ ସଙ୍କେତ ମଧ୍ୟ ମିଳିଥାଏ , ଯାହାର ଅର୍ଥ ଆମ ମାନଙ୍କୁ ଜଣା ନଥାଏ । ତେବେ ଆଜି ଆମେ ଜାଣିବା ଆପଣ ଇଶ୍ୱରଙ୍କୁ ଧ୍ୟାନ କରିବା ସମୟରେ ଏହି ସଙ୍କେତ ମିଳିଥାଏ ତ ବୁଝି ଯାଆନ୍ତୁ କି ଭଗବାନ ଆପଣଙ୍କୁ କିଛି ସଙ୍କେତ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ ଗୁଡିକ ବିଷୟରେ ।

1. ଆଖିରୁ ଲୁହ ଆସିବା :-

ଯଦି ଆପଣ ଭଗବାନଙ୍କ ଆରୋଧନାରେ ଧ୍ୟାନରେ ବସିଛନ୍ତି ଏବଂ ଅଚାନକ ଭାବରେ ଆଖିରୁ ଲୁହ ବାହାରିବାରେ ଲାଗେ ତେବେ ଏହା ଇଶ୍ୱରଙ୍କର ସଙ୍କେତ ଅଟେ । ଆପଣଙ୍କର ଆତ୍ମା ଇଶ୍ୱରଙ୍କ ସହ ମିଳନ ହୋଇଛି , ଏମିତି ସମୟରେ ଆପଣଙ୍କର ମନସ୍କାମନା ଇଶ୍ୱରଙ୍କୁ ନିଶ୍ଚୟ କୁହନ୍ତୁ । ଯଦି ଆପଣଙ୍କର ପୂଜା କରିବା ସମୟରେ ଆଖିରୁ ପାଣି ଆସୁଛି ତେବେ ଏହା ମାନା ଯାଏ କି ଆପଣଙ୍କ ଅନ୍ତରମନର ଖରାପ ଗୁଣର ସଫା ହେଉଛି ।

2. ଜଳା ଜାଇଥିବା ଦୀପର ଜ୍ୟୋତି ବଢିବା :-

ଯେତେବେଳେ ଆପଣ ପୂଜା କରୁଛନ୍ତି ସେହି ସମୟରେ ଆପଣଙ୍କ ପାଖରେ ରଖାଯାଇଥିବା ଦୀପ ବା ଆରତିର ଜ୍ୟୋତି ବଢିଯାଏ ତେବେ ଏହା ଇଶ୍ୱରଙ୍କ ସଙ୍କେତ ହୋଇଥାଏ । ସେ ଆପଣଙ୍କ ପୂଜା ଏବଂ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି , ଏମିତି ସମୟରେ ଆମକୁ ଇଶ୍ୱରଙ୍କର ପ୍ରାର୍ଥନା କରିବା ଉଚିତ୍ ।

3 ଫୁଲ ପ଼ିଡିବା :-

ଯଦି ଆପଣ ପୂଜା ବା ଧ୍ୟାନ କରିବା ପୂର୍ବରୁ ଭଗବାନଙ୍କ ପ୍ରତୀମାରେ ଫୁଲ ଚଢେଇଛନ୍ତି ଏବଂ ପୂଜା କରିବା ସମୟରେ ସେହି ଫୁଲ ଆପଣଙ୍କ ଦିଗରେ ପଡିଥାଏ । ତାହାଲେ ଏହାକୁ ବଡ ଶୁଭ ମନାଯାଏ , ଏହାର ଅର୍ଥ ଏହାକି ଆପଣଙ୍କ ଆରୋଧନାକୁ ଭଗବାନ ସ୍ୱୀକାର କରିଛନ୍ତି । ଏହାର ଫଳ ଆପଣଙ୍କୁ ଶୀଘ୍ର ପ୍ରାପ୍ତ ହେବାକୁ ଯାଉଛି ।

4. ଘର ଦ୍ୱାର ପାଖକୁ ଗାଈ ଆସିବା :-

ଭଗବାନ ଶିବ କହନ୍ତି ପୂଜା ବା ଆରତି ସମୟରେ ଘର ଦ୍ୱାର ମୁହଁ କୁ ଗାଈ ଆସିଲେ ଏହାକୁ ଭଲ ଶୁଭ ସଙ୍କେତ ମାନାଯାଏ । ଦ୍ୱାରା ପାଖକୁ ଆସିଥିବା ଗାଈର ପୂଜା କରନ୍ତୁ ଏବଂ ରୁଟି ଖାଇବାକୁ ଦିଅନ୍ତୁ । ଏଥିସହିତ ନମସ୍କାର କରି ଗୋମାତାଙ୍କୁ ଆପଣଙ୍କର ମନସ୍କାମନା କୁହନ୍ତୁ ।

ପୂଜା କରିବା ସମୟରେ ହାଇ ଆସିବା , ଅସଳ ଲାଗିବା , ଝିଙ୍କ ହେବା ବା ନକରାତ୍ମଚିନ୍ତା ଆସିବାର ଏହାର କାରଣ ଏହା ଯେ , ଯେବେ ଆମର ଧ୍ୟାନ ଭଗବାନଙ୍କ ପ୍ରତି ଯାଏ ନାହିଁ ଏବଂ ପୂଜା ପାଠ ବୋଝ ପରି ଲାଗିଥାଏ , ଯେଉଁଥିରେ ଆପଣ କୌଣସି ଧାର୍ମିକ ଗ୍ରନ୍ଥ ପଡିବା ପାଇଁ ଚାହାନ୍ତି ନାହିଁ , ପୂଜା ସମୟରେ ଅଳସ ଲାଗୁଛି ତେବେ ଆପଣ ବୁଝିଯିବାକୁ ପଡିବ ନେଗଟିଭ ଏନର୍ଜି ଆପଣଙ୍କ ସହିତ ଅଛି । ଏସବୁଠୁ ଦୂରେଇ ରହି ଭକ୍ତି ମାର୍ଗରେ ମନ ନିବେଶ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।