ପ୍ରତ୍ୟେକ ବ୍ୟକ୍ତି ଘର ନିର୍ମାଣ କରିବା ପୂର୍ବରୁ ଘରେ ଠାକୁର ଘର ରହିବା ପାଇଁ ଏକ କୋଠରୀ ନିର୍ମିତ କରିଥାନ୍ତି । ସେହି କୋଠରୀରେ ବିଭିନ୍ନ ପ୍ରାକର ଦେବା ଦେବୀ ମାନଙ୍କର ଫୋଟ କୁ ରଖି ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣରେ ଠାକୁର ଘର ରଖିବା ଉଚିତ , କାରଣ ଏହି କୋଣଟି ଭଗବାନଙ୍କ ସ୍ଥାନ ଅଟେ । ଏହି କୋଣରେ ଠାକୁର ଘର କଲେ ଆପଣଙ୍କ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବଢିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ 8 ଟି ଜିନିଷ ବିଷୟରେ କହିବୁ , ଯାହାକୁ ଠାକୁର ଘରେ ରଖିବା ଦ୍ୱାରା ଆପଣଙ୍କର ସୁଖ ଶାନ୍ତି , ସମୃଦ୍ଧି ବଢିଥାଏ । ତେବେ ଆସନ୍ତୁ ଜାଣିବା ସେହି 8 ଗୋଟି ଜିନିଷ ବିଷୟରେ ।
1. ପଞ୍ଚାମୃତ :-
ଏହା 5 ଟି ଅମୃତରେ ପ୍ରସ୍ତୁତ ହୋଇଥାଏ । ସେଗୁଡିକ ହେଉଛି କ୍ଷୀର , ମହୁ ,ଘିଅ , ଦହି ଏବଂ ମିଶ୍ରୀ । ଏହି 5 ଟି ଜିନିଷର ମିଶ୍ରଣରେ ପଞ୍ଚାମୃତ ତିଆରି ହୋଇଥାଏ । ଏହି ପଞ୍ଚାମୃତ ର ସେବନ କରିବା ଦ୍ୱାରା ଅନେକ ରୋଗ ଦୂରିଭୁତ ହୋଇଥାଏ ଏବଂ ବହୁ ପୁଷ୍ଟିକର ମଧ୍ୟ ହୋଇଥାଏ ।
2. ଚନ୍ଦନ :-
ଏହା ଶାନ୍ତି ଓ ଶୀତଳତାର ପ୍ରତୀକ ଅଟେ ଏବଂ ପ୍ରତିଦିନ ମସ୍ତକରେ ଚନ୍ଦନ ଲଗାଇବା ବହୁତ ଶୁଭ ହୋଇଥାଏ । ସେଥିପାଇଁ ଠାକୁର ଘରେ ଚନ୍ଦନକାଠ କୁ ଆବଶ୍ୟ ରଖିବା ଉଚିତ୍ , ଏହା ଦ୍ୱାରା ମନ ଭିତରରେ ଥିବା ନକରାତ୍ମକ ଚିନ୍ତାଧାରା ଦୂରେଇ ଯାଇଥାଏ ।
3. ଅରୁଆ ଚାଉଳ :-
ଠାକୁର ଘରେ ଭାଙ୍ଗ ନଥିବା ଅରୁଆ ଚାଉଳ କୁ ଅବଶ୍ୟ ରଖନ୍ତୁ ଏବଂ ସେହି ଚାଉଳରେ ଭଗବାନଙ୍କୁ ପୂଜା କରନ୍ତୁ ଏହା କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ ।
4. ଫୁଲ :-
ସୁନ୍ଦରତା ର ପ୍ରତୀକ ଫୁଲ ଅଟେ , ସେହି ଫୁଲକୁ ସୁନ୍ଦର ଭାବରେ ଠାକୁରଙ୍କୁ ଅର୍ପଣ କଲେ ମନରେ ଖୁସୀ ଓ ସୁନ୍ଦରତା ଭାବ ଆସିଥାଏ ।
5. ମିଠା :-
ଭଗବାନଙ୍କ ଠାରେ ମିଠା ଅର୍ପଣ କରିବା ର ଅର୍ଥ ଆମ ମାନଙ୍କ ଜୀବନରେ ଭଗବାନଙ୍କ ପ୍ରତି ମଧୁରତାର ସମ୍ପର୍କ ଗଢି ଉଠିବା । ମନରେ ସର୍ବଦା ଭଗବାନଙ୍କ ପ୍ରତି ସଦଭାବନା ଜାଗ୍ରତ ହେବା ସହ ସମାନ ହୋଇଥାଏ ।
6. ଦୀପ :-
ଭଗବାନଙ୍କ ଠାରେ ଦୀପ ଜଳାଇବାର ଅର୍ଥ ସବୁଦିନ ପାଇଁ ଆମ ମାନଙ୍କ ଜୀବନରୁ ଅନ୍ଧକାର ଦୂର କରି ଆଲୋକ ପ୍ରଦାନ କରିବା ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥାଉ । ସେଥିପାଇଁ ଠାକୁର ଘରେ ଦୀପ ଟିଏ ନିଶ୍ଚୟ ଜଳାନ୍ତୁ ।
7. ସିନ୍ଦୁର :-
ସିନ୍ଦିର ହେଉଛି ରଙ୍ଗର ପ୍ରତୀକ ଏବଂ ଏହା ଆମ ବେରଙ୍ଗୀ ଜୀବନରେ ରଙ୍ଗ ଭରିବା ପାଇଁ କାମ କରିଥାଏ ।
8. ଘଣ୍ଟି : –
ଯେଉଁ ସ୍ଥାନରେ ସବୁଦିନ ଘଣ୍ଟିର ଶବ୍ଦ ଶୁଭାଯାଏ , ସେଠାକାର ବାତାବରଣ ପବିତ୍ର ଓ ଶୁଦ୍ଧ ରହିଥାଏ । ଏହି 8 ଗୋଟି ଜିନିଷ ଠାକୁର ଘରେ ଅବଶ୍ୟ ରଖନ୍ତୁ , ଏହା ଦ୍ୱାରା କେବେହେଲେ ଧନ ସମୃଦ୍ଧିର ଅଭାବ ରହି ନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।