ବନ୍ଧୁଗଣ ନିକଟରେ ଘଟିଛି ଏମିତି ଏକ ଖବର ଯାହା ସାଧାରଣ ରେ ନିନ୍ଦନୀୟ କିନ୍ତୁ ଏକ ଚର୍ଚ୍ଚିତ ଖବର ପାଲଟିବାରେ ଲାଗିଛି। ଯେଉଁଠି ଜଣେ ଯୁବତୀ ବାହାଘର ପୁର୍ବରୁ ଗର୍ଭବତୀ ହେବା ଭଳି ଖବର ସାମ୍ନାକୁ ଆସିଛି। ଆଉ ପରେ ତାଙ୍କ ସହ ବାହାଘର ପାଇଁ ଠିକ୍ ହୋଇଥିବା ବର ପ୍ରାର୍ଥୀ ଉକ୍ତ କନ୍ୟାକୁ ବାହା ହେବାକୁ ମନା କରି ଦେଇଛନ୍ତି। ତେବେ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହାର କାରଣ ହିଁ ସେହିପରି। ତେବେ ଯାହା ଜଣା ପଡ଼ିଛି ବାହାଘରର ମାତ୍ର ୨ ସପ୍ତାହ ପୂର୍ବରୁ ଉକ୍ତ କନ୍ୟାଙ୍କ ବର ହେବାକୁ ଯାଉଥିବା ବର ମୋବାଇଲ୍ ରେ ହଠାତ୍ ଆସି ପହଞ୍ଚିଲା କନ୍ୟାର ଉଲଗ୍ନ ଫଟୋ ଏବଂ ଅନ୍ୟ ଅଜଣା ଯୁବକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ।
ଆଉ ଏହାପରେ ଏପରି ସବୁ ଜାଣିବା ପରେ ବାହା ହେବାକୁ ଯାଉଥିବା ଯୁବକ ବାହା ହେବାକୁ ମନାକଲେ।ପରେ ଯୁବତୀ ତାଙ୍କୁ କହିଥିଲେ କି ଏସବୁ ବହୁତ୍ ଦିନ ତଳର ପୁରୁଣା ଫଟୋ। ଏହାପରେ ଯୁବତୀ ଜଣଙ୍କ ବାହା ହେବାକୁ ମନା କରିଥିବା ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ଆଣିଲେ କି ସେ ତାଙ୍କୁ ଗର୍ଭବତୀ କରିଛନ୍ତି। ଏ ମାମଲା ଏବେ କୋର୍ଟ ରେ ପହଞ୍ଚିଛି।କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା,ଯାହା ପରେ ଜଣା ପଡିଛି ଯେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ଅଟନ୍ତି କିନ୍ତୁ ବାହା ହେବାକୁ ଯାଉଥିବା ଯୁବକଙ୍କ ସହ ତାଙ୍କର ୧୫ ଦିନର ଦେଖା ହିଁ ହୋଇଛି ବୋଲି ଯୁବକ ଜଣଙ୍କ କହିଲେ। ତେଣୁ ଏହା କିପରି ସମ୍ଭବ ହେଲା ଯେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ହୋଇ ପାରିଲେ।
ତେଣୁ ଏ ଅଭିଯୋଗ କେତେ ସତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମୟରେ ଓକିଲ ତଥା ବରିଷ୍ଠ ଆଇନଜୀବି ବ୍ୟୋମକେଶ ତ୍ରିପାଠୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ଏହିଭଳି ଘଟଣା ଏବେ ବହୁତ୍ ମାତ୍ରାରେ ବଢ଼ି ଚାଲିଛି ସୋସିଆଲ ମିଡିଆର ପ୍ରଚାର ପ୍ରସାର କାରଣରୁ। ଅନେକ ସମୟରେ ଏସବୁ ଘଟଣା ଲୋକ ଲୋଚନକୁ ଆସୁଛି। ଯାହାକୁ ନେଇ ସାଧାରଣରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ଏହାର ପ୍ରଭାବ ତ ନିଶ୍ଚିତ ଭାବରେ ପଡୁଛି ଏଥିରେ ସଂଦେହ ନାହିଁ। କିନ୍ତୁ ସୋସିଆଲ ମିଡ଼ିଆ କାରଣରୁ ଏସବୁ ଘଟଣା ବେଶ୍ ପ୍ରସାର ହୋଇ ପାରୁଛି।
ତେବେ ନିର୍ଦ୍ଦିଷ୍ଟ ଏହି ଘଟଣାରେ ଯେତେବେଳ ସବୁକିଛି ବାହାଘର ପାଇଁ ଠିକ୍ ହେବା ପରେ ଝିଅ ବିଷୟରେ ବର ସମସ୍ତ କଥା ଜାଣିବାକୁ ପାଇଲେ ସେତେବେଳେ ସେ ମନା କରିଥିଲେ। ଝିଅକୁ ବୁଝାଇଥିଲେ ଯେ ମୁଁ ବିବାହ କରିବାକୁ ଇଚ୍ଛୁକ ନୁହେଁ। ଏହାପରେ ଝିଅ ଏବଂ ତାର ପରିବାର ପୁଅ ବିରୋଧରେ ଧର୍ଷଣର ଅଭିଯୋଗ ଆଣିଛନ୍ତି ଏବଂ ୨ ମାସର ଗର୍ଭବତୀ ଥିବା କଥା କହିଛନ୍ତି। କିନ୍ତୁ ପୁଅ ଟି କହିଛି ମୁଁ ୧୫ ଦିନ ହେଲା ମିଶିଛି, ଏସବୁ କିପରି ସମ୍ଭବ ହୋଇ ପାରିବ। ଆଉ ଏଥିପାଇଁ ସେ ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।