Odisha News Portal

ଦେଖନ୍ତୁ ଭିଡ଼ିଓ : ପୁଅ ଥାଉ ଥାଉ ବାପାଙ୍କ କୋକେଇ ଉଠେଇଲେ ୪ ଝିଅ, ପୂରା ଘଟଣା ଜାଣିଲେ କାନ୍ଦି ପକାଇବେ….

ପ୍ରତ୍ୟେକ ଦିନ ଆପଣମାନେ କିଛି ନା କିଛି ଖବର ଶୁଣିବାକୁ ପାଇଥାନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ କ୍ଷଣିକ ମଧ୍ୟରେ ଦେଶ ଦୁନିଆ ବିଷୟରେ ଜାଣି ପାରୁ, ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ବେଳେ ବେଳେ ଏପରି କିଛି ଖବର ଶୁଣିବାକୁ ମିଳେ ଯାହା ଆମେ ବିଶ୍ୱାସ କରିପାରୁନା, କିନ୍ତୁ ବିଶ୍ୱାସ ନ ହେଲେ ମଧ୍ୟ ଘଟଣା ଗୁଡିକ ସତ୍ୟ ହୋଇଥାଏ। ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ପ୍ରତ୍ୟେକ ଦିନ ଏପରି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ବର୍ତ୍ତମାନ ମଧ୍ୟ ଏପରି କିଛି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ଭିଡ଼ିଓ ବିଷୟରେ କହିବୁ, ଯାହାକି ଆପଣ ମାନେ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ ମଧ୍ୟ କରିବେ। ଯାହାକି ପୁଅ ଥାଉ ଥାଉ ଚାରି ଝିଅ ଦେଲେ ବାପାର କାନ୍ଦ, ବତ୍ତମାନ ସମୟରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଉତ୍ତର ପ୍ରଦେଶର ଝାଂସି ଅଞ୍ଚଳରେ, ସୂଚନା ଅନୁସାରେ ଗୋରେଲାଲ ସାହୁ ନାମକ ଜଣେ ବୟସ୍କ ଲୋକ ହୃଦ ଘାତରେ ପ୍ରାଣ ହରାଇ ଥିଲେ। ପରେ ଗୋରେଲାଲ ସାହୁଙ୍କ ଝିଅ ଚାରି ଜଣ ଖବର ପାଇ ପହଞ୍ଚିଥିଲେ। ତେବେ ତାଙ୍କ ଝିଅ ଚାରୀ ଜଣଙ୍କ ନାମ ହେଉଛି, ଶୋଭା, ସଂଗୀତା, ଲେଖାନି ଏବଂ ସ୍ୱାତୀ, ଏମାନେ ବାପାଙ୍କ ମୃତୁ ରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ। ଏବଂ ସେମାନେ ଚାରି ଜଣ ଝିଅ ବାପାଙ୍କ କକେଇ କୁ କାନ୍ଦ ଦେଇ ମଶାଣି ପର୍ଯ୍ୟନ୍ତ ନେଇଥିଲେ। ତେବେ ମଶାଣୀ ରେ ହିନ୍ଦୁ ରୀତି ନୀତି ଅନୁସାରେ ବାପାଙ୍କ ଅନ୍ତିମ ସତ୍କାର କରିଥିଲେ। ଏପରି କି ବାପାଙ୍କୁ ମୁଖାଗ୍ନି ବି ଚାରି ଭଉଣୀ ଦେଇଥିଲେ।

ତେବେ ବନ୍ଧୁଗଣ ଏଠାରେ ପ୍ରଶ୍ନ ଉଠୁଛି, ଯେ ମୃତ ଗୋରେଲାଲ ସାହୁଙ୍କ ର ନିଜର ପୁଅ ଥିବା ସତ୍ୱେ, କଣ ପାଇଁ ଚାରି ଝିଅ ବାପାଙ୍କ ଅନ୍ତିମ ସତ୍କାର କଲେ। ତେବେ ସୂଚନା ଅନୁସାରେ ବାପା ବଞ୍ଚିଥିବା ପୁଅ ବହୁ ତାଙ୍କୁ ପଚାରିଲେ ନାହିଁ। ତାଙ୍କୁ ସବୁବେଳେ ଅଣଦେଖା କଲେ, ତାଙ୍କ ଚାରି ଜଣ ଝିଅ ତାଙ୍କ ବାପାଙ୍କ ଦେଖା ଶୁଣା କରୁଥିଲେ। ସେଥିପାଇଁ ବାପା ଯେତେବେଳେ ହୃଦ ଘାତରେ ମୃତ୍ୟୁ ବରଣ କଲେ , ତାଙ୍କ ଚାରି ଝିଅ ଝିଅ , ଭାଇ ଭାଉଜଙ୍କୁ ବାପାଙ୍କ ପାଖକୁ ଆସିବା ପାଇଁ ଦେଇନଥିଲେ। ସେମାନେ ବାପାଙ୍କ ଅନ୍ତିମ ସତ୍କାର କରିଥିଲେ, ତେବେ ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।