କଥାରେ ଅଛି, “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ”।ତେବେ ଏହି ଲୋକବାଣୀ ଟିର ଅର୍ଥ ହେଉଛି ଭଗବାନ ତଥା ଭାଗ୍ୟ ର ହାତରେ ମଣିଷ ବନ୍ଧା ହୋଇଥାଏ ଆଉ ଏହା ଜୁଆଡ଼ କୁ ଆମ କୁ ନେଇଯାଏ ଆମେ ସେହି ଦିଗ କୁ ଚାଲିଥାଉ। ବାପା ମା ଙ୍କର ସ୍ୱପ୍ନ ଥାଏ କି ସେମାନେ ମରିବା ପରେ ତାଙ୍କର ପୁଅ ର କାନ୍ଧ ରେ ମଶାଣି କୁ ଯିବେ ବୋଲି , କିନ୍ତୁ ସମୟ ଖେଳ ରେ ଫସିଯାଇ ଜଣେ ବାପା ନିଜ ପୁଅ ର ଶବ କୁ ନିଜ କାନ୍ଧ ରେ ବୁହାଇ ନେଇଛନ୍ତି କାରଣ ହସ୍ପିଟାଲରେ ତାଙ୍କୁ ମିଳି ନାହିଁ ମହାପରୟଣ ଗାଡି ର ସୁବିଧା।
ତେବେ ବନ୍ଧୁଗଣ ପୁଣି ରାୟଗଡା ରେ ହୋଇଛି ବହୁ ଚର୍ଚ୍ଚିତ ଦାନା ମାଝୀ ଘଟଣା ର ପୁନରାବୃତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି ସୋସିଆଲ ମିଡ଼ିଆ ରେ। ତେବେ ଭାଇରାଲ ହୋଇଥିବା ଭିଡ଼ିଓ ଟିରେ ଦେଖାଯାଇଛି ଯେ ଜଣେ ବାପା ଆଖିରେ ଲୁହ ର ଧାର ଓ ମନ ରେ କୋହ କୁ ଧରି ନିଜ ୯ ବର୍ଷ ର ପୁଅ ର ଶବ କୁ କାନ୍ଧ ରେ ପକାଇ ଚାଲିଛନ୍ତି ।ହସ୍ପିଟାଲରେ ପୁଅ ର ଶବ ନେବା ପାଇଁ ଗାଡି ନମିଳିବାରୁ ଶେଷ ରେ ଚାଲି ଚାଲି ପୁଅ ର ଶବ କୁ କାନ୍ଧ ରେ ବୋହି ସେ ଚାଲିଛନ୍ତି ପ୍ରାୟ ଦେଢ଼ କିଲୋମିଟର ରାସ୍ତା।
ତେବେ ଘଟଣା ଟି କିଛି ଏହିପରି ଥିଲା କି ରାୟଗଡା ର ସୁରଧର ଦାସ ଙ୍କର ୯ ବର୍ଷ ର ପୁଅ ଆକାଶ ଙ୍କୁ ଗତକାଲି ହଠାତ ଝାଡା ବାନ୍ତି ହେବା ଆରମ୍ଭ ହୋଇଥିଲା। ତେବେ ବାପା ମା ଆକାଶ ଙ୍କୁ ସଂଗେ ସଂଗେ ହସ୍ପିଟାଲ କୁ ନେଇ ଯାଇଥିଲେ। ତେବେ ହସ୍ପିଟାଲର ଜଣେ ଡାକ୍ତର ଆକାଶ ଙ୍କ ର ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଘରକୁ ପଠାଇ ଦେଇଥିଲେ। ମାତ୍ର ଘର କୁ ଆସୁଥିବା ରାସ୍ତା ଆକାଶ ଙ୍କର ମୃତ୍ୟୁ ହୋଇଥିଲା ଆଉ ପରିବାର ଲୋକେ ସଂଗେ ସଂଗେ ତାଙ୍କୁ ନେଇଯାଇଥିଲେ ହସ୍ପିଟାଲ କୁ ଚେକ ଅଫ କରିବା ପାଇଁ ଆଉ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା।
ତେବେ ପୁଅ ର ମୃତ୍ୟୁ କଥା ଶୁଣିବା ପରେ ସମସ୍ତ ଙ୍କର ହୃଦୟ ଭାଙ୍ଗି ଯାଇଥିଲା ମାତ୍ର ସେମାନେ ଅପେକ୍ଷା କରିଥିଲେ ହସ୍ପିଟାଲ ର ଗାଡି କୁ ନିଜ ପୁଅ ର ଶବ କୁ ଘରକୁ ନେବା ପାଇଁ। କିନ୍ତୁ ଅନେକ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ସୁରଧର ଙ୍କୁ ମହାପରୟଣ ଗାଡି ମିଳି ନଥିଲା। ଶେଷରେ ଯେଉଁ କାନ୍ଧ ରେ ସେ ନିଜ ମଶାଣି କୁ ଯାଇଥାନ୍ତେ ସେହି କାନ୍ଧ ରେ ପୁଅ ଆକାଶ କୁ ଧରି ପ୍ରାୟ ଦେଢ଼ କିଲୋମିଟର ରାସ୍ତା ଚାଲିଚାଲି ଘରକୁ ନେଇଥିଲେ। ତେବେ ଏହି ଘଟଣା ଟିକୁ ଦାନାମାଝୀ ଘଟଣା ର ପୁନରବୃତି ବୋଲି କୁହାଯାଇଛି। ତେବେ ଭଗବାନ ଏହିପରି କଷ୍ଟ କାହାକୁ ନଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।