Odisha News Portal

ପୁଅ ମାନଙ୍କ ପରି ବାପାଙ୍କର ମୁଖାଗ୍ନି ଦେଲେ ଏହି ଝିଅ , ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ଏହି ଝିଅ

ଆଜିର ବିଜ୍ଞାନ ଯୁଗରେ ଝିଅମାନେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବପର କରାଉଛନ୍ତି ଏବଂ ମହାକାଶର ଯାତ୍ରୀ ହୋଇ ପାରୁଛନ୍ତି । ତଥାପି ଅନେକ ବାପା ମାଆ ମାନେ କନ୍ୟା ସନ୍ତାନ ଜନ୍ମ ହେଲେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି ଏବଂ କେହି କେହି ଭ୍ରୁଣ ହତ୍ୟା କରିବାକୁ ପଛଘୁ଼୍ଞ୍ଚା ଦେଉ ନାହାନ୍ତି । ଝିଅ ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି ଏବଂ ପୁଅ ଝିଅ ମାନଙ୍କୁ ସମାନ ଅଧିକାର ପ୍ରଦାନ କାରାଯାଇଛି । ତଥାପି ଆଜିର କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କନ୍ୟା ସନ୍ତାନକୁ ନଷ୍ଟ କରିବା ପାଇଁ ପଛଉ ନାହାନ୍ତି । ବର୍ତ୍ତମାନ ସମୟରେ ଝିଅମାନେ ଦେଶର ଶାସନ ଭାର ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି , ଯେଉଁଥିପାଇ କେନ୍ଦ୍ର ସରକାର ଝିଅ ମାନଙ୍କର ଉନ୍ନତି ପାଇଁ ଅନେକ କାମ କରୁଛନ୍ତି ।

ଏତେ ସୁବିଧା ସୁଯୋଗ ପରେ ପରେ ମଧ୍ୟ କିଛି ବାପା ମାଆ ମାନେ ଝିଅ ମାନଙ୍କୁ ବୋଝ ବୋଲି ମନେ କରୁଛନ୍ତି । କିନ୍ତୁ ମାଲକାନାଗିରି ସଦର ମହ କୁମାର ପ୍ରଧାରୀ ଗୁଡା ଗ୍ରାମରେ ସଂଯୁକ୍ତା ନାମକ ଏକ ଝିଅ ସମସ୍ତଙ୍କ ପାଇଁ ବହୁତ ବଡ ଉଦାହରଣ ପାଲଟିଛନ୍ତି । ଯାହାଫଳରେ ଝିଅ ମାନଙ୍କ ପ୍ରତି ଥିବା ବାପା ମାଆଙ୍କ ମନରେ ଥିବା ଭୁଲ ଧାରଣା ଦୂର ହେବାରେ ଲାଗିଛି । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ମାଲକାନାଗିରି ସଦର ମହକୁମା ର ପ୍ରଧାରୀ ଗୁଡା ଗ୍ରାମରେ ସତ୍ୟା ନାରାୟଣଙ୍କ ଝିଅ ହେଉଛି ସଂଯୁକ୍ତା । ତାଙ୍କର ପରିବାର କହିଲେ ମା ବାପା ଓ ଦୁଇ ଝିଅ କିନ୍ତୁ ତାଙ୍କର ପୁତ୍ର ସନ୍ତାନ କେହି ନାହାନ୍ତି ।

ସତ୍ୟ ନାରାୟଣ ଜଣେ ଅଟୋ ଡ୍ରାଇଭର ଅଛନ୍ତି ଏବଂ ଅଟେ ଚଳାଇ ନିଜ ପରିବାର ଭରଣ ପୋଷଣ କରନ୍ତି । କିନ୍ତୁ ଏକ ଦୁର୍ଘଟଣାରେ ସତ୍ୟ ନାରାୟଣଙ୍କ ମୃତ୍ୟୁ ହୋଇ ଯାଇଛି , ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ପୁଅ ଭଳି କାମ କରିଛନ୍ତି । ପୁଅର ସମସ୍ତ କାର୍ଯ୍ୟ ସତ୍ୟ ନାରାୟଣଙ୍କ ଦୁଇ ଝିଅ ନିର୍ବାହ କରିଛନ୍ତି ଏବଂ ତାଙ୍କ ଦୁଇ ଝିଅ ବାପାଙ୍କର ମୃତ ଶରୀରକୁ କାନ୍ଧରେ କାନ୍ଧି ନେଇ ପୁଅ ମାନଙ୍କ ପରି ତାଙ୍କ ମୁଖାଗ୍ନି ମଧ୍ୟ ଦେଇଛନ୍ତି । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଝିଅ ଦୁଇଜଣଙ୍କୁ ବହୁତ ପ୍ରଶଂସା କରିଛନ୍ତି ଏବଂ ଆଗାମୀ ଯୁବପିଢୀ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।

ବର୍ତ୍ତମାନ ସମୟରେ ଝିଅ ମାନଙ୍କୁ କୌଣସି କ୍ଷେତ୍ରରେ ଦୁର୍ବଳ ଭାବିବା ଉଚିତ ନୁହଁ କାରଣ ସେମାନେ କୌଣସି ବି କାର୍ଯ୍ୟକୁ ସମ୍ପାଦନ କରିବାରେ ସେମାନେ ସକ୍ଷମ ହୋଇଥାନ୍ତି । ଝିଅ ମାନଙ୍କର ଏପରି କାର୍ଯ୍ୟ ଦେଖି ଲୋକମାନେ ବହୁତ .ଗର୍ବିତ ଅନୁଭବ କରୁଛନ୍ତି । ସରକାର ମଧ୍ୟ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।