ପୁଅ ହେବ ନା ଝିଅ ସେ ପାଇଁ ପୁରୁଷ ଦାୟୀ ! Dr. Swapna Chekuri

ବନ୍ଧୁଗଣ ଆସନ୍ତୁ ଜାଣିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ବିଷୟରେ। ଆପଣ ଜାଣିଛନ୍ତି ବିବାହ ପରେ କିଛି ସମୟ ବୈବାହିକ ଜୀବନକୁ ଅତିବାହିତ କରିବା ପରେ ପ୍ରାୟତଃ ସବୁ ଦମ୍ପତି ବାପା ମାଆ ହେବାକୁ ଇଚ୍ଛା କରିଥାନ୍ତି।କିଛି ଦମ୍ପତ୍ତି ବିଳମ୍ବରେ ପିଲା ଚାହୁଁଥିଲେ ବି କିଛି ପିଲା ବିବାହ ଅଳ୍ପ ବର୍ଷ ପରେ ପିଲା ଚାହିଁଥାନ୍ତି। ସମସ୍ତଂକ ପାଇଁ ସନ୍ତାନ ସୁଖ ପ୍ରାପ୍ତ କରିବା ଏକ ନିଆରା ଅନୁଭୂତି ହୋଇଥାଏ। ତେବେ ସମସ୍ତ ଦମ୍ପତ୍ତି କିନ୍ତୁ ଏହି ଖୁସି ପାଇ ପାରି ନାହାଁନ୍ତି। କିଛି ନା କିଛି ସମସ୍ୟା କାରଣରୁ ସେମାନେ ଏଥିରୁ ବଞ୍ଚିତ ରୁହନ୍ତି। ତେବେ କେଉଁଠି ନା କେଉଁଠି ପୁଅ ସନ୍ତାନ ପାଇଁ ଆଜିବି ସମାଜରେ ଅନେକଙ୍କ ର ଇଚ୍ଛା ରହିଛି।

ଯଦିଓ ଆମେ ଅତ୍ୟାଧୁନିକ ଯୁଗରେ ପାଦ ଦେଇ ସାରିଛୁ ଏବଂ ଯୁଗ ବହୁତ୍ ଆଗେଇଲାଣି ତଥାପି କିଛି ଜଣଙ୍କର ମାନସିକତାରେ ପରିବର୍ତ୍ତନ ଏଯାବତ୍ ଆସିନାହିଁ।ନାରୀ ଏବଂ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ ଅଟନ୍ତି। ସମାଜରେ ଉଭୟଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ସମାଜକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ଉଭୟଙ୍କ କର୍ତ୍ତବ୍ୟ ଏବଂ ସହଭାଗୀତା ସମାନ ରୂପେ ରହିଛି। ତେବେ ଏହି ଧାରାରେ ଉଭୟ ଉଭୟ ଙ୍କ କ୍ଷେତ୍ରରେ କେହି କାହାଠାରୁ କମ୍ ନୁହଁନ୍ତି। କିନ୍ତୁ ନାରୀ ହେଉଛନ୍ତି ଭଗବାନଙ୍କର ଏକ ଭିନ୍ନ ସୃଷ୍ଟି। ଯେଉଁମାନେ କି ଏ ଦୁନିଆକୁ ଆଉ ଏକ ସୃଷ୍ଟି କୁ ଦେଇଥାନ୍ତି ଏବଂ ସେମାନଂକୁ ଦୁନିଆର ଆଲୋକ ଦେଖାଇଥାନ୍ତି।

କିନ୍ତୁ ସନ୍ତାନ ସନ୍ତନ୍ତି ନହେବା କ୍ଷେତ୍ରରେ କିମ୍ୱା କନ୍ୟା ସନ୍ତାନ ଜନ୍ମ ହେବାକୁ ନେଇ ଜଣେ ନାରୀକୁ ଦୋଷ ଦିଆ ଯାଇଥାଏ। ତେବେ ଏଥିପାଇଁ ପ୍ରକୃତରେ ପୁରୁଷ ହିଁ ଦାୟୀ ହୋଇଥାନ୍ତି। କେବଳ ପୁରୁଷ ପାଇଁ ହିଁ ଏହା ସମ୍ଭବ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହା କିପରି ପୁରୁଷ ହାତରେ ଥାଏ। ଆପଣ ଜାଣିଛନ୍ତି ମଣିଷ ଶରୀରରେ ୨୩ ଯୋଡା କ୍ରମୋଜୋମ ମଧ୍ୟରୁ ୧ ଯୋଡା ସେକ୍ସ୍ କ୍ରମୋଜୋମ ରହିଥାଏ।ଏହି ଏକ ଯୋଡା କ୍ରମୋଜୋମ ମହିଳା ମାନଙ୍କ ପାଖରେ xx ରହିଥିବା ବେଳେ ପୁରୁଷଙ୍କ ପାଖରେ xy ରହିଥାଏ। ତେବେ ମହିଳା ଙ୍କ ପାଖରେ କେବଳ ଝିଅ ଜନ୍ମ କରିବାର କ୍ରମୋଜୋମ ହିଁ ରହିଛି।

କିନ୍ତୁ ପୁରୁଷଙ୍କ ପାଖରେ ଉଭୟ ଝିଅ ଏବଂ ପୁଅ କ୍ରମୋଜୋମ ରହିଛି। ଯେତେବେଳେ ମହିଳାଙ୍କ ଡିମ୍ଵାଣୁ ପୁରୁଷଙ୍କ ଧାତୁ ସହ ମିଶିଥାଏ ଏବଂ ଏହା x କ୍ରମୋଯୋମ ସହ ମିଶିଥାଏ ସେତେବେଳେ ମହିଳାଙ୍କ କନ୍ୟା ସନ୍ତାନ ଜନ୍ମ ନେଇଥାଏ ଏଵଂ ଯଦି ମହିଳାଙ୍କ ଡିମ୍ଵାଣୁ ପୁରୁଷଙ୍କ y କ୍ରମୋଜୋମ ସହ ମିଶିଥାଏ ତେବେ ତାଙ୍କର ପୁତ୍ର ସନ୍ତାନ ହୋଇଥାଏ। ତେଣୁ ଏଥିପାଇଁ ମହିଳା ଆଦୌ ଦାୟୀ ନୁହନ୍ତି। ଜଣେ ପୁରୁଷ ହାତରେ ହିଁ ରହିଛି ଯେ ଗର୍ଭସ୍ଥ ଶିଶୁଟି ପୁଅ ହେବ କିମ୍ୱା ଝିଅ ହେବ। ଏଥିପାଇଁ ମହିଳାଙ୍କୁ ଦୋଷ ଦେବା କିମ୍ୱା ସେମାନଂକୁ ନିନ୍ଦା କରିବା ଠିକ୍ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment