ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି ଅସାଧୁ ଏବଂ ମନ୍ଦ କାର୍ଯ୍ୟ। ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ?
ସତରେ କଣ ଆଜିବି ବଦଳିନି ମଣିଷର ନିମ୍ନ ମାନସିକତା?ବେଳେବେଳେ ଆମେ ଆମ ସମାଜର ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ।ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ? ନିଜର କାମ ବାସନା କୁ ଚରିତାର୍ଥ କରିବା ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ। ଆଉ ଏହାରି ଭିତରେ ବାପ ଝିଅ ର ସମ୍ପର୍କ ସହିତ ସାମଞ୍ଜସ୍ୟ ରଖୁଥିବା ଶ୍ବଶୁର ବୋହୂ ସମ୍ପର୍କ ରେ ଏହି ଭଳି ଭାବରେ ତିକ୍ତତା ଏବଂ ମନ୍ଦ ସମ୍ପର୍କ ସମାଜକୁ ଏକ ଭିନ୍ନ ଦିଗକୁ ନେଇ ଯାଉଛି।
ଯାହା ସମସ୍ତଙ୍କୁ ବାଧ୍ୟ କରୁଛି ସମ୍ପର୍କ କୁ ପରଖି ବିଶ୍ୱାସ କରିବା ପାଇଁ।ତେବେ ଆଜିର ସମାଜ ରେ କାହାର ପ୍ରବୃତ୍ତି ଜାଣିବା ପ୍ରକୃତ ପକ୍ଷେ ଏତେ ସହଜ କିମ୍ବା ସମ୍ଭବ ନୁହଁ।କାରଣ କାହା ମନରେ କଣ ଅଛି ଏହା ଜାଣିବା ବହୁତ୍ କଷ୍ଟକର।କିନ୍ତୁ ଶ୍ଵଶୁର- ବୋହୂ ଭଳି ସମ୍ପର୍କ ରେ କଳଙ୍କ ର ଟିପା ଲାଗିବା ପ୍ରକୃତରେ ଲଜ୍ୟା ଜନକ ଘଟଣା।ଯାହା ଏହି ସଭ୍ୟ ଶିକ୍ଷିତ ସମାଜ ପାଇଁ ଏକ କୁଠାରାଘାତ ସଦୃଶ ଅଟେ। ନିକଟରେ କିଛି ଏହି ଭଳି ନିନ୍ଦନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲାର ବରପାଲି ଥାନାରୁ।
ଏହି ଘଟଣାରେ ପୁତ୍ରବଧୂ ଆଣିଛି ଏକ ସଙ୍ଗୀନ ଅଭିଯୋଗ ନିଜ ଶ୍ବଶୁର ନାମରେ ଯେ ତାଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରିଛନ୍ତି ଏବଂ ଯୌତୁକ ନିର୍ଯାତନା ମଧ୍ୟ ଦେଇଛନ୍ତି।ତେବେ ଘଟଣା କ୍ରମ ଏପରି ଥିଲା କି ବରପାଲି ଥାନାର ବାରଗୁଡା ଗାଁର ଜଣେ ମହିଳାଙ୍କ ବିବାହ ବାବୁପାଲି ଗାଁର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଯୁବକ, ଯୁବତୀ ଜଣଙ୍କୁ ଘରୁ ଉଠାଇ ନେଇଥିଲା। ଫଳରେ ଶ୍ଵଶୁର ତାକୁ ଯୌତୁକ ଆଣି ନଥିବା କଥାକୁ ନେଇ ଗାଳି କରୁଥିଲେ।
ଏହାଛଡା ଶ୍ଵଶୁର ଏହା ମଧ୍ୟ କହିଥିଲେ ଯେ ତାଙ୍କ ପୁଅ ଦ୍ବାରା ସେ ମାଆ ହୋଇ ପାରିବ ନାହିଁ ଏବଂ ବୋହୂକୁ ୪ ଥର ଦୁଷ୍କର୍ମ କରିଥିଲେ ଏବଂ ତାକୁ ଘରୁ ନେଇ ଶନିବାର ମଧ୍ୟାହ୍ନ ରେ ଜଡାମୁଣ୍ଡାଠାରେ ରଖିଥିଲେ ଶଶୁର।ପରେ ବୋହୂ ର ପ୍ରତ୍ୟକ୍ଷ ଅଭିଯୋଗ ପରେ ପୋଲିସ୍ ଶଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।