Odisha News Portal

ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ଓ ଦାଗ କୁ ଭଲ କରିଦିଏ ଏହି ଘରୋଇ ଉପଚାର, ୧୦୦% ଗ୍ୟାରେଣ୍ଟି ଭଲ ହେବ

ଆଜି ଆମେ ଜାଣିବା ଯାଦୁ କାଛୁ କୁଣ୍ଡିଆ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାର ଘରୋଇ ଉପଚାର ବିଷୟରେ । ଏହି ଉପାୟଟି ବହୁତ ସରଳ ଏବଂ ସହଜ ଅଟେ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ୍ ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ଘରୋଇ ଉପାୟ ବିଷୟରେ । ସାଧାରଣତଃ ଏହି ଯାଦୁ କାଛୁ କୁଣ୍ଡିଆ ରୋଗ ହେବାର ମୁଖ୍ୟ କାରଣ ହେଉଛି ଯଦି ଆମେ ଅପରିଷ୍କାର ରହିବା କିମ୍ବା ଆମର ପ୍ରାଇଭେଟ୍ ପାର୍ଟ କୁ ଭଲ ଭାବରେ ସଫା କରିବା ନାହିଁ ।

ତାସହିତ ଯଦି ଆମେ ଅନ୍ୟ ମାନଙ୍କର ଟାଉଲ୍ , ଗାମୁଛା ଆଦି ବ୍ୟବହାର କରିବା । ଏହାଛଡା ଯଦି ଆମେ ସଂକ୍ରମଣ ହୋଇ ଥିବା ସ୍ଥାନରେ ବାରମ୍ବାର ସାବୁନ୍ ର ବ୍ୟବହାର କରୁ ତେବେ ମଧ୍ୟ ଏହି ସଂକ୍ରମଣ ଅଧିକ ହୁଏ । ବର୍ତ୍ତମାନ ଚାଲନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ଇପାୟ ବିଷୟରେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ ଅମୃତ ଭଣ୍ଡା ଆବଶ୍ୟକ । ତେବେ ଆପଣଙ୍କୁ ଏକ କଞ୍ଚା ଅମୃତ ଭଣ୍ଡା ନେବା ପାଇଁ ପଡ଼ିବ । ଏହି କଞ୍ଚା ଅମୃତ ଭଣ୍ଡାକୁ ଆପଣ ଭଲ ଭାବରେ ଧୋଇ ଏହାର ଚୋପାକୁ ଭଲ ଭାବରେ ଛେଲି ଦିଅନ୍ତୁ । ଏହାକୁ ଛେଲି ସରିବା ପରେ ଏହାକୁ ଚାରି ଭାଗ କରି କାଟି ଦିଅନ୍ତୁ ।

ଏହାପରେ ସେହି ଚାରି ଭାଗରୁ ଏକ ଭାଗ ନିଅନ୍ତୁ ଏବଂ ସେହି ଏକ ଭାଗକୁ ଭଲ ଭାବରେ ମସଲା ପେଶାରେ ପେଶି ଦିଅନ୍ତୁ । ତେବେ ଏହାକୁ ପେଶି ସାରିବା ପରେ ଏକ ସଫା ପାତ୍ର ରେ ନିଅନ୍ତୁ । ଏହା ପରେ ଏଥିରେ ଆପଣ ଅଧା ଚାମଚ୍ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ତା ପରେ ଏଥିରେ ଏକ ଭିଟାମିନ E କ୍ୟାପସୁଲ୍ ମିଶାନ୍ତୁ ।

 


ତେବେ ଭିଟାମିନ E କ୍ୟାପସୁଲ ଆମ ଶରୀର ପାଇଂ ବହୁତ ଅଧିକ ଲାଭ ଦାୟକ ଅଟେ । ବିଶେଷ କରି ଏହି ଯାଦୁ, କାଛୁ , କୁଣ୍ଡିଆ ଭଳି ସମସ୍ୟା ପାଇଁ ଏବା ବହୁତ ଅଧିକ ଲାଭଦାୟକ ହୋଇଥାଏ ଏବଂ ମୁହଁର ବ୍ରଣ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ । ଏହି ସବୁ ଜିନିଷ ମିଶାଇ ସାରିବା ପରେ ଶେଷ ସାମଗ୍ରୀ ଭାବରେ ଆପଣ ସେଥିରେ ଅଧା ଚାମଚ ଏଲୋବେରା ଜେଲ ମିକ୍ସ କରି ଦିଅନ୍ତୁ । ଏହାପରେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯେପରିକି ଏହାର ସମସ୍ତ ପୋଷାକ ତତ୍ତ୍ଵ ଏଥିରେ ଭଲ ଭାବରେ ମିଶିଯିବ । ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ।ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରିବ ।

ଆପଣ ଏହାକୁ ସଂକ୍ରମଣ ହୋଇ ଥିବା ସ୍ଥାନ ବା ଯେଉଁଠି ଆପଣଙ୍କ ଯାଦୁ କାଚ୍ଛୁ କୁଣ୍ଡିଆ ଭଳି ସମସ୍ୟା ମାନ ହୋଇଛି ସେହି ଠାରେ ଭଲ ଭାବରେ ହାତରେ ନେଇ ଲଗାଇ ଦିଅନ୍ତୁ । ଜାଣି ରଖନ୍ତୁ ଏହାର କୌଣସି ସାଇଡ ଇଫେକ୍ଟ ନାହିଁ , ଏହା ସଂମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଅଟେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।