Odisha News Portal

ପୁରୀରେ ହେବ ଆନ୍ତର୍ଜାତୀୟ ବିମାନ ବନ୍ଦର ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ! ଆପଣ ମାନଙ୍କର ମତାମତ କଣ ଜଣାନ୍ତୁ…..

ପୁରୀରେ ହେଉ ଅନ୍ତଜାର୍ତୀୟ ବିମାନ ବନ୍ଦର ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦେଶ , ବିଦେଶରୁ ପ୍ରାୟତଃ ପର୍ୟ୍ୟଟକ ପ୍ରତ୍ୟେକ ମାସରେ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ ପୁରୀ ଆସୁଥିବାରୁ ଏଠାରେ ଏକ ଅନ୍ତଜାର୍ତିୟ ବିମାନ ବନ୍ଦର କରିବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ କରୋନା କଥା କହିବା ଯଦି ଓଡିଶାରେ ନୂତନ ବ୍ରିଟେନ କରୋନା ଷ୍ଟ୍ରେନ ନାହିଁ ବୋଲି କୁହାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏହା ସହିତ କରୋନା ଟୀକାର ଟ୍ରାଏ ରନ ଆସନ୍ତା କାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବୋଲି ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଉଛି ।

ଏ ସମସ୍ତ କାମ ଭିତରେ ନୂଆ ବର୍ଷରେ ନୂଆ ଦାୟିତ୍ୱ ନେଇଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର । ତେବେ ସବୁଠୁ ବଡ କଥା ହେଉଛି କି ନୂତନ ବର୍ଷରେ ଆଉ ଗାଡି ଚାଳକ ମାନଙ୍କୁ ନିସ୍ତାର ମିଳଶିବ ନାହିଁ ।

ଏହା ସହିତ ହେଲମେଟ ଚେକିଙ୍ଗକୁ ମଧ୍ୟ କଡାକଡି କରାଯିବ , ଯେଉଁମାନେ ଗାଡି ଚଳାଉଛନ୍ତି କେବଳ ସେ ନୁହେଁ ପଛରେ ବସିଥିବା ବ୍ୟକ୍ତି ମାନେ ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ । ଯେତେବେଳେ ସମୟ ଗଡୁଛି ସେହି ସମୟରେ କୁହୁଡିର ମାତ୍ରା ମଧ୍ୟ ବଢୁଛି । ଦଲ୍ଲୀରେ ବିଶେଷ କରି ରାସ୍ତା ଘାଟରେ ଏ କୁହୁଡିରେ ଦେଖିବାକୁ ମିଳୁନାହିଁ ।

ପୁରୀରେ ଅନ୍ତଜାର୍ତିୟ ବିମାନ ବନ୍ଦର ତିଆରି କରିବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ସ୍ରଦ୍ଧାଳୁଙ୍କର ଶୁଅ ଛୁଟୁଥିବାରୁ ଏହି ବିମାନ ବନ୍ଦରକୁ ଶ୍ରୀ ଜଗନ୍ନାଥ ଆନ୍ତଜାର୍ତିୟ ଏୟାରପୋର୍ଟ ନାମରେ ନାମିତ କରିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଶରେ ଚାରି ପ୍ରସିଦ୍ଧ ଧାମ ମଧ୍ୟରୁ ପୁରୀ ହେଉଛି ସେଥିରୁ ପ୍ରସିଦ୍ଧ , ସାରା ବିଶ୍ୱର ଶ୍ରଦ୍ଧାଳୁ ପୁରୀ ଶ୍ରୀ ମନ୍ଦିର ଦର୍ଶନ ପାଇଁ ଆସିଥାନ୍ତି । ପୁରୀ ଜିଲ୍ଲାରେ କୋମାର୍କ , ସୂର୍ଯ୍ୟ ମନ୍ଦିର ମାତ୍ର 35 କିମି ଦୂରରେ ରହିଛି ।

 ଏହାର ଅତି ନିକଟରେ ରାମଚଣ୍ଡି ଏବଂ ଚନ୍ଦ୍ରଭାଗା ବିଳା ଫୁଟୁଅଛି , ଯାହାକି ଜାତୀୟ ଏବଂ ଅନ୍ତଜାର୍ତିୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ୟୁନେସକୋର ବିଶ୍ୱ ଐତିହରେ ସ୍ଥାନ ପାଇଥିବା ଚିଲିକା ସହିତ ମଧ୍ୟ ପୁରୀର ସଂପର୍କ ରହିଛି । ପୁରୀରେ ଏକ ଇକୋ ଟୁରିଟିମ ମାନଙ୍କ ଉନ୍ନତି ପାଇଁ ପ୍ଲାର୍ଟଫର୍ମ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରୀ ମଧ୍ୟ ଅନ୍ୟତମ ଆକର୍ଷଣ , ପୁରୀ ଅଧ୍ୟାତ୍ମିକ ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶର କ୍ଷେତ୍ର ହୋଇପାରିବ ବୋଲି ଚିଠିରେ ଉଲ୍ଲେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ,

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।